Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜିତିଲେ ଟ୍ରମ୍ପ, ଧନୀ ହେଲେ ଏଲନ ମସ୍କ

Smruti Parija
Browse all articles by Smruti Parija
·1 year ago·2 min read
ଜିତିଲେ ଟ୍ରମ୍ପ, ଧନୀ ହେଲେ ଏଲନ ମସ୍କ

Key Points

  • ଜିତିଲେ ଟ୍ରମ୍ପ, ଧନୀ ହେଲେ ଏଲନ ମସ୍କ
  • ଉଛୁଳୁଛି ଆମେରିକା ସେୟାର ବଜାର
  • ଟଙ୍କାର ପାହାଡରେ ଏଲନ ମସ୍କ
  • 24 ଘଣ୍ଟାରେ 2 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଲାଭ

ଅର୍ଗସ ବ୍ୟୁରୋ: ଟ୍ରମ୍ପ ବିଜୟ ହେବା ପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସେୟାର ବଜାରରେ । ଉଛୁଳୁଛି us stock market । କେବଳ ଆମେରିକାରେ ଏହାର ପ୍ରଭାବ ପଡ଼ିଛି ତାହା ନୁହେଁ ବରଂ ପୁରା ଭାରତର ସେୟାର ବଜାର ଉପରେ ଏହାର ପ୍ରଭାବ ପଡ଼ିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଟ୍ରମ୍ପ ଜିତିଛନ୍ତି ସତ ହେଲେ ଆହୁରି ଧନୀ ହୋଇଯାଇଛନ୍ତି ଟେସଲାର ମାଲିକ ଏଲନ ମସ୍କ । କାରଣ ତାଙ୍କ କମ୍ପାନୀ ଟେସଲାର ସେୟାର ପାଖାପାଖି 15 ପ୍ରତିଶତ ପ୍ରଫିଟ୍‌ କରିଛି । 

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ସେୟାର ବଜାରରେ ସାନଦାର ହଲଚଲ୍ ଦେଖିବାକୁ ମିଳିଛି । ଅନେକ କମ୍ପାନୀ ଯେମିତି କି dow jones, Nasdaq, S&P500 ଭଳି କମ୍ପାନୀ ଖୁବ ଲାଭାନ୍ୱିତ ହୋଇଛନ୍ତି । କିନ୍ତୁ ଟ୍ରମ୍ପଙ୍କ ବିଜୟରେ ସବୁଠୁ ବେଶୀ ଫାଇଦା ପହଞ୍ଚିଛି ବିଶ୍ୱର ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ । ବ୍ଲୁମ୍ ବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ମୁତାବକ ଏଲସ ମସ୍କଙ୍କ Net Worth 2 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ବଢିଛି । ଏଲନ୍ ମସ୍କର ସମ୍ପତ୍ତିରେ ଏହି ବୃଦ୍ଧି ହେବାର କାରଣ ହେଉଛି ତାଙ୍କ ବୈଦ୍ୟୁତିକ କାର ଉତ୍ପାଦନକାରୀ କମ୍ପାନୀ ଟେସଲା ର ସେୟାରରେ ବୃଦ୍ଧି । 

ଖାଲି ଏଲନ ମସ୍କ ନୁହଁନ୍ତି ବରଂ ଅନ୍ୟ ଟପ୍ ଟେନ୍ ବିଲିଅନେୟାରରେ ସାମିଲ୍ ଅନ୍ୟ ଦିଗଜ୍ଜଙ୍କର ସମ୍ପତ୍ତିରେ ମଧ୍ୟ ଖୁବ ବୃଦ୍ଧି ଘଟିଛି । ତେବେ ଆମେରିକା ସେୟାର ବଜାର ନୁହେଁ ଭାରତୀୟ ସେୟାର ବଜାର ମଧ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ସଲାମ୍ ଜଣାଇଛନ୍ତି ।  ଅନ୍ୟପଟେ 4 ବର୍ଷର ବ୍ୟବଧାନ ପରେ ଟ୍ରମ୍ପ ହ୍ୱାଇଟ୍ ହାଉସକୁ ଫେରୁଥିବାରୁ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Tesla stock price up by 15% after Elon Musk-backed Donald Trump wins US election | Argus News