ମଧ୍ୟପ୍ରାଚ୍ୟ ଯୁଦ୍ଧ : ଋଷିଆ ଶରଣ ପଶିଲା କି ଇରାନ ?

Key Points
- ମଧ୍ୟପ୍ରାଚ୍ୟ ଯୁଦ୍ଧ
- ଋଷିଆ ଶରଣ ପଶିଲା କି ଇରାନ ?
ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଦିନ ଯେତିକି ବଢୁଛି, ଯୁଦ୍ଧର ବିଭୀଷିକା ସେତିକି ବଢୁଛି । ଏହାରି ଭିତରେ । ଏହାରି ଭିତରେ ଅନ୍ୟ ଦେଶ ସହ ଆଲୋଚନା କରିବା ଆରମ୍ଭ କରିଛି ଇରାନ । ଖାଲି ଆଲୋଚନା କରୁଛି ତାହା ନୁହେଁ ବରଂ କେମିତି ପରିସ୍ଥିତି ଶାନ୍ତ ପଡ଼ିବ ସେନେଇ କଥାବାର୍ତ୍ତା ବି ଆରମ୍ଭ କରିଛି । ଏହାରି ଭିତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନର ନୂଆ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁଭେଟିଛନ୍ତି । କୁହାଯାଉଛି ଏହି ଉଚ୍ଚସ୍ତରୀୟ ବୈଠକରେ ଯୁଦ୍ଧ ସମ୍ପର୍କରେ ହିଁ ଆଲୋଚନା ହୋଇଛି ।
ଯୁଦ୍ଧର ଘମାଘୋଟ ଭାବରେ ରଷିଆ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଇରାନ ରାଷ୍ଟ୍ରପତି । ଋଷିଆ ଗଣମାଧ୍ୟମରେ କୁହାଯାଇଛି କି, ବୈଠକର ସମୟ ଅତ୍ୟନ୍ତ ସ୍ୱତନ୍ତ୍ର । ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ବର୍ତ୍ତମାନ ଇରାନ ପ୍ରତିଶୋଧ ପାଇଁ ଅପେକ୍ଷା କରିଛି । କାରଣ ଇରାନ ଏବଂ ରୁଷିଆ ମଧ୍ୟରେ ସାମରିକ ସମ୍ପର୍କ ଏବେ ମଜଭୂତ ହୋଇଛି । ବିଶେଷକରି ଫେବୃଆରୀ ୨୦୨୨ରେ ୟୁକ୍ରେନ ଆକ୍ରମଣ ପରେ ଦୁଇ ଦେଶ ନିକଟତର ହୋଇଛନ୍ତି ।
ସୂଚନା ଅନୁସାରେ, ୨୦୨୨ ମସିହାରେ ରୁଷିଆ ଏବଂ ଇରାନ ମଧ୍ୟରେ ୧.୭ ବିଲିୟନ ଡଲାର ମୂଲ୍ୟର ଡ୍ରୋନ୍ ରପ୍ତାନି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଇରାନ ହଜାର ହଜାର 'ଶହୀଦ ଡ୍ରୋନ୍' ଯୋଗାଇ ଦେଇଛି । ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ରୁଷିଆରେ ଏକ ଡ୍ରୋନ୍ କାରଖାନା ନିର୍ମାଣ କରାଯାଇଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଆମେରିକା-ଋଷିଆର ସମ୍ପର୍କ କେମିତି ଆମେ ସମସ୍ତେ ଜାଣନ୍ତି । ତେଣୁ ଇସ୍ରାଏଲକୁ ଆମେରିକା ସମର୍ଥନ ଦେଉଥିବା ଅଭିଯୋଗ କରିଛି ଇରାନ । ଏବେ ସମୟ କହିବ ପୁଟିନ୍ ଯୁଦ୍ଧକୁ ନେଇ କି ପଦକ୍ଷେପ ନେଉଛନ୍ତି ।