Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନରେ ଯାତ୍ରୀବାହୀ ଟ୍ରେନ୍‌କୁ ହାଇଜାକ୍ କଲେ ବେଲୁଚିସ୍ତାନ ଆତଙ୍କବାଦୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ପାକିସ୍ତାନରେ ଯାତ୍ରୀବାହୀ ଟ୍ରେନ୍‌କୁ ହାଇଜାକ୍ କଲେ ବେଲୁଚିସ୍ତାନ ଆତଙ୍କବାଦୀ

ଲଆତଙ୍କବାଦୀମାନେ କେତେବେଳେ କ'ଣ କରୁଛନ୍ତି ତାହା ନା ଗୁଇନ୍ଦା ବିଭାଗକୁ ସୂଚନା ମିଳୁଛି, ନା ସେନାକୁ । କେତେବେଳେ ହତ୍ୟା ତ କେତେବେଳେ ଆତଙ୍କ । ହେଲେ ଏବେ ପାକିସ୍ତାନରେ ଆତଙ୍କବାଦୀମାନେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ପାକିସ୍ତାନରେ ଆତଙ୍କାବାଦୀମାନେ ପୁରା ଟ୍ରେନକୁ ଅପହରଣ କରିନେଇଛନ୍ତି । ବେଲୁଚିସ୍ତାନ ଲିବରେସନ ଆର୍ମି ଦାବି କରିଛି କି, ସେମାନଙ୍କ ସଂଗଠନ ବୋଲନ ଠାରୁ ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଛି ।

କ୍ୱେଟାରୁ ପେସୱାର ଯାଉଥିବାବେଳେ ଜାଫର ଏକ୍ସପ୍ରେସ ହାଇଜାକ କରି ଶତାଧିକ ଲୋକଙ୍କୁ ବନ୍ଧକ ବନାଇଛି ବଲୁଚ ଲିବରେସନ ଆର୍ମି । ବନ୍ଧକଙ୍କ ମଧ୍ୟରେ ବହୁ ପାକିସ୍ତାନୀ ସେନା ସାମିଲ ଅଛନ୍ତି । ତାଙ୍କ ବିରୋଧରେ କୌଣସି ସେନା ଅଭିଯାନ ଆରମ୍ଭ ହେଲେ ସମସ୍ତ ବନ୍ଧକଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଆତଙ୍କବାଦୀ ।

ଏହି ଟ୍ରେନରେ ୧୦୦ରୁ ଅଧିକ ଯାତ୍ରୀ ରହିଥିଲେ। ସେମାନଙ୍କୁ ଏବେ ଆତଙ୍କୀ ସଂଗଠନ ବନ୍ଧକ ରଖିଛି । ଏହାସହ ଆତଙ୍କୀ ସଂଗଠନ ଚେତାବନୀ ଦେଇଛି କି, ସରକାର ଯଦି ଏହି ସଂଗଠନ ବିରୋଧରେ ସେନା ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରେ ତେବେ ବନ୍ଧକ ଥିବା ସମସ୍ତ ଯାତ୍ରୀଙ୍କୁ ହତ୍ୟା କରାଯିବ । ସୂଚନା ମୁତାବକ ଏପର୍ଯ୍ୟନ୍ତ ବନ୍ଧକ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସେନାର ଯବାନଙ୍କ ମଧ୍ୟରୁ ୬ ଜଣଙ୍କୁ ଆତଙ୍କୀ ସଂଗଠନ ହତ୍ୟା କରିଛି ।

ରେଳବାଇ ଅଧିକାରୀମାନେ ରଏଟର୍ସଙ୍କୁ କହିଛନ୍ତି ଯେ ଜାଫର ଏକ୍ସପ୍ରେସ୍ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖତୁନଖ୍ୱାର ପେସୱାରକୁ ଯାତ୍ରା କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ବନ୍ଧକଙ୍କ ମଧ୍ୟରେ ପାକିସ୍ତାନ ସେନା କର୍ମୀ ଓ ଅନ୍ୟ ସୁରକ୍ଷାକର୍ମୀମାନେ ବି ଅଛନ୍ତି ବୋଲି ବଲୁଚ ଲିବରେସନ ଆର୍ମି(ବିଏଲଏ) କହିଛି। ବିଏଲଏ ବଲୋଚିସ୍ତାନକୁ ପାକିସ୍ତାନ ଠାରୁ ସ୍ୱାଧୀନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କର ବିଦ୍ରୋହ ଜାରି ରହିଛି।

ବିଏଲଏ କହିଛି ଛୁଟିରେ ପଞ୍ଜାବ ଯାଉଥିବା ପାକିସ୍ତାନୀ ସାମରିକ ବାହିନୀ, ପୋଲିସ, ଆତଙ୍କବାଦ ବିରୋଧୀ ବାହିନୀ (ATF) ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) କର୍ତ୍ତବ୍ୟରତ କର୍ମଚାରୀଙ୍କୁ ବନ୍ଧକ ବନାଯାଇଛି। କେବଳ ମହିଳା, ପିଲା ଓ ବଲୁଚ ନାଗରିକଙ୍କୁ ଛାଡ଼ି ଦିଆଯାଇଛି ବୋଲି ସେମାନେ ଦାବି କରିଛନ୍ତି। ତେବେ କେତେ ବନ୍ଧକ ରହିଛନ୍ତି କେତେ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ବଳୁଚ ଉଗ୍ରବାଦୀ ସଂଗଠନ କିମ୍ବା ପାକିସ୍ତାନ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ବେଲୁଚିସ୍ତାନ ଉଗ୍ରବାଦୀମାନେ ପାକିସ୍ତାନଠାରୁ ନିଜର ସ୍ୱାଧୀନତା ଦାବି କରୁଛନ୍ତି। ନିକଟରେ ଏହି ଗ୍ରୁପ ପାକିସ୍ତାନ ଓ ଚୀନ ବିରୋଧରେ ଆକ୍ରମଣ ତୀବ୍ର କରିବ ବୋଲି ଘୋଷଣା କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrorists Attack Passenger Train in Pakistan’s Balochistan, Hostages Taken | Argus News