Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜଙ୍ଗଲରେ ଲୁଚିଛି ମୂଷା, ଖୋଜୁଛି ସେନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଙ୍ଗଲରେ ଲୁଚିଛି ମୂଷା, ଖୋଜୁଛି ସେନା

ଜଙ୍ଗଲରେ ଲୁଚିଛି ମୂଷା । ଦକ୍ଷିଣ କାଶ୍ମୀର ଜଙ୍ଗଲରେ ଆତଙ୍କବାଦୀ ହାସିମ ମୂଷା ଲୁଚିଥିବା ଖବର ଆସୁଛି । ତାକୁ ଧରିବାକୁ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ । ପହଲଗାମ୍ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାସିମ ମୂଷା । ମୂଷା ପାକିସ୍ତାନର ପାରା କମାଣ୍ଡୋ ହୋଇଥିବା ସନ୍ଦେହ କରାଯାଉଛି । ମୂଷାର ପୁରା ନାମ - ହାସିମ ମୂଷା ଓରଫ ସୁଲେମାନ । ହାସିମ ମୂଷା ପାକିସ୍ତାନର ବାସିନ୍ଦା । ମୂଷା ଲସ୍କର ଏ ତୋଇବାର ଆତଙ୍କବାଦୀ ।


ଆତଙ୍କୀ ଟ୍ରେନିଂ ସହ ପାରା କମାଣ୍ଡୋ ଟ୍ରେନିଂ ନେଇଛି ମୂଷା । ମୂଷା ମୁଣ୍ଡ ଉପରେ ରହିଛି 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ଯିଏ ଖୋଜିକି କହିବ ଆତଙ୍କୀ ମୂଷା ବିଷୟରେ ତାକୁ ପୁରସ୍କାର ରାଶି ମିଳିବ। ଆତଙ୍କୀ ଆତଙ୍କ ଖେଳାଇ ଜଙ୍ଗଲ ଭିତରେ ଲୁଚି ରହିଛି। ଅନେକ ନୀରିହ ଜୀବନକୁ ତଳିତଳାନ୍ତ କରିଦେଇଛି। ଭାରତ ସରକାର ତାକୁ କେଉଁଠୁ ନା କେଉଁଠୁ ନିଶ୍ଚୟ ଖୋଜିକି ବାହାର କରିବେ। ଜାମ୍ମୁ-କାଶ୍ମୀରର ପହଲଗାଓଁ ଆକ୍ରମଣ ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବହୁମାତ୍ରା​‌ରେ ସମର୍ଥନ ମିଳୁଛି। ଏହି ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
terrorist-hashim-moosa-hiding-in-south-kashmir-forests-news | Argus News