Videos
|
International

TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

Key Points

TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ସୂଚନା ଦେଇଛନ୍ତି

TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ଆମେରିକା ସରକାର ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ 'ବିଦେଶୀ ଆତଙ୍କବାଦୀ ସଂଗଠନ' ଘୋଷଣା କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଏପ୍ରିଲ 22 ତାରିଖରେ ପହଲଗାମର ବୈସାରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସ୍ୟୁକାର କରିଥିଲା TRF । ଯେଉଁଥିରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ 26 ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ।


ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ହେଉଛି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ର ଏକ ଆଗଧାଡ଼ିର ସଂଗଠନ ଏବଂ ଏହା ବିଶେଷ କରି କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିଥାଏ । ଯାହାର ମୁଖ୍ୟାଳୟ ପାକିସ୍ତାନରେ ଅବସ୍ଥିତ । TRF ପହଲଗାମ ଆକ୍ରମଣ ପାଇଁ ଦାୟୀ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
terrorist-designation-of-the-resistance-front | Argus News