School Violence / ଜେଜେବାପାଙ୍କୁ ହତ୍ୟା ପରେ ସ୍କୁଲରେ ଭୟଙ୍କର ଗୁଳିକାଣ୍ଡ…. ଅଷ୍ଟମ ଶ୍ରେଣୀ ଛାତ୍ରର ଗୁଳିରେ ୮ ମୃତ
·2 hours ago·2 min read

Key Points
ସ୍କୁଲରେ ଜଣେ ଛାତ୍ରଙ୍କ ଛାତିଥରା କାଣ୍ଡ
ଶୁଣିବାବେଳକୁ ଆପଣଙ୍କ ରୂମମୂଳ ଟାଙ୍କୁରି ଉଠିବ
ସ୍କୁଲରେ ଆଖିବୁଜା ଗୁଳିଚାଳନାରେ ୮ ମୃତ
ଶୁଣିବାବେଳକୁ ଆପଣଙ୍କ ରୂମମୂଳ ଟାଙ୍କୁରି ଉଠିବ
ସ୍କୁଲରେ ଆଖିବୁଜା ଗୁଳିଚାଳନାରେ ୮ ମୃତ
ସ୍କୁଲରେ ଜଣେ ଛାତ୍ରଙ୍କ ଛାତିଥରା କାଣ୍ଡ। ଶୁଣିବାବେଳକୁ ଆପଣଙ୍କ ରୂମମୂଳ ଟାଙ୍କୁରି ଉଠିବ। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆଖିବୁଜା ଗୁଳି ଚଳାଇବାରୁ ତିନି ଜଣ ଶିକ୍ଷକଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି। ପୋଲିସ କହିଛି ଯେ, “ଶୁକ୍ରବାର ଥାଇଲ୍ୟାଣ୍ଡର ଭୟଙ୍କର ଗୁଳିକାଣ୍ଡର ସନ୍ଦିଗ୍ଧ ଛାତ୍ର ବ୍ୟାଙ୍କକ ନିକଟରେ ତାଙ୍କ ସ୍କୁଲ ଉପରେ ଆକ୍ରମଣ କରିବା ପୂର୍ବରୁ ତାଙ୍କ ଘରେ ତାଙ୍କ ଜେଜେବାପାଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିଥିଲା।“ ଗୁଳିକାଣ୍ଡରେ ଗୁଳି ଚଳାଇଥିବା ଛାତ୍ରଙ୍କ ଜେଜେବାପାଙ୍କ ସହ ୪ଜଣ ଛାତ୍ର ଏବଂ ୩ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣାଟି ଶୁଣିଲେ ଲାଗୁଛି ଯେମିତି ଛାତ୍ରଟି ସତରେ ଅମାନବୀୟ, ନୃଶଂସ, ମାନସିକବିକାରଗ୍ରସ୍ତ।
ପୋଲିସ କହିଛି ଯେ ଛାତ୍ର ଜଣକ, ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର, ସ୍କୁଲ ଯିବା ପୂର୍ବରୁ ଘରେ ପ୍ରଥମେ ଜେଜେବାପାଙ୍କୁ ଗୁଳି କରି ହତ୍ୟା କରିଥିଲା। ତା’ପରେ ସେ ସ୍କୁଲରେ ପହଞ୍ଚି ଛାତ୍ର ଏବଂ ଶିକ୍ଷକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲା। ଉଭୟ ଆକ୍ରମଣ ପଛର କାରଣ ଜାଣିବାପାଇଁ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି।
ଛାତ୍ରଙ୍କ ହଠାତ୍ ଅତର୍କିତ ଗୁଳିଚାଳନା ସ୍କୁଲରେ ଆତଙ୍କ ସୃଷ୍ଟି କରିଥିଲା। ଛାତ୍ରମାନେ କ୍ୟାମ୍ପସରୁ ପଳାଇବାକୁ ଲାଗିଲେ, ଏବଂ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ଶିକ୍ଷକମାନେ ସ୍କୁଲ ବାହାରକୁ ଆସି ଡରିକି କାନ୍ଦୁଥିବାର ଦେଖାଯାଇଥିଲା। ଜଣେ ୧୮ ବର୍ଷୀୟ ଛାତ୍ର କହିଛନ୍ତି ଯେ ଗୁଳିକାଣ୍ଡ ପ୍ରଥମେ ବାଣ ଫୁଟିବା ଭଳି ଶବ୍ଦ କରୁଥିଲା। କେବେ ଭାବି ନ ଥିଲୁ ଯେ, ସ୍କୁଲରେ କେହି ସତ ବନ୍ଧୁକ ଆଣି ଫୁଟାଉଥିବ। ଅତର୍କିତ ଗୁଳି ଚାଳନା କରାଯାଇଥିଲା । ତା’ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା।
