ସରକାର କହିବେ ଆପଣ କେତେ ସମୟ ମୋବାଇଲ୍ ଦେଖିବେ

ସାରା ବିଶ୍ୱ ପାଇଁ ମୋବାଇଲ୍ର ଅପବ୍ୟବହାର ଏକ ଚିନ୍ତାର କାରଣ ପାଲଟିଛି। ପରିସ୍ଥିତି ଏମିତି ହୋଇଛି ପାଠ ପଢାକୁ ଅଧିକ ସମୟ ସୋସିଆଲ ମିଡ଼ିଆରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି ଯୁବ ଗୋଷ୍ଠୀ। ଯାହାକୁ ନେଇ ଏକ କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି ଚୀନ ସରକାର। ଏଣିକି ସରକାର ନିଷ୍ପତ୍ତି ନେବେ ଆପଣ କେତେ ସମୟ ସୋସିଆଲ ମିଡ଼ିଆ ଦେଖିବେ ?
ଚୀନ ଅଧିକାରୀମାନେ ବିଶ୍ୱାସ କରୁଛନ୍ତି ଅଧିକ ସମୟ ଇଲେକଟ୍ରୋନିକ୍ସ ସ୍କ୍ରିନ୍ ବ୍ୟବହାର ଶାରୀରିକ ସ୍ବାସ୍ଥ୍ୟ ଏବଂ ପାଠ ପଢାକୁ ପ୍ରଭାବିତ କରୁଛି। ଯାହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ଆପ୍ସରେ ସ୍କ୍ରିନିଂ ସମୟ ହ୍ରାସ କରିବାକୁ ସରକାର ଯୋଜନା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ବୃଦ୍ଧି ପାଉଥିବା ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆ ବ୍ୟବହାର ସମ୍ପର୍କରେ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି।
📱 Get Argus News App
✨ନିକଟରେ ଅନୁଷ୍ଠିତ ହୋଇଥିବା ଏକ ରାଜନୈତିକ ବୈଠକରେ ପୂର୍ବତନ ବାସ୍କେଟବଲ୍ ତାରକା ୟାଓ ମିଙ୍ଗ୍ ପ୍ରତି ସେମିଷ୍ଟରରେ ଗୋଟିଏ ଦିନ ପାଇଁ ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ବନ୍ଦ କରିବା ଏବଂ ପିଲାମାନଙ୍କୁ ବାହାରେ ଖେଳିବାକୁ ସୁଯୋଗ ଦେବାକୁ ପସ୍ତାବ ଦେଇଥିଲେ। ଏଥିସହିତ ଅନଲାଇନ୍ ଗେମିଂ ଉପରେ କଠୋର କଟକଣା ଲାଗୁ କରିବା ସହ ଅଶ୍ଲୀଳ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ୨୦୨୦ରେ ସୋସିଆଲ ମିଡ଼ିଆ ଓ ଗେମିଂ ଆପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଇନର ପ୍ରୋଟେକ୍ସନ ଲ ଲାଗୁ କରାଯାଇଥିଲା। ଏଥିସମେତ ୨୦୨୧ ରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାତି ୧୦ ରୁ ସକାଳ ୮ ଟା ପର୍ଯ୍ୟନ୍ତ ଗେମ ଖେଳିବା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ସେମାନଙ୍କୁ କେବଳ ଦିନକୁ ୧ ଘଣ୍ଟା ଓ ସପ୍ତାହ ଶେଷରେ ୨ ଘଣ୍ଟା ଖେଳିବା ପାଇଁ ଅନୁମତି ଦିଆଯାଇଥିଲା।
ତେବେ ୨୦୨୪ ରେ ଏଥିରେ ପରିବର୍ତ୍ତନ ଆସିଥିଲା। ନୂଆବର୍ଷରେ ଟିସେଣ୍ଟ ଗେମ୍ ୩୨ ଦିନରେ ୧୫ ଘଣ୍ଟା ଗେମ୍ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା। ସମସ୍ୟା ଏଠି ଇଣ୍ଟରନେଟ୍ ନୁହେଁ ବରଂ ପାଠ ପଢା ଚାପ ରହିଛି। କୁହାଯାଉଛି ସରକାରଙ୍କ ଏହି ନିଷ୍ପତ୍ତି ଏହି ପ୍ରସ୍ତାବ ବ୍ୟବହାରିକ ଭାବେ ପ୍ରଭାବଶାଳୀ ହେବ ନାହିଁ।