ଚର୍ଚ୍ଚାରେ ଟେଲିଗ୍ରାମ ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡ୍ୟୁରୋଭ

Key Points
ଚର୍ଚ୍ଚାରେ ଟେଲିଗ୍ରାମ ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡ୍ୟୁରୋଭ
ତାଙ୍କର ଆନୁମାନିକ ସମ୍ପତ୍ତି ହେଉଛି ୧୩.୯ ବିଲିୟନ
ଆଉ ପ୍ରାୟ ୧୦୦ରୁ ଅଧିକ ଶିଶୁଙ୍କର ସେ ହେଉଛନ୍ତି ପିତା
ଚର୍ଚ୍ଚାରେ ଟେଲିଗ୍ରାମ ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡ୍ୟୁରୋଭ। ତାଙ୍କର ଅଜବ ବୟାନ ପାଇଁ ସେ ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ଯେଉଁ କାମ କରିଛନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏତିକି ଜାଣିବା ପରେ ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କୋଟି କୋଟି ଟଙ୍କାର ମାଲିକ ଏମିତି କ'ଣ କଲେ ଯେ, ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଆସନ୍ତୁ ଜାଣିବା...
ଇନଷ୍ଟାଣ୍ଟ ମେସେଜିଂ ଆପ ଟେଲିଗ୍ରାମର ନିର୍ମାତା କହିଛନ୍ତି ତାଙ୍କର ଆନୁମାନିକ ସମ୍ପତ୍ତି ହେଉଛି ୧୩.୯ ବିଲିୟନ। ଆଉ ପ୍ରାୟ ୧୦୦ରୁ ଅଧିକ ଶିଶୁଙ୍କର ସେ ହେଉଛନ୍ତି ପିତା। ଆଉ ସେମାନଙ୍କ ଭରଣପୋଷଣ ପ୍ରତି ମଧ୍ୟ ସେ ସବୁବେଳେ ଧ୍ୟାନ ଦିଅନ୍ତି।
📱 Get Argus News App
✨ଫ୍ରେଞ୍ଚର ଏକ ରାଜନୈତିକ ମାଗାଜିନରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ମୋତେ ଏବେ ୪୦ ବର୍ଷ। କିନ୍ତୁ ମୁଁ ୧୦୦ ସନ୍ତାନଙ୍କର ବାୟୋଲୋଜିକାଲ ପିତା। ପାଭେଲ ଡ୍ୟୁରୋଭ କହିଥିଲେ ଯେ, ମୁଁ ମୋ ସ୍ପର୍ମ ଡୋନେଟ୍ କରିଥିଲି। ଏଥିପାଇଁ ପ୍ରାୟତଃ ୧୨ଟି ଦେଶରେ ମୋ ଛୁଆ ଜନ୍ମ ନେଇଛନ୍ତି। ୬ଜଣ ଶିଶୁଙ୍କର ମୁଁ ହେଉଛି ନିଜ ପିତା, ସେମାନେ ମୋ ତିନି ପତ୍ନୀଙ୍କର ନିଜ ସନ୍ତାନ। ଏହାବ୍ୟତୀତ ଅନ୍ୟ ଶିଶୁ ମାନଙ୍କର ମୁଁ ହେଉଛି ବାୟୋଲୋଜିକାଲ ପିତା। ଯେଉଁ ମାତା ପିତା ସନ୍ତାନ ପ୍ରଜନନ କରିବାରେ ଅକ୍ଷମ ଥାନ୍ତି, ମୁଁ ସେମାନଙ୍କୁ ସାହାଯ୍ୟ କରେ। ଆଉ ମୋର ଯେଉଁ ସମ୍ପତ୍ତି ଅଛି ମୋର ସବୁ ଶିଶୁ ମାନେ ତାକୁ ଭୋଗ କରିବେ। ଯେତେବେଳେ ସେହି ଶିଶୁଙ୍କୁ ୩୦ବର୍ଷ ହେବ ସେମାନେ ମୋର ଧନରାଶିର ଭାଗୀଦାର ହୋଇପାରିବେ।
ରୁଷିଆର ପାଭେଲ ଡ୍ୟୁରୋଭ ହେଉଛନ୍ତି ବିଜେନସ ଟାଇକୁନ। ସେ ଅକ୍ଟୋବର ୧୦ ତାରିଖରେ ୧୯୮୪ ମସିହାରେ ରୁଷିଆର ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ରୁଷିଆର ଲୋକପ୍ରିୟ ସୋସିଆଲ୍ ନେଟୱର୍କ VKontakte (VK)ର ମୂଳ ସଂସ୍ଥାପକ, ଯାହାକୁ ପରେ ଛାଡି ଦେଇଥିଲେ। ସେ ୨୦୧୩ ମସିହାରେ ତାଙ୍କ ଭାଇ ନିକୋଲାଇ ଡୁରୋଭ୍ ସହିତ Telegram ଆପ୍ପ ଆରମ୍ଭ କରିଥିଲେ ।
ତେବେ ଏହା ପ୍ରଥମ ଥର ନୁହେଁ ଡ୍ୟୁରୋଭ ଏହି କଥାକୁ ନେଇ କହିଛନ୍ତି ଯେ, ଗତବର୍ଷ ମୁଁ ଟେଲିଗ୍ରାମରେ ଏହାକୁ ନେଇ ଏକ ତଥ୍ୟ ଶେୟାର କରିଥିଲି। ସ୍ପର୍ମ ଡୋନେସନ ହେଉଛି ଜଣେ ଉତ୍ତମ ନାଗରିକର କର୍ତ୍ତବ୍ୟ। ଏହା କେବଳ ମୁଁ ସୁଚାରୁରୂପେ ସମ୍ପାଦନ କରିଛି। ଆଉ ମୁଁ କେବେ ବି ଚାହେଁନି ସେହି ପିଲାମାନଙ୍କୁ କେବେବି ଛୋଟ ବେଳୁ ଜଣାଅନି କି ତମ ପିତା ବିଲେନିୟର। ନହେଲେ ସେମାନେ ଅଳସୁଆ ହୋଇଯିବେ। ସେମାନେ ପାଠ ପଢ଼ି ଭଲ ମଣିଷ ହେବାପରେ ଯେତେବଳେ ସେମାନଙ୍କୁ ୩୦ବର୍ଷ ହୋଇଯିବ। ସେମାନଙ୍କୁ ମୋ ଅଂଶ ନିଶ୍ଚିତ ମିଳିବ। ପୂର୍ବରୁ ମୋ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଆଦୌ ଜଣାଇବା ଦରକାର ନାହିଁ। ମୋର ସନ୍ତାନ ସବୁ ଦେଶରେ ଥିବାରୁ ବହୁତ ସଶକ୍ତ ଦେଶ ଗୁଡ଼ିକ ମୋତେ ଶତ୍ରୁ ବୋଲି ଭାବନ୍ତି।
ଡୁରୋଭ୍ ଆଉ ମଧ୍ୟ କହିଛନ୍ତି ଯେ ସେ ଚାହାଁନ୍ତି ତାଙ୍କ ପିଲାମାନେ ଓ ଟେଲିଗ୍ରାମ ଦୁହେଁ ସବୁବେଳେ ସୁରକ୍ଷିତ ରୁହନ୍ତୁ ।