Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Tariff War:ଭାରତ ବଜାରରେ ଟାରିଫ ମାଡ଼, କେତେ କ୍ଷତି କେତେ ଲାଭ?

Priyanka Panda
Browse all articles by Priyanka Panda
·10 months ago·2 min read
Tariff War:ଭାରତ ବଜାରରେ ଟାରିଫ ମାଡ଼, କେତେ କ୍ଷତି କେତେ ଲାଭ?

Key Points

୨୭ରୁ ଭାରତ ଉପରେ ଲାଗିବ ଆମେରିକାର ୫୦% ଟାରିଫ

ବିଗୁଡୁଛି ଭାରତ-ଆମେରିକା ସମ୍ପର୍କ, ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଲେ ପୂର୍ବତନ ରାଷ୍ଟ୍ରଦୂତ

ଜୟ ଶଙ୍କର କହିଲେ ଅସୁବିଧା ଥିଲେ ଭାରତରୁ ନିଅନି ଜିନିଷ 

ଦିନକ ପରେ ଭାରତ ଉପରେ ଲାଗିବାକୁ ଯାଉଛି ଆମେରିକାର ୫୦ପ୍ରତିଶତ ଟାରିଫ। ଟ୍ରମ୍ଫଙ୍କ ଘୋଷଣା ମୁତାବକ ୨୭ ତାରିଖ ଠୁ ଭାରତ ଉପରେ ଅତିରିକ୍ତ ୨୫ପ୍ରତିଶତ ଟାରିଫ ଲାଗିବ। ତେବେ ଋଷ ଉପରେ ଚାପ ପକାଇବାକୁ ଭାରତ ଉପରେ ଅତିରିକ୍ତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ। ଭାରତ ଋଷଠାରୁ ଅଶୋଧିତ ତୈଳ କିଣିବା ଜାରି ରଖିଲେ ଏହି ଟାରିଫ ଲାଗିବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ। ତେବେ ୨୭ରୁ ଲାଗୁ ହେବାକୁ ଥିବା ନୂଆ ଟାରିଫର ପ୍ରଭାବ ଭାରତର ପାଖାପାଖି ୪୮.୨ବିଲିୟନ ଡଲାର ସାମଗ୍ରୀର ରପ୍ତାନୀ ଉପରେ ପଡ଼ିବ। ଲୋକସଭାରେ ଏନେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜତୀନ ପ୍ରସାଦ କହିଛନ୍ତି ଯେ, ସରକାର ଦେଶର ଜାତୀୟ ସ୍ବାର୍ଥକୁ ସୁରକ୍ଷିତ ରଖିବା ସହ ଚାଷୀ, ଶ୍ରମିକ, ଉଦ୍ୟୋଗୀ, ରପ୍ତାନିକାରୀ, ଏମଏସଏମଇ ଏବଂ ଶିଳ୍ପର ସମସ୍ତ ବର୍ଗର କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧ। ଉପଯୁକ୍ତ ରପ୍ତାନୀ ପ୍ରୋତ୍ସାହନ ଏବଂ ବାଣିଜ୍ୟ ପଦକ୍ଷେପ ମାଧ୍ୟମରେ ବାଣିଜ୍ୟ ଉପରେ ପ୍ରଭାବ ହ୍ରାସ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


