Videos
|
International

ଥ୍ୟାଙ୍କ ଗଡ୍ ଆମେ ସେହି ବିମାନରେ ଗଲୁନି

Arpita Mohanty
Browse all articles by Arpita Mohanty
·1 year ago·2 min read
ଥ୍ୟାଙ୍କ ଗଡ୍ ଆମେ ସେହି ବିମାନରେ ଗଲୁନି

ଅର୍ଗସ ବ୍ୟୁରୋ: କଥାରେ ଅଛି ରଖିଲେ ଶିବ ମାରିବ କିଏ? ଅର୍ଥାତ୍ ଯଦି ଭଗବାନଙ୍କର କୃପା ଥିବ ତାହେଲେ ମୃତ୍ୟୁ କେବେ ବି ଛୁଇଁ ପାରିବ ନାହିଁ। ଏମିତି ଏକ ଘଟଣା ଘଟିଛି ବ୍ରାଜିଲରେ ହୋଇଥିବା ବିମାନ ଦୁର୍ଘଟଣାରେ। ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଯାତ୍ରୀ। ସେମାନେ ବି ପ୍ରସ୍ତୁତ ଥିଲେ ସେହି ବିମାନରେ ଯାତ୍ରା କରିବା ପାଇଁ। ହେଲେ ସେମାନଙ୍କ ଭାଗ୍ୟ ସେମାନଙ୍କୁ ମୃତ୍ୟୁ କବଳରୁ ବଞ୍ଚାଇଦେଇଥିଲା । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏତେ ବଡ ବିମାନ ଦୁର୍ଘଟଣାରୁ ସେମାନେ ବଞ୍ଚିଲେ କେମିତି।? ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା।

 

ଏୟାରପୋର୍ଟରେ ପହଁଞ୍ଚିଯାଇଥିଲେ ଆଡ୍ରିଆନୋ ଆସିସ୍ ଏବଂ ଆଉ ଜଣେ ବ୍ୟକ୍ତି। ଟେକ୍ ଅଫ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ବୋଡିଂ ଘୋଷଣାର ଅପେକ୍ଷା କରିଥିଲେ। କିନ୍ତୁ ସେହି ସମୟରେ ଭୋପାସ୍ ସହିତ ଲାଟମ୍ ବିମାନ ମଧ୍ୟ ଟେକ୍ ଅଫ୍ କରୁଥିଲା ଯାହାକୁ ନେଇ ଦ୍ବନ୍ଦରେ ପଡିଯାଇଥିଲେ ଦୁଇ ଯାତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଡ୍ରିଆନୋ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭୋପାସ୍ ବିମାନରେ ସେ ବସିବାକୁ ଯାଉଥିଲେ। ବିମାନବନ୍ଦରରେ ପହଞ୍ଚି ବୋର୍ଡିଂ ଘୋଷଣାକୁ ଅପେକ୍ଷା କରିଥିଲେ କିନ୍ତୁ ତାହା ଆସିନଥିଲା। ତା’ପରେ ସେ ଭୁଲ୍ ଗେଟ୍ ରେ ଅଛନ୍ତି ବୋଲି ଜାଣି ଭୋପାସ୍ ଗେଟ୍ ନିକଟକୁ ଯାଇଥିଲେ। କିନ୍ତୁ ଜଣେ କର୍ମଚାରୀ ତାଙ୍କୁ ସେଠାରୁ ଫେରାଇ ନେଇଥିଲେ। ସେଥିପାଇଁ ଆସିସ୍ ଙ୍କର ଉକ୍ତ କର୍ମଚାରୀଙ୍କ ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା। କିନ୍ତୁ ସେହି କର୍ମଚାରୀଙ୍କ ପାଇଁ ଆଜି ତାଙ୍କ ବଞ୍ଚିଛି ବୋଲି ସିଏ କହିଛନ୍ତି।

ଆସିସ୍ ଦୁର୍ଘଟଣା ବିଷୟରେ ଜାଣିବା ପରେ କର୍ମଚାରୀଙ୍କୁ ଆଲିଙ୍ଗନ କରିଥିଲେ। ଆସିସ୍ ଙ୍କ ପରି ଆଉ ଜଣେ ଯାତ୍ରୀ ମଧ୍ୟ ସେହି ବିମାନକୁ ହରାଇଥିଲେ। ସେହି ବିମାନରେ ନଯାଇଥିବାରୁ ସିଏ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ଉଭୟ ନିଜର ଅନୁଭବ ସେୟାର କରିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ। ସେ କହିଛନ୍ତି କେଉଁ ବିମାନରେ ଯିବେ ବୋଲି ଦ୍ବନ୍ଦରେ ପଡ଼ି ଉଭୟ ବିମାନ ହରାଇଥିଲେ। 

ଅଧିକ ପଢନ୍ତୁ ବିଦେଶ ଖବର
 

Brazil plane crash, 2 men got saved for not being able to go on that plane. Later they thanked god. | Argus News