ମସ୍କଙ୍କ ଭାରତ ଗସ୍ତ ସ୍ତଗିତ....

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କ ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିଵାର ଥିଲା କିନ୍ତୁ ଵର୍ତ୍ତମାନ ତାଙ୍କ ଗସ୍ତକୁ ସ୍ତଗିତ ରଖାଯାଇଛି ।ଏପ୍ରିଲ ୨୧ଓ୨୨ ରେ ଏଲୋନ୍ ମସ୍କ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଭାରତ ବଜାରରେ ପ୍ରବେଶ କରିବାର ଏଵଂ ଭାରତରେ ଟେସେଲା କାରଖାନା ସ୍ଥାପନ ଵିଷୟରେ ଆଲଚନା କରିଵାର ଯୋଜନା ହୋଇଥିଲା ।
ତେଵେ ମସ୍କ ଭାରତ ଗସ୍ତକୁ କାହିଁକି ସ୍ତଗିତ ରଖିଛନ୍ତି ତାହା ଏ ପର୍ଯ୍ୟନ୍ତ ଷ୍ପଷ୍ଟ ହୋଇନାହିଁ । ସୂଚନାଅନୁଯାୟୀ ମସ୍କଙ୍କ ଭାରତ ଗସ୍ତ ଏକ ଏପରି ସମୟରେ ହୋଇଥିଲା ଯେତେବେଳେ ତାଙ୍କୁ ଏପ୍ରିଲରେ ୨୩ରେ ଆମେରିକାରେ ଟେସଲାର ପ୍ରଥମ କ୍ୱାର୍ଟର ପ୍ରଦର୍ଶନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ଥିଲା। ଯଦି ମସ୍କ ୨୧-୨୨ରେ ଭାରତରେ ଗସ୍ତରେ ଯାଇଥାନ୍ତେ, ତେବେ ୨୩ ଏପ୍ରିଲରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର ହୋଇଥାନ୍ତା। ଏହି କାରଣରୁ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି ବୋଲି ବିଶ୍ୱାସ କରାଯାଉଛି।
ମୋଦୀ କହିଛନ୍ତି ଯେ ସେ ପୂର୍ବରୁ ଦୁଇଥର ମସ୍କଙ୍କୁ ଭେଟିଥିଲେ ଥରେ ୨୦୧୫ ରେ କାରଖାନା ପରିଦର୍ଶନ ସମୟରେ ଏବଂ ଅନ୍ୟଟି, ଗତ ବର୍ଷ ଆମେରିକା ଗସ୍ତ ସମୟରେ। ୨୦୧୫ରେ କାରଖାନା ପରିଦର୍ଶନକୁ ମନେ ପକାଇ ସେ କହିଛନ୍ତି ଯେ ଟେସଲା ସିଇଓ ତାଙ୍କୁ ଭେଟିବା ପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରତିଶ୍ରୁତି ଦେଇଥିଲେ।
📱 Get Argus News App
✨ଗତ ବର୍ଷ ଜୁନ୍ ମାସରେ ମସ୍କ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ମୋଦୀଙ୍କୁ ଭେଟିଥିଲେ। ଏହା ପରେ ଟେସଲା ସିଇଓ କହିଥିଲେ ଯେ ସେ ୨୦୨୪ ମସିହାରେ ଭାରତ ଗସ୍ତ କରିବାକୁ ଯୋଜନା କରିଥିବାବେଳେ କମ୍ପାନୀ ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ପ୍ରତିଶୃତି ଦେଇଥିଲେ।