ବଢୁଛି ଉତ୍ତେଜନା; ଇରାନର ପ୍ରତି ଆକ୍ରମଣ ଆଶଙ୍କାରେ ନ୍ୟୁୟର୍କ ଓ ଓ୍ବାଶିଂଟନରେ ସୁରକ୍ଷା କଡାକଡି

Key Points
ଇରାନ ଉପରେ ଆକ୍ରମଣ ପରେ ବଢୁଛି ଉତ୍ତେଜନା
ଇରାନ ପ୍ରତି ଆକ୍ରମଣ କରିବା ଆଶଙ୍କା
ନ୍ୟୁୟର୍କ ଓ ଓ୍ବାଶିଂଟନରେ ସୁରକ୍ଷା କଡାକଡି
ଆମେରିକାର ଇରାନ ଉପରେ ଆକ୍ରମଣ ପରେ ବଢୁଛି ଉତ୍ତେଜନା । ଏପରିକି ଇରାନ ପ୍ରତି ଆକ୍ରମଣ କରିବାର ଆଶଙ୍କା ରହିଛି । ଏଥିପାଇଁ ନ୍ୟୁୟର୍କ ଓ ଓ୍ବାଶିଂଟନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଆମେରିକାର ଧାର୍ମିକ ସହର, ସାଂସ୍କୃତିକ ସହର ସହ ବିଭିନ୍ନ ଦୂତାବାସ କାର୍ଯ୍ୟାଳୟ ସମ୍ମୁଖରେ ବଢିଛି ସୁରକ୍ଷା । ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ଉପରେ ମଧ୍ୟ ସୁରକ୍ଷାକୁ କଡା କରାଯାଇଛି ।
ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଯୁଦ୍ଧର ଦଶମ ଦିନରେ ଇସ୍ରୋଏଲ ସପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା । US ଆକ୍ରମଣରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ ହୋଇଛି। ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଇରାନ୍ ଓ ଇସ୍ରାଏଲ ପରସ୍ପର ଉପରକୁ ଆକ୍ରମଣ କରିଥିବା ଦାବି କରୁଛନ୍ତି।
📱 Get Argus News App
✨ଆମେରିକାର ଆକ୍ରମଣ ପରେ ଇସ୍ରାଏଲ୍ ଉପରେ ଇରାନ୍ ଆଟାକ୍ କରିଛି । ଇସ୍ରାଏଲ୍ ଉପରେ ଇରାନ୍ର 25ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଇରାନ୍ର ଆକ୍ରମଣ ପରେ ଇସ୍ରାଏଲ୍ରେ ବାଜିଲା ସାଇରନ୍ । ତୁରନ୍ତ ସୁରକ୍ଷା ଏଜେନ୍ସି ସତର୍କ ରହିବାକୁ ଇସ୍ରାଏଲ୍ର ନିର୍ଦ୍ଦେଶ । ସେପଟେ ଇରାନର ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଛି ବୋଲି ଇସ୍ରାଏଲ କହିଛି । ଟ୍ରମ୍ପ୍ଙ୍କ ନିଷ୍ପତ୍ତିକୁ ଦୁଃସାହସିକ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଏହା ସହ ଆହୁରି କହିଛନ୍ତି, ଶକ୍ତି ମାଧ୍ୟମରେ ଶାନ୍ତି ଆସେ । ପରମାଣୁ ଘାଟିରେ ଆକ୍ରମଣ ପରେ ବଦଳିବ ଇତିହାସ।
ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି, ଆମେ ଇରାନ ଉପରେ ବିମାନ ଆକ୍ରମଣ କରିଛୁ। ଆମେରିକୀୟ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବା। ଇରାନ ଶାନ୍ତି ପଥରେ ଆସିବା ଉଚିତ୍। ଯଦି ଏପରି ନ କରେ, ତେବେ ଆହୁରି ବଡ଼ ଆକ୍ରମଣ କରାଯିବ। ସେ ଆହୁରି କହିଛନ୍ତି, ମୁଁ ବହୁତ ପୂର୍ବରୁ ନିଷ୍ପତ୍ତି ନେଇଥିଲି ଯେ, ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ ବରଂ ଆମେରିକା ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ। ଗତ ୪୦ ବର୍ଷ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲର ଧ୍ୱଂସ ବିଷୟରେ କହୁଛି। ଯଦି ଇରାନ ଏବେ ବି ଶାନ୍ତି ପଥ ଗ୍ରହଣ ନ କରେ, ତେବେ ଆହୁରି ବଡ଼ ଆକ୍ରମଣ ହୋଇପାରେ।
ମଧ୍ୟପ୍ରାଚ୍ୟର ଏହି ଶକ୍ତିଶାଳୀ ଦେଶକୁ ଏବେ ଶାନ୍ତି ଦିଗରେ ପଦକ୍ଷେପ ନେବା ଉଚିତ୍। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଇରାନ ଉପରେ ଆକ୍ରମଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ତାଙ୍କ ଦେଶ ଇସ୍ରାଏଲ ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ। ଏଥିପାଇଁ ନେତନ୍ୟାହୁ ଟ୍ରମ୍ପ୍ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।