Videos
|
International

Temple Attacked / ଏଠାରେ ମନ୍ଦିର ଉପରେ ଆକ୍ରମଣ: ଭିତରେ ଥିଲେ ଶ୍ରଦ୍ଧାଳୁ, ଇଟା ମାଡ଼ କଲେ ଦୁର୍ବୃତ୍ତ

Bikash Mohanty
Browse all articles by Bikash Mohanty
·55 mins ago·2 min read
ଏଠାରେ ମନ୍ଦିର ଉପରେ ଆକ୍ରମଣ: ଭିତରେ ଥିଲେ ଶ୍ରଦ୍ଧାଳୁ, ଇଟା ମାଡ଼ କଲେ ଦୁର୍ବୃତ୍ତ
Temple

Key Points

ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ।
ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କଲା ବେଳେ ଆକ୍ରମଣ
ମନ୍ଦିର ଉପରେ ଇଟା ମାଡ଼ କରିଥିଲେ ଦୁର୍ବୃତ୍ତ 
ଆକ୍ରମଣରେ ମନ୍ଦିରର ଝରକା ଭାଙ୍ଗିରୁଜି ଯାଇଛି
ଆମେରିକାର ଓହିଓ ରାଜ୍ୟର ଘଟଣା 
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। । ମନ୍ଦିର ଭିତରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ବେଳେ ଦୁର୍ବୃତ୍ତମାନେ ମନ୍ଦିର ଉପରେ ଇଟା ମାଡ଼ କରିଥିଲେ । ଏହି ଆକ୍ରମଣରେ ମନ୍ଦିରର ଝରକା ଭାଙ୍ଗିରୁଜି ଯାଇଛି । ମନ୍ଦିର ଭିତରେ ପୂଜା କରୁଥିବା ସମୟରେ  ହଠାତ ଆକ୍ରମଣ ହେବାରୁ, ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଥିଲେ।

ଆମେରିକାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଆମେରିକାର ଓହିଓ ରାଜ୍ୟ ଅନ୍ତର୍ଗତ ଗ୍ରେଟର କ୍ଲିଭଲ୍ୟାଣ୍ଡ ଅଞ୍ଚଳରେ ଥିବା ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଉପରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

ଶୁକ୍ରବାର ଅପରାହ୍ନରେ କିଛି ଦୁର୍ବୃତ୍ତ ମନ୍ଦିର ଉପରକୁ ହଠାତ୍  ଇଟା ପଥର ମାଡ଼ କରିଥିଲେ । ଏହା  ଫଳରେ ମନ୍ଦିରର କାଚ ଝରକା ଭାଙ୍ଗିଯାଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ମନ୍ଦିର ପରିସର ମଧ୍ୟରେ ପୂଜକଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଏହି ଆକ୍ରମଣରେ କେହି ଆହାତ ହୋଇଛନ୍ତି କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପଢନ୍ତୁ ଏହି ଖବର: ଫ୍ଲାଏଦୁବାଇ ମାମଲାରେ ନୂଆ ଖୁଲାସା, ଆକ୍ରମଣକାରୀ ଏକା ନଥିଲା !

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆମେରିକାର ପ୍ରମୁଖ ହିନ୍ଦୁ ସଂଗଠନ 'କୋଆଲିସନ୍ ଅଫ୍ ହିନ୍ଦୁଜ୍ ଅଫ୍ ନର୍ଥ ଆମେରିକା' ଏବଂ 'ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନ୍' ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 'ସୋସିଆଲ ମିଡିଆ' ମାଧ୍ୟମରେ ସେମାନେ ରିଚମଣ୍ଡ ହାଇଟ୍ସର ମେୟର କିମ୍ ଥୋମାସ୍ ଏବଂ ନଗର ପ୍ରଶାସନକୁ ଏହି ବିଦ୍ବେଷପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଶବ୍ଦରେ ନିନ୍ଦା କରିବାକୁ ଆହ୍ବାନ ଜଣାଇଛନ୍ତି। ଏହାସହ ସ୍ଥାନୀୟ ପୁଲିସ ବିଭାଗକୁ ତୁରନ୍ତ ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।

ହିନ୍ଦୁ ଆମେରିକାନ୍ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁହାଗ ଶୁକ୍ଲା କହିଛନ୍ତି ଯେ, ଇଣ୍ଟରନେଟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିନ୍ଦୁବିରୋଧୀ ବିଷବୃକ୍ଷ ଏବେ ପ୍ରତ୍ୟକ୍ଷ ହିଂସାର ରୂପ ନେଉଛି। ଆସନ୍ତା ନବରାତ୍ରି ଓ ହିନ୍ଦୁ ଐତିହ୍ୟ ମାସ ପାଳନ ପୂର୍ବରୁ ଘଟିଥିବା ଏହି ସମ୍ଭାବ୍ୟ 'ହେଟ୍ କ୍ରାଇମ୍' ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ଗଭୀର ଭାବରେ ମର୍ମାହତ କରିଛି। ପୂର୍ବରୁ ମଧ୍ୟ ଆମେରିକାର ବିଭିନ୍ନ ସ୍ଥାନ ଯେପରିକି ନ୍ୟୁୟର୍କ, କାଲିଫର୍ଣ୍ଣିଆସ୍ଥିତ ହିନ୍ଦୁ ମନ୍ଦିର ଏବଂ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ହୋଇଥିଲା । ଏହି ସବୁ ଆକ୍ରମଣ ଘଟଣା ପ୍ରବାସୀ ହିନ୍ଦୁଙ୍କ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।