Videos
|
International

ବାଲ୍ଟିମୋର ବ୍ରିଜକୁ ଜାହାଜ ଧକ୍କା ଦେବା ଘଟଣା: କାହିଁକି ଏବଂ କିଭଳି ହୋଇଥିଲା ଦୁର୍ଘଟଣା

Ritu Das
Browse all articles by Ritu Das
·2 years ago·2 min read
ବାଲ୍ଟିମୋର ବ୍ରିଜକୁ ଜାହାଜ ଧକ୍କା ଦେବା ଘଟଣା: କାହିଁକି ଏବଂ କିଭଳି ହୋଇଥିଲା ଦୁର୍ଘଟଣା

ଅର୍ଗସ ବ୍ୟୁରୋ: ଦିନକ ପୂର୍ବରୁ ଆମେରିକାରୁ ଆସିଥିଲା ବଡ ଖବର । ମାଲବାହୀ ଜାହାଜ ଧକ୍କାରେ ବାଲଟିମୋରର ଦୀର୍ଘତମ ବ୍ରିଜ ତାସ ଘର ପରି ଭୁଶୁଡି ପଡିଥିଲା।ସୋସିଆଲ ମିଡିଆଠୁ ନେଇ ଆମେରିକା ଓ ଅନ୍ୟ ରାଷ୍ଟ୍ରର ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା। ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀଲଙ୍କା କଲମ୍ବୋରୁ ଆସୁଥିବା ଏହି ଜାହାଜରେ ଥିବା ସମସ୍ତ ୨୨ଜଣ କ୍ରିୟୁ ସଦସ୍ୟ ଭାରତୀୟ ଥିଲେ ଓ ସେମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଜୀବନ ରକ୍ଷା ପାଇଛି।

ଆମେରିକା ମେରିଲ୍ୟାଣ୍ଡ ଗଭର୍ଣ୍ଣର ବେଶମୁରଙ୍କ ସୂଚନା ଅନୁଯାୟୀ ବ୍ରିଜ୍ ଭୁଶୁଡିବା ପୂର୍ବରୁ ଡଲି ନାମକ ୩ଶହ ଲମ୍ବ ବିଶିଷ୍ଟ ମାଲବାହୀ ଜାହାଜ ଶ୍ରୀଲଙ୍କା କଲମ୍ବୋରୁ ଆସୁଥିଲା। ଘଣ୍ଟାକୁ ୮କିଲୋମିଟର ବେଗରେ ଯାତ୍ରା କରୁଥିଲା। ଦୁର୍ଘଟଣା ଆଶଙ୍କା ପରେ ଜାହାଜର କ୍ର୍ୟୁ ସଦସ୍ୟ ସତର୍କ କଲ ଦେଇଥିଲେ। ତେଣୁ ବ୍ରିଜର ଉଭୟ ପାଶ୍ୱର୍ର ଟ୍ରାଫିକକୁ ତୁରନ୍ତ ବନ୍ଦ ରଖାଯାଇଥିଲା। ବହୁ ଲୋକଙ୍କ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଥିଲ। ୨୨ଜଣ ଭାରତୀୟ କ୍ର୍ୟୁ ସଦସ୍ୟ ପ୍ରକୃତ ହିରୋ ଅଟନ୍ତି।

ତେବେ ଦୁର୍ଘଟଣା ସମୟରେ ହାତଗଣତି କିଛି ଗାଡି ବ୍ରିଜ ଉପରେ ଥିବା ଯୋଗୁଁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସର୍ଚ୍ଚ ଅପରେସନରେ ୨ଜଣଙ୍କୁ ଜୀବନ୍ତ ଉଦ୍ଧାର ମଧ୍ୟ କରାଯାଇଛି । ଦୁର୍ଘଟଣାରେ କେବଳ ବ୍ରିଜ ଭୁଷୁଡି ପଡିନି ବରଂ ଧକ୍କାରେ ମାଲବାହୀ ଜାହାଜର ଅନେକ ଅଂଶ ଜଳିପୋଡି ପାଉଁଶ ହୋଇଥିଲେ ବି ସମସ୍ତ କ୍ରିୟୁ ସଦସ୍ୟ ମୃତ୍ୟୁକୁ ମାତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ନଜର ପକାନ୍ତୁ ଏହି ଦୁଇଟି ଦୃଶ୍ୟ ଉପରେ । ଗୋଟିଏ ପାଶ୍ୱର୍ରେ ରହିଛି ଦୁର୍ଘଟଣା ସମୟର ଦୃଶ୍ୟ ଓ ଅନ୍ୟପଟେ ରହିଛି ଦୁର୍ଘଟଣା ପରର ଦୃଶ୍ୟ। କିଛି ମୂହୁର୍ତ୍ତରେ ବଦଳିଯାଇଛି ଦୃଶ୍ୟ । ସେପଟେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଯୋଗୁଁ ବାଲଟିମୋର ପୋର୍ଟରେ ସମସ୍ତ ଜାହାଜ ଚଳାଚଳ ବନ୍ଦ ରଖାଯାଇଛି । ଫ୍ରାନ୍ସିସ ସ୍କଟ ବ୍ରିଜକୁ ମାଲାବାହୀ ଜାହାଜ ଧକ୍କା ଦେବା ପରେ ଏହା ପାଲପସ୍କୋ ନଦୀକୁ ଖସିପଡିଥିଲା ।୨.୬ କିଲୋମିଟର ୪ଲାଇନ ବିଶିଷ୍ଟ ବ୍ରିଜଟି ୧୯୭୭ ମସିହାରୁ କାର୍ଯ୍ୟକ୍ଷମ ହେବା ସହ ଏହା ଆମେରିକାର ବାଣିଜ୍ୟ ସହରକୁ ଯୋଡୁଥିବା ଅନ୍ୟତମ ବ୍ରିଜ ଅଟେ।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

The Baltimore Bridge | Argus News