ସେପଟେ ଟ୍ରମ୍ପଙ୍କ ଅତିରିକ୍ତ ଟାରିଫକୁ ନେଇ ଋଷ ଭାରତକୁ ୫ପ୍ରତିଶତ ରିହାତିରେ ତୈଳ ଯୋଗାଣ କରିବାକୁ ଅଫର୍ ଦେଇଛି। ଏହାଛଡ଼ା ଯଦି ଭାରତ ସାମଗ୍ରୀ ଆମେରିକାକୁ ଯିବାରେ କୌଣସି ଅସୁବିଧା ହେଉଛି ତେବେ ଋଷ ବଜାର ଭାରତ ପାଇଁ ଖୋଲା ଅଛି ବୋଲି କହିଛି ଋଷ। ଭାରତ ମଧ୍ୟ ଋଷରୁ ତେଲ କିଣା ଜାରି ରଖିବ ବୋଲି ସ୍ପଷ୍ଟ କରିସାରିଛି। ଯଦି କୌଣସି ଦେଶକୁ ଅସୁବିଧା ହେଉଛି ତେବେ ଭାରତ ପାଖରୁ ଜିନିଷ କିଣନ୍ତୁ ନାହିଁ ବୋଲି ସିଧାସଳଖ ଶୁଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ଏହାଛଡ଼ା ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ଦୃଢ଼ ସମାଲୋଚନା କରି କହିଛନ୍ତି ଆମେରିକା ଇତିହାସରେ ଏପରି ରାଷ୍ଟ୍ରପତି କେବେ ନଥିଲେ। କେବଳ ଭାରତ ସହ ନୁହେଁ ଟ୍ରମ୍ପଙ୍କ ବିଶ୍ବ ସହ ମୁକାବିଲା କରିବାର ଶୈଳୀ ଏପରିକି ନିଜ ଦେଶ ସହ ମୁକାବିଲା କରିବାର ପଦ୍ଧତି ଭିନ୍ନ। ତେବେ ଭାରତ ପାଇଁ ଏହାର କୃଷକଙ୍କ ସ୍ବାର୍ଥ ସର୍ବୋପରି। ଯେତେବେଳେ ବାଣିଜ୍ୟ, କୃଷକଙ୍କ ସ୍ବାର୍ଥ ଓ ଆମର ରଣନୈତିକ ସ୍ବାଧୀନତା କଥା ଆସେ ସେତେବେଳେ ଆମେ କାହାର ମଧ୍ୟସ୍ତତା ସମ୍ପର୍କରେ ସ୍ପଷ୍ଟ ଉତ୍ତର ରଖୁ।
ତେବେ ଭାରତ-ପାକ୍ ଯୁଦ୍ଧରେ ମଧ୍ୟସ୍ତତା କରି ଅସ୍ତ୍ର ବିରତି ପାଇଁ ଆଦେଶ ଦେଇଥିବା ଟ୍ରମ୍ପ ଦାବି କରିଆସୁଛନ୍ତି। ହେଲେ ଏହାକୁ ଭାରତ ବାରମ୍ବାର ଖଣ୍ଡନ କରିଛି। ଯାହାକୁ ନେଇ ଋଷ ତେଲ କିଣାର ବାହାନା ଦେଖାଇ ପ୍ରତିଶୋଧ ମୂଳକ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ। କାରଣ ଋଷ ତେଲର ସବୁଠାରୁ ବଡ଼ ଗ୍ରାହକ ହେଉଛି ଚୀନ କିନ୍ତୁ ଚୀନ ଉପରେ ଏପର୍ଯ୍ୟନ୍ତ ଏପରି ଶୁଳ୍କ ଲଗାଇନି ଆମେରିକା। ତେବେ ଭାରତ ସହ ବିଗୁଡୁଥିବା ଆମେରିକା ସମ୍ପର୍କକୁ ନେଇ ନିଜ ଦେଶରେ ବି ସମାଲୋଚନାର ଶିକାର ହେଉଛନ୍ତି ଟ୍ରମ୍ପ। ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲି ମଧ୍ୟ ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଭାରତ ସହ ଖରାପ ସମ୍ପର୍କ ଆମେରିକାକୁ ମହଙ୍ଗା ପଡ଼ିବ। ଏହାଦ୍ବାରା ଚୀନକୁ ଲାଭ ମିଳିବ। ଭାରତକୁ ପ୍ରତିଦ୍ବନ୍ଦୀ ନ ଭାବି ଟ୍ରମ୍ପ ପ୍ରଶାସନ ଉଚିତ ବ୍ୟବହାର କରିବା ଉଚିତ ବୋଲି ସେ କହିଛନ୍ତି.. ତେବେ ନୂଆ ଟାରିଫ ଲାଗୁ ହେବା ପରେ ପରିସ୍ଥିତି କଣ ରହୁଛି ଦେଖିବାକୁ ବାକି ରହିଲା..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tariff War: Trump faces Criticism in USA | Argus News