Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶ ପାଇଁ ଏବେ କାଳ ସାଜିଛି ଜନସଂଖ୍ୟା ହ୍ରାସ, ଚିନ୍ତାରେ ସରକାର !

International

ଦେଶ ପାଇଁ ଏବେ କାଳ ସାଜିଛି ଜନସଂଖ୍ୟା ହ୍ରାସ, ଚିନ୍ତାରେ ସରକାର !

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ଦେଶ ପାଇଁ ଏବେ କାଳ ସାଜିଛି ଜନସଂଖ୍ୟା ହ୍ରାସ, ଚିନ୍ତାରେ ସରକାର !

Key Points

ଚାଇନାର ଶାଣ୍ଡୋଙ୍ଗ ଶଣ୍ଟିଆନ୍ କେମିକାଲ୍ ଗ୍ରୁପ୍ ଭଳି କେତେକ କମ୍ପାନୀ ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିଛି ।

ଭାରତ ଭଳି ବିଶ୍ୱରେ କିଛି ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ଜନସଂଖ୍ୟା ହ୍ରାସ ହେବା ମଧ୍ୟ ଅନେକ ଦେଶରେ ଏକ ଗୁରୁତର ସମସ୍ୟା ଭାବରେ ଉଭା ହୋଇଛି । କିଛି ବର୍ଷ ପୂର୍ବେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିବା ଚୀନ୍ ବର୍ତ୍ତମାନ ଜନସଂଖ୍ୟା ହ୍ରାସ ଯୋଗୁଁ ଅସୁବିଧାରେ ପଡିଛି । ଏହି ସଙ୍କଟର ମୁକାବିଲା ପାଇଁ ଚୀନ୍ ସରକାର ଜନସଂଖ୍ୟା ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଦମ୍ପତିଙ୍କୁ କେବଳ ଗୋଟିଏ ସନ୍ତାନ ଜନ୍ମ ପାଇଁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ ସରକାର ଏହି ନୀତିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଦେଇଛନ୍ତି।


ଏହି କାରଣରୁ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀମାନଙ୍କୁ ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ବିବାହ କରି ପରିବାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କର୍ମଚାରୀମାନେ ତାହା ନକରନ୍ତି ଏବଂ ଏକୁଟିଆ ରୁହନ୍ତି, ତେବେ ସେମାନଙ୍କୁ ବରଖାସ୍ତ କରାଯାଇପାରେ । ୨୦୨୩ ତୁଳନାରେ ୨୦୨୫ରେ ଜନସଂଖ୍ୟା କମିବା କାରଣରୁ ସରକାର ବର୍ଷ ଆରମ୍ଭରୁ ଏଭଳି ନିଷ୍ପତି ନେଇଛନ୍ତି ।


ଚାଇନାର ଶାଣ୍ଡୋଙ୍ଗ ଶଣ୍ଟିଆନ୍ କେମିକାଲ୍ ଗ୍ରୁପ୍ ଭଳି କେତେକ କମ୍ପାନୀ ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିଛି । ଜାନୁୟାରୀରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ୨୮ ରୁ ୫୮ ବର୍ଷ ବୟସର ଅବିବାହିତ ଏବଂ ଛାଡପତ୍ର ପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ନିୟମ ଅଧୀନରେ ଅଣାଯାଇଛି । ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି, ଦେଶର ଆହ୍ୱାନକୁ ଗ୍ରହଣ ନକରିବା, ବିବାହ ନକରିବା ଏବଂ ସନ୍ତାନସନ୍ତତି ନକରିବା ଦେଶ ସହ ବିଶ୍ୱାସଘାତକତା କରିବା ସଙ୍ଗେ ସମାନ । ନିୟମ ନମାନି ବିବାହ ନକଲେ, ଚାକିରିରୁ ବରଖାସ୍ତ କରାଯିବ । କମ୍ପାନୀ କର୍ମଚାରୀମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚୀନରେ ଜନସଂଖ୍ୟା ବୃଦ୍ଧି ପାଇଁ ଅନେକ ନୂତନ ପରୀକ୍ଷଣ କରାଯାଉଛି । ସମ୍ପ୍ରତି ଏକ ବଡ଼ ସୁପରମାର୍କେଟ ଚେନ ନିଜ ବିବାହରେ ଉପହାର ନମାଗିବାକୁ ପରାମର୍ଶ ଦେଇଛି, ଯାହାଫଳରେ ବିବାହ ଖର୍ଚ୍ଚ ହ୍ରାସ ପାଇବ ଏବଂ ଲୋକମାନେ ଶୀଘ୍ର ବିବାହ କରିବାକୁ ଉତ୍ସାହିତ ହେବେ ।


ଗତ ବର୍ଷ ଚୀନରେ ୬୧ ଲକ୍ଷ ବିବାହ ହୋଇଥିଲା, ଯାହା ୨୦୨୨ ତୁଳନାରେ ୨୦% କମ୍ । ୧୯୮୬ ଠାରୁ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଗତ ତିନି ବର୍ଷ ଧରି ଚୀନରେ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି, ଯେଉଁଥିପାଇଁ ସରକାର ଚିନ୍ତିତ ଅଛନ୍ତି ।


ଏହି ଧାରାକୁ ରୋକିବା ପାଇଁ ସରକାର ନୂତନ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ବିବାହ ବୟସ ହ୍ରାସଠାରୁ ଆରମ୍ଭ କରି ଗର୍ଭଧାରଣକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପଦକ୍ଷେପ ରହିଛି। କିନ୍ତୁ ପ୍ରଶ୍ନ ହେଉଛି ବାଧ୍ୟତାମୂଳକ ବିବାହ ଏବଂ ପରିବାର ବୃଦ୍ଧି ପାଇଁ ଏପରି ଆଦେଶ ପ୍ରକୃତରେ ପ୍ରଭାବଶାଳୀ ହେବ କି ?

Sponsored
The country is facing a population decline, the government is worried! | Argus News