ଗୋଟିଏ ମାତ୍ର ପଥର ଉପରେ ଠିଆ ହୋଇଛି ଏହି ମନ୍ଦିର !

Key Points
ସମୁଦ୍ରର ମଝିରେ ହିନ୍ଦୁ ମନ୍ଦିର
ଚତୁପାର୍ଶ୍ୱରେ ଜଗି ରହିଛନ୍ତି ସାପ
ହଳାହଳ ବିଷ, ଆଉ ଗୁରୁ ଗଭୀର ଗର୍ଜନ
କିଏ ସେ ନିରର୍ଥ, ଯିଏ ଗଢିଥିଲେ ଏହି ମନ୍ଦିର
ଅର୍ଗସ ବ୍ୟୁରୋ: କେବେ ଶୁଣିଛନ୍ତି ସମୁଦ୍ର ମଝିରେ ଗୋଟିଏ ମନ୍ଦିର ଅଛି । ଯେଉଁ ମନ୍ଦିରକୁ ଗୋଟିଏ ବିଷଧର ସାପ ଜଗି ରହିଛି । ଆଉ ସେହି ମନ୍ଦିରଟି ଗୋଟିଏ ମାତ୍ର ପଥର ଉପରେ ଠିଆ ହୋଇଛି । ଜାଣନ୍ତୁ ଏମିତି କିଛି ମନ୍ଦିର ସମ୍ପର୍କରେ...
ବାଲିନିଜ୍ ଭାଷାରେ "ତନାହ ଲତ୍" ର ଅର୍ଥ "ସମୁଦ୍ରରେ ଭୂମି । ଏହି ମନ୍ଦିରକୁ ତନାହ ଲତ୍ ମନ୍ଦିର କୁହାଯାଏ । ମୁଖ୍ୟ ଦେବତା ହେଉଛନ୍ତି ସ୍ୱୟଂ ସମୁଦ୍ର । ୬୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ମନ୍ଦିର ଆଜି ବି ଠିଆ ହୋଇ ରହିଛି । ମାତ୍ର ଗୋଟିଏ ପଥର ଉପରେ ଠିଆ ହୋଇଛି ଏହି ବିଶାଳ ମନ୍ଦିର । କିନ୍ତୁ ଏହାର କାହାଣୀ ଯେତିକି ରୋଚକ, ନିର୍ମାଣର କାରଣ ସେତିକି ଲୋମ ଟାଙ୍କୁରା । ଇଣ୍ଡୋନେସିଆର ବାଲି ଦ୍ୱୀପରେ ନିର୍ମିତ ଏହି ମନ୍ଦିର ଏହାର ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ । ବାଲି ସାଗର ଉପକୂଳରେ ନିର୍ମିତ ସାତୋଟି ଯାକ ମନ୍ଦିର ଦେଖିବାକୁ ଏକାଭଳି । କିନ୍ତୁ ଭ୍ୱତ୍ୱତବିତଙ୍କ କହିବା କଥା ଯେଉଁ ପଥର ଉପରେ ଏହି ମନ୍ଦିରଟି ଠିଆ ହୋଇଛି, ତାହା ୧୯୮୦ ମସିହାରୁ ଦୁର୍ବଳ ହେବାରେ ଲାଗିଛି । ତେଣୁ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ବିପଦପୂର୍ଣ୍ଣ ସ୍ଥାନ ଭାବେ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ଇଣ୍ଡୋନେସିଆର ଏହି ମନ୍ଦିର ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ କୃତ୍ରିମ ପଥରରେ ଆଚ୍ଛାଦିତ କରି ଏହାକୁ ଏକ ନୂତନ ଆକାର ଦେଇଥିଲେ ।
📱 Get Argus News App
✨ବିଶ୍ୱାସ କରାଯାଏ ଯେ ଏହି ମନ୍ଦିରଟି ଷୋଡଶ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୂଜକଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ଏହି ପୂତଜ ଜଣଙ୍କ ଉକ୍ତ ସ୍ଥାନରେ ଗୋଟିଏ ରାତି ବିତାଇଥିଲେ । ସମୁଦ୍ର ଦେବତା ତାଙ୍କୁ ସ୍ୱପ୍ନାଦେଶ କରିଥିଲେ । ସକାଳୁ ଉଠିବା ପରେ ମନ୍ଦିର ଗଢିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ଉକ୍ତ ପୂଜକ । କେବଳ ସେତିକି ନୁହେଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ । ମନ୍ଦିର ଗଢିବା ପାଇଁ ସାହାଯ୍ୟ ମାଗିଥିଲେ । କିନ୍ତୁ ଏହି ମନ୍ଦିର ତଳେ କେଉଁଠି ବିଷଧର ସାପ ରହିଥାନ୍ତି । କିମ୍ବଦନ୍ତି କହେ ଏହି ସାପ ମାନେ ମନ୍ଦ ଆତ୍ମା ଏବଂ ଖରାପ ଲୋକଙ୍କୁ ଏଠାରେ ପ୍ରବେଶ କରେଇ ଦିଅନ୍ତି ନାହିଁ ।
