୨୦ଫୁଟର ମାଡି ଆସିଲା ପାଣି ଭାସିଗଲା ଘର
·1 year ago·1 min read

Key Points
ଅଚାନକ ବନ୍ୟା ପାଣି ଆସି ମେକ୍ସିକୋ ରୁଡିସୋ ସହର ଜଳାର୍ଣ୍ଣବ
ପାଣି ସୁଅରେ ପତର ପରି ଭାସିଗଲା ଅନେକ ଘର
ରିଓ ରୁଡିସୋ ନଦୀରେ ୩୦ମିନିଟ୍ ମଧ୍ୟରେ ୨୦ଫୁଟର ପାଣି ମାଡି ଆସିଲା
ଅଚାନକ ପାଣି ଆସିବା ଯୋଗୁଁ ଅନେକ ଲୋକ ଭାସି ଯାଇଛନ୍ତି
ମେକ୍ସିକୋରେ ପୁଣି ବନ୍ୟା । ଅଚାନକ ପାଣି ଆସି ମେକ୍ସିକୋର ରୁଡିସୋ ସହରରେ ବ୍ୟାପକ କ୍ଷତି ହୋଇଛି । ଅନେକ ଘର ପାଣି ସୁଅରେ ପତର ପରି ଭାସି ଯାଇଛି । ବନ୍ୟାରେ ମୃତାହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନେକ ଲୋକ ନିଖୋଜ ହୋଇ ଯାଇଛନ୍ତି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ମେକ୍ସିକୋର ରିଓ ରୁଡିସୋ ନଦୀରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୨୦ ଫୁଟ ଉଚ୍ଚର ପାଣି ମାଡି ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ପାଣି ସୁଅରେ ଅନେକ ଘର ଭାସି ଯାଇଥିଳା । ଏବେ ସେଠାରେ ବର୍ଷା ଜାରି ରହିଛି । ପରିସ୍ଥିତିକୁ ଦେଖି ମେକ୍ସିକୋରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: