ଏହିଠାରେ ରହିବା ପାଇଁ ସରକାର ଦେଉଛନ୍ତି ୨୭ ଲକ୍ଷ

ଅର୍ଗସ ବ୍ୟୁରୋ: ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ରହିବା ପାଇଁ ସରକାର ନିଜେ ପଇସା ଦେଉଛନ୍ତି ତାହା ପୁଣି ୨୭ ଲକ୍ଷ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଇଟାଲୀର ଟସ୍କନୀରେ ଘର କରି ରହିବା ପାଇଁ ବ୍ୟକ୍ତିମାନଙ୍କୁ ସେଠାକାର ସରକାର ୯ରୁ ୨୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରୁଛନ୍ତି । ଏବେ ଆପଣ ଭାବୁଥିବେ କଣ ପାଇଁ ଇଟାଲି ସରକାର ଏପରି କରୁଛନ୍ତି ?
ମିଳିଥିବା ସୂଚନା ଅନୁସାରେ, ଟସ୍କନୀ ଅଞ୍ଚଳରେ ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏହି ଜାଗାରେ ରହୁଥିବା ଲୋକମାନେ ଟସ୍କନୀ ଛାଡି ଅନ୍ୟତ୍ର ପଳାଉଥିବାରୁ ଏହା ଧୀରେ ଧୀରେ ଜନଶୂନ୍ୟ ହୋଇଯାଉଛି । ଆଉ ଏହି ସମସ୍ୟାର ସମାଧାନ ପାଇଁ ଇଟାଲୀର ସରକାର ଏଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଟସ୍କନୀରେ ଥିବା ଘର ଗୁଡିକର ମୂଲ୍ୟ ମାତ୍ର ୧ ୟୁରୋ ଯାହା ଭାରତୀୟ ମୁଦ୍ରାରେ ୯୦ ଟଙ୍କା । କିନ୍ତୁ ଏଠାରେ ରହିବା ପାଇଁ ଇଟାଲୀ ସରକାରଙ୍କ ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି । ତାହା ହେଉଛି ଟସ୍କନୀ ଅଞ୍ଚଳରେ ରହିବା ପାଇଁ ଇଟାଲୀ କିମ୍ବା ୟୁରୋପିଆନ୍ ୟୁନିୟନର ସଦସ୍ୟ ମାନେ ଆବେଦନ କରିପାରିବେ । ଆଉ ଯଦି ଏମାନଙ୍କୁ ଛାଡି ଅନ୍ୟ କେଉଁ ଦେଶର ଲୋକ ଏଠାରେ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପରମିଟ୍ ଦେବାକୁ ପଡ଼ିବ ।
ତେବେ ଇଟାଲି ସରକାରଙ୍କ ଏଭଳି ପଦକ୍ଷେପ ପଛର କେବଳ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଟସ୍କନୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସହ ଅର୍ଥନୀତିକୁ ସୁଦୃଢ କରିବା।
📱 Get Argus News App
✨ଅଧିକ ପଢନ୍ତୁ ବିଦେଶ ଖବର