Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶରେ ଥମୁନି ହିଂସା,ଶେଖ୍ ହସିନାଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର

International

ବାଂଲାଦେଶରେ ଥମୁନି ହିଂସା,ଶେଖ୍ ହସିନାଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର

Sangram Tripathy
Browse all articles by Sangram Tripathy
·1 year ago·2 min read
ବାଂଲାଦେଶରେ ଥମୁନି ହିଂସା,ଶେଖ୍ ହସିନାଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର

ବିଗୁଡୁଛି ବାଂଲାଦେଶର ସ୍ଥିତି,ଥମୁନି ସଂରକ୍ଷଣ ତାତି। ଉଗ୍ରରୂପ ନେଲାଣି ବିଦ୍ରୋହ । ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ମୃତଦେହ ଉଦ୍ଧାର ହେଲାଣି।  ବିକ୍ଷୋଭକାରୀଙ୍କ ରଣହୁଙ୍କାରରେ ବାଂଲାଦେଶ ହୋଇଛି ଛାରଖାର । ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେକ ହସିନା ମଧ୍ୟ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ସତ୍ତା ପଲଟିବା ପରେ ଏବେ ପୁରା ଦେଶର ଶାସନ କ୍ଷମତା ରହିଛି ସେନା ହାତରେ ।

ଅନ୍ତରୀଣ ସରକାର ଗଠନ ପାଇଁ ମଧ୍ୟ ଚାଲିଛି ଆଲୋଚନା। ଅନ୍ୟପଟେ  ଏଭଳି ସଙ୍କଟ ସମୟରେ ସଂସଦ ଭଙ୍ଗ କରିଛନ୍ତି ବାଂଲାଦେଶର ରାଷ୍ଟ୍ରପତି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଖବର ବାଂଲାଦେଶକୁ ଛାରଖାର କରିବା ପଛରେ ରହିଛି ଚୀନ-ପାକିସ୍ତାନର ହାତ। ସଂରକ୍ଷଣ ତାତି ଉଗ୍ରରୂପ ଧାରଣ କରିବା,ଶେଖ ହସିନାଙ୍କୁ ଗାଦିରୁ ହଟାଇବା ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପାକିସ୍ତାନର ଗୁଇନ୍ଦା ଆଇଏସଆଇ। ସରକାର ବଦଳାଇବା ଲାଗି ଲଣ୍ଡନରୁ ହୋଇଥିଲା ଯୋଜନା, ପାଣ୍ଠି ଯୋଗାଇଥିଲା ଚୀନ ସଂସ୍ଥା। ମିଳିଥିବା ରିପୋର୍ଟ ଅନୁଯାୟୀ ପାକିସ୍ତାନ ସାଥିରେ ଚୀନ ମଧ୍ୟ ଏହି ଷଡଯନ୍ତ୍ରରେ ହୋଇଥିଲା ସାମିଲ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ରେହମାନ କୁଆଡେ ସାଉଦ ଆରବରେ ଆଇଏସଆଇ ଅଧିକାରୀଙ୍କ ସହ କରିଥିଲେ ବୈଠକ। ଅନ୍ୟପଟେ ପାକିସ୍ତାନ ସେନା ଆଇଏସଆଇ ହସିନାଙ୍କ ସରକାରଙ୍କୁ ସଙ୍କଟରେ ପକାଇ ବିରୋଧୀ ବିଏନପିକୁ ସରକାରକୁ ଆଣିବା ଲକ୍ଷ୍ୟରେ ଷଡଯନ୍ତ୍ର କରିଥିବା କୁହାଯାଉଛି। ଅନ୍ୟପଟେ ଦେଖିବାକୁ ଗଲେ ବିଏନପି ହେଉଛି ପାକିସ୍ତାନ,ଚୀନର ସମର୍ଥକ। ବାଂଲାଦେଶରେ ଲାଗିଥିବା ଆଶାନ୍ତ ନିଆଁରେ ଘିଅ ଢାଳିଛନ୍ତି ଉଭୟ ପାକ୍ ଓ ଡ୍ରାଗନସେନା।  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବିଏନପିର ଅଧ୍ୟକ୍ଷା ଖାଲିଦା ଜୟା ମଧ୍ୟ ଜେଲରୁ ମୁକୁଳିଛନ୍ତି,ଅଧିକ ବୟସ କାରଣରୁ ସେ ହୋଇନପାରନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ତାଙ୍କୁ ମୁକୁଳାଇବାକୁ ଛାତ୍ରସଂଙ୍ଗଠନ ଦାବି କରିଆସୁଥିଲେ। ସେପଟେ ପଡୋଶୀରେ ସ୍ଥିତି ଉତ୍ତେଜନା ଥିବାରୁ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ମଧ୍ୟ କଡାକଡି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାଂଲାଦେଶରେ ହିଂସାର ମୂଳ କାରଣ ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା । ଦେଶରେ ସରକାରୀ ଚାକିରିରେ ରହିଛି ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ  ରହିଛ ଏହି ବ୍ୟବସ୍ଥା, ଯାହାକୁ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ଦାବି କରିଆସୁଥିଲେ। ଏବେ ଶେଖ୍‌  ହଶିନାଙ୍କ ଯୁଗ ଶେଷ ହୋଇଥିବାବେଳେ କେବେ ଲିଭିବ ଆଶାନ୍ତ ବାଲାଂଦେଶର ନିଆଁ

Argus Whatsapp Channel Mobile Top
Sponsored
Thamuni violence in Bangladesh, conspiracy to oust Sheikh Hasina | Argus News