Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସେହି ଦେଶର ସରକାର ଚାହାନ୍ତି ସ୍କୁଲରେ ପିଲା ଜାଣନ୍ତୁ ପ୍ରେମ କଣ ? କ୍ଳାସରେ ପଢା ଯାଉ ପାଠ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସେହି ଦେଶର ସରକାର ଚାହାନ୍ତି ସ୍କୁଲରେ ପିଲା ଜାଣନ୍ତୁ ପ୍ରେମ କଣ ? କ୍ଳାସରେ ପଢା ଯାଉ ପାଠ

Key Points

ଚୀନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ।

ଏଠାକାର ଜନସଂଖ୍ୟା ୧.୪ ବିଲିୟନ ।

ଏଥିମଧ୍ୟରୁ ଅର୍ଦ୍ଧାଧିକ ଲୋକ ବୁଢ଼ା ହେବାକୁ ଯାଉଛନ୍ତି ।

ପ୍ରେମ ଏକ ଅଭୁଲା ଅନୁଭୁତି । ସେଥିପାଇଁ ପ୍ରେମ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଜୀବନରେ ପ୍ରେମ କେତେ ଜରୁରୀ, ସେକଥା ପିଲାମାନେ ଜାଣନ୍ତୁ ବୋଲି ଚାହାନ୍ତି ସରକାର ।


ଚୀନ୍, ଜାପାନ, କୋରିଆ ସମେତ ବିଶ୍ୱର ଅନେକ ଦେଶ, କମ୍ ଜନସଂଖ୍ୟା ଏବଂ କମ୍ ପ୍ରଜନନ ହାର ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଅନେକ ଦେଶରେ ଏବେ ବିବାହ ପାଇଁ ରାଜି ହେଉନାହାନ୍ତି ଲୋକେ । ପିଲାଛୁଆ ଜଞ୍ଜାଳରେ ଘାଣ୍ଟି ନହୋଇ ସ୍ୱାଧୀନ ଜୀବନ ବିତାଇବା ପାଇଁ ପସନ୍ଦ କରୁଛନ୍ତି । ଚୀନର ଲୋକମାନେ ବିବାହ ନକରିବାରୁ ଏଠାକାର ସରକାର ଚିନ୍ତିତ ଅଛନ୍ତି । ଗତ ବର୍ଷ ତୁଳନାରେ ଚୀନରେ ବିବାହରେ ବହୁତ ହ୍ରାସ ଦେଖିବାକୁ ମିଳିଛି । ଏହା ଦେଶର ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।


ଚୀନ୍‌ର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଗତ ବର୍ଷ ୬.୧ ନିୟୁତ ଦମ୍ପତି ବିବାହ ପଞ୍ଜିକରଣ କରିଥିଲେ, ଯାହା ତା’ପୂର୍ବ ବର୍ଷ ତୁଳନାରେ ବହୁତ କମ୍ । ତା’ପୂର୍ବ ବର୍ଷ ୭.୬୮ ମିଲିୟନ ଦମ୍ପତିଙ୍କ ବିବାହ ପଞ୍ଜିକରଣ ହୋଇଥିଲା । ଦେଶରେ ପିଲାଙ୍କ ଲାଳନପାଳନ ଓ ପାଠପଢ଼ା ଖର୍ଚ୍ଚ ଅଧିକ ଥିବାରୁ ବିବାହରୁ ଲୋକେ ମୁହଁ ମୋଡ଼ୁଛନ୍ତି ବୋଲି କୁହାଯାଉଛି । ଏହା ବ୍ୟତୀତ ଚୀନରେ ଅସଂଗଠିତ ଅର୍ଥନୀତି ହେତୁ ଲୋକମାନେ ଚାକିରି ପାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଯେଉଁମାନଙ୍କର ଚାକିରି ଅଛି, ସେମାନଙ୍କର ଭବିଷ୍ୟତରେ ଚାକିରି ରହିବ କି ନାହିଁ ତାହା ଉପରେ ସନ୍ଦେହ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚୀନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠାକାର ଜନସଂଖ୍ୟା ୧.୪ ବିଲିୟନ ହୋଇଥିବା ବେଳେ ଏଥିମଧ୍ୟରୁ ଅର୍ଦ୍ଧାଧିକ ଲୋକ ବୁଢ଼ା ହେବାକୁ ଯାଉଛନ୍ତି ।


ଚୀନରେ ଏକ ଶିଶୁ ନୀତି ଯୋଗୁଁ ୧୯୮୮ ରୁ ୨୦୧୫ ମଧ୍ୟରେ ଜନ୍ମ ହାର ହ୍ରାସ ପାଇଥିଲା । ବର୍ତ୍ତମାନ ଆମେରିକାର ଜନସଂଖ୍ୟା ସହ ସମାନ | ୩୦୦ ମିଲିୟନ ଚୀନୀ ଲୋକ ଚାକିରିରୁ ଅବସର ନେବାକୁ ଯାଉଛନ୍ତି । ଏଭଳି ସ୍ଥିତିରେ ଚୀନରେ ବିବାହ ଏବଂ ପ୍ରେମକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରେମ ଶିକ୍ଷା ଆରମ୍ଭ ହୋଇଛି । ସରକାର ପିଲାଙ୍କୁ ପ୍ରେମ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦ୍ୱାରା ଲୋକମାନେ ବିବାହ, ପ୍ରେମ ପରି ସମ୍ପର୍କ ବୁଝିବା ସହ ପରିବାର ଗଢ଼ିବା ପାଇଁ ସଚେତନ ହେବେ ।


ଲଗାତାର ୩ ବର୍ଷ ଧରି ଚୀନରେ ଅହେତୁକ ଭାବରେ ଜନସଂଖ୍ୟା ହ୍ରାସ ପାଉଛି । ଗତ ବର୍ଷ ୨.୬ ଦମ୍ପତିଙ୍କ ଛାଡପତ୍ର ହୋଇଥିଲା, ଯାହା ୨୦୨୩ ବର୍ଷ ତୁଳନାରେ ୧.୧ ପ୍ରତିଶତ ଅଧିକ ଥିଲା । ଏଥିପାଇଁ ବିବାହ କରୁଥିବା ଓ ପିଲା ଜନ୍ମ କରୁଥିବା ଦମ୍ପତିଙ୍କୁ ସମ୍ମାନିତ କରିବା ପାଇଁ ଚୀନ କ୍ୟାବିନେଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Sponsored
The government wants children to learn what love is in schools? Let's study it in class. | Argus News