Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Businessman Offer / ବ୍ୟବସାୟୀଙ୍କ ଅଜବ ଘୋଷଣା , ପୁଅର ପ୍ରେମିକାକୁ ଚାପୁଡା ମାରିଲେ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ବ୍ୟବସାୟୀଙ୍କ ଅଜବ ଘୋଷଣା , ପୁଅର ପ୍ରେମିକାକୁ ଚାପୁଡା ମାରିଲେ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର

Key Points

ବଡ ପୁରସ୍କାର ରାଶିର ଘୋଷଣା କଲେ ବ୍ୟବସାୟୀ
ପୁଅର ପ୍ରେମିକାକୁ ଚାପୁଡା ମାରିବାକୁ ଦେଲେ ପ୍ରସ୍ତାବ
୧୦ ଥର ମାରିଲେ ମିଳିବ ଲକ୍ଷେ ଟଙ୍କା

ବିଜନେସମ୍ୟାନ ଦେଲେ ବଡ ଅଫର । ନିଜର ବିବାହିତ ପୁଅର ପ୍ରେମିକାକୁ ଯିଏ ୧୦ ଥର ଚାପୁଡା ମାରିବ, ତାକୁ ସେ ୮୧ ହଜାର ଟଙ୍କା ପୁରସ୍କାର ରାଶି ଦେବେ ବୋଲି ସେ କହିଛନ୍ତି । ଥାଇଲ୍ୟାଣ୍ଡର ଜଣେ ୬୫ ବର୍ଷୀୟ ବିଜନେସମ୍ୟାନ ଆର୍‌ନୋନ୍ ରୋଡଥୋଙ୍ଗ ଏପରି ପ୍ରସ୍ତାବ ଦେଇଛନ୍ତି । ସେ ଥାଇଲ୍ୟାଣ୍ଡର ବୃହତ ଡୁରିଆନ୍ ଅର୍‌ଚାଡ୍‌ର ମାଲିକ ଅଟନ୍ତି । ଫେସବୁକ୍‌ରେ ନିଜ ବୋହୁକୁ ନ୍ୟାୟ ଦେବାପାଇଁ ସେ ଏପରି ଅଫର୍ ଦେଇଛନ୍ତି ।

ସେ ପୋଷ୍ଟରେ ରୋଡ୍‌ଥୋଙ୍ଗ୍ ଲେଖିଛନ୍ତି, ଯିଏ ବି ଲାଙ୍ଗ ସୁଆନ୍ ଜିଲ୍ଲାରେ ରହୁଛନ୍ତି, ସେମାନଙ୍କ ମଧ୍ୟରୁ ଯେ କେହି ବି ଆସି ଯଦି ମୋ ପୁଅର ପ୍ରେମିକାକୁ ୧୦ ଥର ଚାପୁଡା ମାରନ୍ତି, ତାହେଲେ ସେମାନେ ତାଙ୍କ ପାଖକୁ ଆସିବେ, ସେ ତାଙ୍କୁ ପେମେଣ୍ଟ କରିବେ । ଚାପୁଡା ମାରିବା ପାଇଁ ଯେକୌଣସି ପୋଲିସ ଜୋରିମାନା ଆସିବ ତାକୁ ଦେବାପାଇଁ ସେ ରାଜି ଅଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ପୁଅ ସେହି ଝିଅ ସହ ସମ୍ପର୍କ ଭାଙ୍ଗିନାହାନ୍ତି, ସେପର୍ଯ୍ୟନ୍ତ ଏହି ଅଫର ରହିବ । ଏହା ମୁଁ ମୋର ନିରୀହ ବୋହୁକୁ ନ୍ୟାୟ ଦେବାପାଇଁ କରୁଛି ।

ରୋଡଥୋଙ୍ଗଙ୍କ ପୋଷ୍ଟ ଅନୁଯାୟୀ, ତାଙ୍କ ପୁଅ ଚାଇ, ତାଙ୍କ ବିବାହିତା ସ୍ତ୍ରୀ ଏବଂ ଛୁଆକୁ ଅନ୍ୟ ଜଣେ ଝିଅପାଇଁ ସ୍ଵଇଚ୍ଛାରେ ଛାଡି ଦେବାକୁ ଧମକ ଦେଇଛନ୍ତି । ସେହି ଝିଅଜଣକ ପୂର୍ବରୁ ରୋଡୋଥୋଙ୍ଗଙ୍କ ଫ୍ୟାମିଲି ବିଜନେସରେ ଯୋଗ ଦେଇ ତାଙ୍କର ନାତି ଏବଂ ଭଣଜା ସହ ଡେଟିଂ କରୁଥିଲେ । ପରେ ପୁଣି ଚାଇଙ୍କ ସହ ସମ୍ପର୍କ ରଖିଥିଲେ । ଏହାପରେ ଚାଇ ଧିରେଧିରେ ନିଜର ବିବାହିତ ଜୀବନର ଦାୟିତ୍ଵ କର୍ତ୍ତବ୍ୟ ଭୁଲିଗଲେ । ଆଉ ନିଜ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଲେ । ଏବଂ ନିଜ ପତ୍ନୀଙ୍କୁ ସ୍ଵେଚ୍ଛାକୃତ ଭାବେ ତାଙ୍କୁ ଛାଡିଦେବାକୁ ଧମକ ଦେଲେ ।

