ଟେକ୍ନୋଲୋଜି ମାଧ୍ୟମରେ କୃତ୍ରିମ ବର୍ଷା କରାଉଛନ୍ତି ଦୁବାଇ ସରକାର

ଅର୍ଗସ ବ୍ୟୁରୋ: ଦୁବାଇରେ ଜାରି ରହିଛି ଭୀଷଣ ବର୍ଷା। ହେଲେ କାହିଁକି ଆଉ କଣ ପାଇଁ ଆପଣ ଜାଣିଛନ୍ତି କି, ଚାଲନ୍ତୁ ଜାଣିବା ଆରବ ରାଷ୍ଟ୍ରରେ ସେତେ ବର୍ଷା ହୁଏନି। କଥାରେ ଅଛି ପ୍ରକୃତି ଯେତିକି ଶାନ୍ତ ସେତିକି ଉଗ୍ର। କିନ୍ତୁ ଦୁବାଇ ସରକାର ପ୍ରକୃତି ସହିତ ବାରମ୍ବାର ଖେଳୁଛନ୍ତି ଯୋଉଟା କି ଜମା କରିବା କଥା ନୁହେଁ। ଆଉ ଏହାର ପରିଣାମ ଭୋଗୁଛନ୍ତି ଦୁବାଇବାସୀ। ଦୁବାଇବାସୀଙ୍କ ନିଦ ହଜାଇଛି ପ୍ରବଳ ବର୍ଷା।
ଦୁବାଇରେ ସାଧାରଣତଃ ସେତେ ବର୍ଷା ହୁଏନି। ଟେକ୍ନୋଲୋଜି ମାଧ୍ୟମରେ କୃତ୍ରିମ ବର୍ଷା କରାଉଛନ୍ତି ଦୁବାଇ ସରକାର। କ୍ଲାଉଡ ସିଡିଂ କରି ବର୍ଷା କରାଉଛି ଦୁବାଇ ସରକାର। ନିକଟରେ ସାତ ସାତ ଥର କ୍ଲାଉଡ ସିଡିଂ କରାଯାଇଛି। ହେଲିକପ୍ଟର ଦ୍ବାରା ମେଘରେ ସିଲଭର ଆୟୋଡାଇଡ ଏବଂ ପୋଟାସିୟମ ଆୟୋଡାଇଡ ମିଶାଇ ବର୍ଷା କରାଉଛି ଦୁବାଇ ସରକାର। ଫଳରେ ରାଗିଯାଇଛି ପ୍ରକୃତି। ଆଉ ପ୍ରକୃତିର ଉଗ୍ରରୂପ ଦେଖୁଛନ୍ତି ଦୁବାଇବାସୀ। ଗୋଟିଏ ଦିନରେ ଦେଢ଼ ବର୍ଷାର ବର୍ଷା ହୋଇଛି। ବର୍ଷା ହେଲା ବେଳେ ପ୍ରକୃତିର ଭୟଙ୍କର ରୂପ ଦେଖିଛନ୍ତି ଲୋକେ। ସତରେ ପ୍ରକୃତିର କରାଳ ରୂପ ଭାରି ଭୟଙ୍କର । ସୋସିଆଲ ମିଡିଆରେ ଏହି ଘୂର୍ଣ୍ଣିଝଡ଼ର ଭିଡିଓ କଏଦ ହୋଇଛି। ଯାହାକୁ ଦେଖିଲେ ଆପଣଙ୍କର ବି ଛାତି ଥରି ଉଠିବ। ଆକାଶରୁ ପଥର ବର୍ଷା ସହ ବରଫ ବର୍ଷା ମଧ୍ୟ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର