Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ସମୟ କିସ୍ କରି ଗିନିଜ ୱାର୍ଲଡ ରେକର୍ଡ କରିଥିବା କପଲ ବର୍ତ୍ତମାନ ଅଲଗା

International

ଦୀର୍ଘ ସମୟ କିସ୍ କରି ଗିନିଜ ୱାର୍ଲଡ ରେକର୍ଡ କରିଥିବା କପଲ ବର୍ତ୍ତମାନ ଅଲଗା

Ritu Das
Browse all articles by Ritu Das
·1 year ago·1 min read
ଦୀର୍ଘ ସମୟ କିସ୍ କରି ଗିନିଜ ୱାର୍ଲଡ ରେକର୍ଡ କରିଥିବା କପଲ ବର୍ତ୍ତମାନ ଅଲଗା

ଦୀର୍ଘ ସମୟ କିସ୍ କରିବାର ଗିନିଜ ୱାର୍ଲଡ ରେକର୍ଡ କରିଥିବା କପଲ ବର୍ତ୍ତମାନ ଅଲଗା ହୋଇଛନ୍ତି। ଥାଇଲାଣ୍ଡରେ ରହୁଥିବା ଏକଚାୟ ତିରନାରନ ଏବଂ ତାଙ୍କ ପତ୍ନୀ ଲକ୍ଷଣା ୨୦୧୩ରେ ୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ କିସ୍ କରି ଏହି ରେକର୍ଡ କରିଥିଲେ। ବିବିସି ସାଉଣ୍ଡସ ପୋଡକାଷ୍ଟ ‘ୱିଟନେସ ହିଷ୍ଟ୍ରି’ରେ କଥା ହେଉଥିବା ବେଳେ ଏକ୍କଚାୟ ନିଜର ଛାଡପତ୍ରକୁ ନେଇ ସ୍ପଷ୍ଟ କରିଛନ୍ତି। ଏକଚାୟ କହିଛନ୍ତି ଯେ, ସେ ଦୁହେଁ ଅଲଗା ହୋଇଯାଇଥିଲେ ସୁଦ୍ଧା ରେକର୍ଡକୁ ନେଇ ସେମାନେ ସର୍ବଦା ଗର୍ବିତ। ସେ କହିଛନ୍ତି ଯେ, ପ୍ରତିଯୋଗୀତାର ନିୟମ ଖୁବ କଠିନ ଥିଲା। ଏଥିପାଇଁ ଏହାକୁ ପୂରଣ କରିବା ଖୁବ କଠିନ ଥିଲା। ବାଥରୁମ ବ୍ରେକ ସମୟରେ ବି ସେମାନଙ୍କ ଓଠ ଯୋଡି ହୋଇଥିଲା।


ପାଣି ପିଇବା ସମୟରେ ବି ସେମାନଙ୍କ ଓଠ ଅଲଗା ହେଉନଥିଲା। ସେ ଆହୁରି କହିଛନ୍ତି ଯେ, ମୁଁ ଏହି ରେକର୍ଡରେ ଖୁବ ଗର୍ବିତ। ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଙ୍ଗରେ ଥିଲୁ। ମୁଁ ସର୍ବଦା ସେହି ମୁହୂର୍ତ୍ତକୁ ମନେରଖିବି। ଏହା ପ୍ରଥମ ଥର ନୁହେଁ ଯେ, ଏହି କପଲ ୫୮ ଘଣ୍ଟା କିସ୍ କରିଥିଲେ, ବରଂ ଏହା ପୂର୍ବରୁ ସେମାନେ ୨୦୧୧ରେ ୪୬ ଘଣ୍ଟା ୨୬ ମିନିଟ ପର୍ଯ୍ୟନ୍ତ କିସ୍ କରି ଏକ ପ୍ରତିଯୋଗିତା ଜିତିଥିଲେ। ଏହା ଭାଲେଣ୍ଟାଇନ୍ସ ଡେ ର ଠିକ ପୂର୍ବରୁ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତାଙ୍କୁ ହାରାହରି ୧୩ ଲକ୍ଷ ଟଙ୍କା ଏବଂ ଆଉ ଏକ ହୀରାର ମୁଦୀ ମିଳିଥିଲା। ଏଥିପାଇଁ ସେମାନେ ଏଥିରେ ଭାଗ ନେବାର ନିଷ୍ପତ୍ତି ନେଇଥିଲେ। ସେମାନେ ଏଥିରେ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The couple who set the Guinness World Record for the longest kiss are now separated. | Argus News