Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନୂଆବର୍ଷରେ ଆତଙ୍କୀ ଆକ୍ରମଣ, ୧୫ ମୃତ

Smruti Parija
Browse all articles by Smruti Parija
·1 year ago·1 min read
ନୂଆବର୍ଷରେ ଆତଙ୍କୀ ଆକ୍ରମଣ, ୧୫ ମୃତ

Key Points

ଆମେରିକାରେ ଆତଙ୍କବାଦୀ ଆକ୍ରମଣ । ନୂଆବର୍ଷ ପାଳନ ବେଳେ ଭିଡ଼ ମଧ୍ୟରେ ଟ୍ରକ ଚଢାଇଦେଲେ ଆତଙ୍କବାଦୀ ।

ଅର୍ଗସ ବ୍ୟୁରୋ: ଆମେରିକାରେ ଆତଙ୍କବାଦୀ ଆକ୍ରମଣ । ନୂଆବର୍ଷ ପାଳନ ବେଳେ ଭିଡ଼ ମଧ୍ୟରେ ଟ୍ରକ ଚଢାଇଦେଲେ ଆତଙ୍କବାଦୀ । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅର୍ଲିନ୍ସରେ ଲୋକେ ନୂଆବର୍ଷ ପାଳୁଥିବା ବେଳେ ଏ ଆକ୍ରମଣ ହୋଇଛି । ଆକ୍ରମଣକାରୀ ଏକ ଟ୍ରକ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରି ଲୋକଙ୍କ ଉପରେ ମଡ଼ାଇ ଦେବାରୁ ୧୫ ଜଣଙ୍କ ଜୀବନ ଯାଇଛି । ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ବୋର୍ବନ୍ ଷ୍ଟ୍ରିଟ୍ ଓ ଇବର୍‌ଭିଲ୍ ଛକରେ ଏହି ଘଟଣା ଘଟିଛି ।


ଟ୍ରକ୍ ଦ୍ରୁତ ବେଗରେ ଭିଡ଼କୁ ଧକ୍କା ଦେବାପରେ ଡ୍ରାଇଭର୍ ବାହାରକୁ ଆସି ବନ୍ଧୁକରୁ ଗୁଳିବର୍ଷା କରିଥିଲା । ଆକ୍ରମଣକାରୀ ସହ ପୋଲିସର କିଛି ସମୟ ଗୁଳି ବିନିମୟ ହୋଇଥିଲା । ପ୍ରାୟ ୨ ଘଣ୍ଟା ପରେ ଆକ୍ରମଣକାରୀ ନିହତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrorist attack on New Year, 15 dead | Argus News