Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ, ଯାହାର ନାମ ହେଲା Death Valley: କାହିଁକି?

Ritu Das
Browse all articles by Ritu Das
·2 years ago·2 min read
ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ, ଯାହାର ନାମ ହେଲା Death Valley: କାହିଁକି?

ଅର୍ଗସ ବ୍ୟୁରୋ: ଭାରତ ସମେତ ବିଶ୍ବର ଅନେକ ଦେଶ ଏବେ ଭୀଷଣ ଗରମର ସାମ୍ନା କରୁଛି। ପଶ୍ଚିମ ଆଫ୍ରିକା ସ୍ଥିତ ଦେଶ ଗୁଡ଼ିକରେ ରାତି ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି। କିନ୍ତୁ ଆପଣ କଣ ଜାଣିଛନ୍ତି ଦୁନିଆଁରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠାରେ ଅଧିକ ଗରମ ଅନୁଭୂତ ହୁଏ। ଆଉ ସେଠାରେ କଣ ଲୋକମାନେ ବାସ କରୁଛନ୍ତି। ଚାଲନ୍ତୁ ଜାଣିବା

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ `ଡେଥ ଭ୍ୟାଲି' ହେଉଛି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ। science.orgର ଏକ ରିପୋର୍ଟ ମୁତାବକ ଏଠାକାର ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ। ୧୯୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୬.୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେହିପରି ୨୦୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୪ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା।

ଏହାର ନାଁ ହେଲା `ଡେଥ ଭ୍ୟାଲୀ' ମାନେ `ମୃତ୍ୟୁ ଉପତ୍ୟକା'। ଏହି ଉପତ୍ୟକା କେତେ ଗରମ ଚାଲନ୍ତୁ ଜାଣିବା ଏହି ସ୍ଥାନରେ କିପରି ରହୁଛନ୍ତି ଲୋକ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଯିଏ କିଛି ମିନିଟ ରହିବ ତାହେଲେ ନିଶ୍ଚିତ ଆପଣଙ୍କୁ ନିଜ ଶରୀରରେ ପାଣି ଢାଳିବାକୁ ପଡ଼ିବ। ଏତେ ଗରମ ଯେ, ଯୋତାର ସୋଲ୍‌ ମଧ୍ୟ ତରଳିଯାଏ। ସକାଳ ୧୦ଟା ବାଜିବା ମାତ୍ରେ ବାହାରକୁ ବାହାରିବା ମନା। ଏହାବ୍ୟତୀତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୧୦୦୦ ବର୍ଷ ପୂର୍ବରୁ ଏହି `ଡେଥ ଭ୍ୟାଲି' ରେ ଆମେରିକାର ତିମ୍ବିଶା ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ। ଏମାନେ ପ୍ରାୟ ୧୦୦୦ବର୍ଷ ହେଲା ଏହିସ୍ଥାନରେ ରହୁଛନ୍ତି। ଏହି `ମୃତ୍ୟୁ ଉପତ୍ୟକା' ସମୁଦ୍ର ପତ୍ତନ ଠାରୁ ୮୬ ମିଟର ନିମ୍ନରେ ଅବସ୍ଥିତ। ଖରା ଦିନରେ ତାପାମାତ୍ରା ଅଧିକ ରହୁଥିବାବେଳେ ଶୀତଦିନେ ୦ ଡିଗ୍ରୀରୁ ବିଯୁକ୍ତ ଡିଗ୍ରୀ ତାପମାତ୍ରା ରହିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନ୍ୟାସନାଲ ପାର୍କ ସର୍ଭିସ ରିପୋର୍ଟ ମୁତାବକ ତିମ୍ବିଶା ଜନଜାତି ସମ୍ପ୍ରଦାୟ ଲୋକ ଜାଣିଥାନ୍ତି ଯେ, ଶୀତଦିନେ ପାଣି ସ୍ରୋତ କେଉଁଠାରେ ମିଳ। ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଗଛପତ୍ର ଆଦି ଖାଇଥାଆନ୍ତି। ତେବେ କେଉଁ ସ୍ଥାନରେ ସେମାନଙ୍କର ଖାଦ୍ୟ ସାମଗ୍ରୀ ମିଳେ ସେମାନେ ଜାଣିଥାଆନ୍ତି। ଏହି ମୃତ୍ୟୁ ଉପତ୍ୟକାରେ ଲୋକେ ବସବାସ କରି ଜାଣିସାରିଲେଣି ଯେ, ଜୀବିକା କିପରି ନିର୍ବାହ କରିବେ। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
The Hottest Place | Argus News