ଅଧିକ ପଢନ୍ତୁ : ଉଠାଇ ପାରିଲେନି ବାପା ମା'ଙ୍କ ଶେଷ କଲ୍, ଚାଲିଗଲେ ବାପା, ସୋସିଆଲ ମିଡିଆରେ ଲେଖିଲେ କିଛି ଏମିତି...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିପାଇଁ ନିଜ ବୋହୁକୁ ନ୍ୟାୟ ଦେବାପାଇଁ ଏପରି କରିବାର ଯୋଜନା କରିଥିଲେ ରୋଡଥୋଙ୍ଗ୍ । ତେବେ ଥାଇଲାଣ୍ଡର ନିୟମ ଅନୁଯାୟୀ, ସାଧାରଣ ଚାପୁଡା, ବିଧା, ଗୋଇଠା ଯଦି ମରାଯାଏ, ତେବେ ଦୁଇବର୍ଷ ଜେଲ ସହ ଲକ୍ଷେ ଟଙ୍କା ଜୋରିମାନା ଦେବାକୁ ପଡେ । ଏହାକୁ ନେଇ ସେ କହିଛନ୍ତି, ଯଦି ମୋ ପରିବାର ପାଇଁ ଏହି ସବୁ ଦଣ୍ଡ ମଧ୍ୟ ସହିବା ସହ ମୋ ପଦବୀ ଉପରେ ପ୍ରଭାବ ପଡିପାରେ, ତାହେଲେ ମଧ୍ୟ ମୁଁ ପ୍ରସ୍ତୁତ ଅଛି ।

ଏହି ପୋଷ୍ଟ ଭାଇରାଲ ହେବାପରେ ଅନେକ ଜଣ ତାଙ୍କ କଥାକୁ ମଜାକ୍ ଢଙ୍ଗରେ ନେଇଛନ୍ତି । ଅନେକ ଜଣ ଏହି ଅଫରକୁ ଗ୍ରହଣ କରି ଏପରି କରିବାକୁ ପ୍ରସ୍ତୁତ ଥିବା କମେଣ୍ଟ ଦେଇଥିଲେ । ହେଲେ ପରେ ରୋଡ୍‌ଥୋଙ୍ଗ ଏହି ପୋଷ୍ଟକୁ ଡିଲିଟ୍ କରିଦେଲେ । ସେ କହିଛନ୍ତି, ଅନେକ ଲୋକ ମତେ ଏପରି ହିଂସା ମାଧ୍ୟମରେ ପରିବାରର ସମସ୍ୟାର ସମାଧାନ ନକରିବାକୁ ପରାମର୍ଶ ଦେଇଛନ୍ତି । ଏହା ଯେପରି ସମାଜ ପାଇଁଏକ ଖରାପ ଉଦାହରଣ ସୃଷ୍ଟି ନକରୁ ବୋଲି ଅନେକ ଜଣ ମତେ ପରାମର୍ଶ ଦେଇଛନ୍ତି । ସେଥିପାଇଁ ମୁଁ ଏପରି ପୋଷ୍ଟକୁ ଡିଲିଟ କରିବାକୁ ସ୍ଥିର କଲି ।

ଏଥିସହ ସେ ଲେଖିଛନ୍ତି, ସେ ନିଜ ପୁଅ ସହ ସମ୍ପର୍କ କାଟି ଦେଇଛନ୍ତି, ଆଉ ତାଙ୍କ ନାଁରେ ଥିବା ସମ୍ପତ୍ତିର ପୁନଃଉଦ୍ଧାର କରିବାକୁ ସ୍ଥିର କରିଛନ୍ତି । ସେହି ସମ୍ପତ୍ତିକୁ ସେ ନିଜ ନାତୁଣୀ ବା ଚାଇଙ୍କ ଝିଅ ନାଁରେ କରିଦେବେ ବୋଲି ଲେଖିଛନ୍ତି । ଆଉ ପୁଅକୁ କ୍ଷମା କରିଦେଲେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ରୋଡଥୋଙ୍ଗ ।

Related Topics

Explore more stories

Sponsored
Thailand Businessman Offers Rs 81,000 Reward For Slapping Son's Mistress | Argus News