ଇମରଜେନ୍ସି ସର୍ଭିସର କର୍ମଚାରୀ କହିଛନ୍ତି, ବହୁ ଛାତ୍ରଙ୍କ ପିଡି ଏବଂ ଛାତିରେ ଗୁଳି ବାଜିଛି। ଥାଇଲ୍ୟାଣ୍ଡର ଶିକ୍ଷା ମନ୍ତ୍ରୀ ପ୍ରସେର୍ଟ ଜାନ୍ତାରାରୁଆଙ୍ଗଟୋଙ୍ଗ ନିଶ୍ଚିତ କରିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିକ୍ଷକ ଏବଂ ଛାତ୍ର ଉଭୟ ଅଛନ୍ତି। ଜରୁରୀକାଳୀନ ସେବା କର୍ମୀ କିଆଟିଖୁନ୍ ୱେରାପୋଙ୍ଗପ୍ରାଦିଥ କହିଛନ୍ତି ଯେ ଗୁଳିକାଣ୍ଡ ଚାଲିଥିବା ସମୟରେ ତାଙ୍କ ଦଳ ସ୍କୁଲରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଉଦ୍ଧାରକାରୀମାନେ ସ୍କୁଲର ଉପର ମହଲାରେ ଜଣେ ପୁରୁଷ ଶିକ୍ଷକଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଅନ୍ୟ ଏକ କୋଠରୀରେ, ସେମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ତାଙ୍କ ଛାତି ଏବଂ ହାତରେ ଗୁଳି ବାଜିଥିବା ଦେଖିଥିଲେ। ପୋଲିସ କହିଛି ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି।
- ଘରେ ଜେଜେବାପାଙ୍କୁ ହତ୍ୟା

- ସ୍କୁଲରେ କ’ଣ ଘଟିଥିଲା?
ଛାତ୍ରଙ୍କ ହଠାତ୍ ଅତର୍କିତ ଗୁଳିଚାଳନା ସ୍କୁଲରେ ଆତଙ୍କ ସୃଷ୍ଟି କରିଥିଲା। ଛାତ୍ରମାନେ କ୍ୟାମ୍ପସରୁ ପଳାଇବାକୁ ଲାଗିଲେ, ଏବଂ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ଶିକ୍ଷକମାନେ ସ୍କୁଲ ବାହାରକୁ ଆସି ଡରିକି କାନ୍ଦୁଥିବାର ଦେଖାଯାଇଥିଲା। ଜଣେ ୧୮ ବର୍ଷୀୟ ଛାତ୍ର କହିଛନ୍ତି ଯେ ଗୁଳିକାଣ୍ଡ ପ୍ରଥମେ ବାଣ ଫୁଟିବା ଭଳି ଶବ୍ଦ କରୁଥିଲା। କେବେ ଭାବି ନ ଥିଲୁ ଯେ, ସ୍କୁଲରେ କେହି ସତ ବନ୍ଧୁକ ଆଣି ଫୁଟାଉଥିବ। ଅତର୍କିତ ଗୁଳି ଚାଳନା କରାଯାଇଥିଲା । ତା’ପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା।
- ଛାତ୍ରଙ୍କ ପିଠି ଆଉ ଛାତିରେ ଗୁଳି ବାଜିଥିଲା
ଇମରଜେନ୍ସି ସର୍ଭିସର କର୍ମଚାରୀ କହିଛନ୍ତି, ବହୁ ଛାତ୍ରଙ୍କ ପିଡି ଏବଂ ଛାତିରେ ଗୁଳି ବାଜିଛି। ଥାଇଲ୍ୟାଣ୍ଡର ଶିକ୍ଷା ମନ୍ତ୍ରୀ ପ୍ରସେର୍ଟ ଜାନ୍ତାରାରୁଆଙ୍ଗଟୋଙ୍ଗ ନିଶ୍ଚିତ କରିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିକ୍ଷକ ଏବଂ ଛାତ୍ର ଉଭୟ ଅଛନ୍ତି। ଜରୁରୀକାଳୀନ ସେବା କର୍ମୀ କିଆଟିଖୁନ୍ ୱେରାପୋଙ୍ଗପ୍ରାଦିଥ କହିଛନ୍ତି ଯେ ଗୁଳିକାଣ୍ଡ ଚାଲିଥିବା ସମୟରେ ତାଙ୍କ ଦଳ ସ୍କୁଲରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଉଦ୍ଧାରକାରୀମାନେ ସ୍କୁଲର ଉପର ମହଲାରେ ଜଣେ ପୁରୁଷ ଶିକ୍ଷକଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଅନ୍ୟ ଏକ କୋଠରୀରେ, ସେମାନେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ତାଙ୍କ ଛାତି ଏବଂ ହାତରେ ଗୁଳି ବାଜିଥିବା ଦେଖିଥିଲେ। ପୋଲିସ କହିଛି ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories