Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲ୍-ଇରାନ୍ ଭୟଙ୍କର ଯୁଦ୍ଧ ସ୍ଥିତି ପାଇଁ ବଢୁଛି ତେଲ ଦର

Rashmita Mishra
Browse all articles by Rashmita Mishra
·1 year ago·2 min read
ଇସ୍ରାଏଲ୍-ଇରାନ୍ ଭୟଙ୍କର ଯୁଦ୍ଧ ସ୍ଥିତି ପାଇଁ ବଢୁଛି ତେଲ ଦର

Key Points

ଭୟଙ୍କର ହେଉଛି ଇସ୍ରାଏଲ୍-ଇରାନ୍ ଯୁଦ୍ଧ ସ୍ଥିତି
ଦୁଇ ଦେଶ ମଧ୍ୟରେ ସଂଘର୍ଷ ୧୧ତମ ଦିନରେ ପହଞ୍ଚିଛି
ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ସାଇରନ୍ ବାଜିବା ପରେ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରିଥିଲା ଇସ୍ରାଏଲ
ଇସ୍ରାଏଲ ଆକ୍ରମଣରେ ଇରାନରେ ଏବେ ସୁଦ୍ଧା ୯୫୦ ଜଣଙ୍କ ମୃତ୍ୟୁ, ୩,୪୫୦ ଆହତ
UNSCରେ ଇରାନ ଉପରେ ଆମେରିକା ଆକ୍ରମଣକୁ ନିନ୍ଦା

ଭୟଙ୍କର ହେଉଛି ଇସ୍ରାଏଲ୍-ଇରାନ୍ ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷ ୧୧ତମ ଦିନରେ ପହଞ୍ଚିଛି । ଆମେରିକା ଆକ୍ରମଣ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି । ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ତେଲ ଅଭିଭ ଏବଂ କେନ୍ଦ୍ରୀୟ ଇସ୍ରାଏଲର ଆଖପାଖ ଅଞ୍ଚଳରେ ସାଇରନ୍ ବାଜିବା ପରେ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରାଯାଇଥିଲା । ଇସ୍ରାଏଲୀ ଆକ୍ରମଣରେ ଇରାନରେ ଏବେ ସୁଦ୍ଧା ୯୫୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ହଜାର ୪୫୦ରୁ ଅଧିକ ଆହତ ହୋଇଛନ୍ତି ।

ସେପଟେ UNSCରେ ଇରାନ ଉପରେ ଆମେରିକା ଆକ୍ରମଣକୁ ନିନ୍ଦା କରାଯାଇଛି । ଅନ୍ୟପଟେ ଏକ ଲମ୍ବା ଯୁଦ୍ଧ ଏଡାଇବା ପାଇଁ ଇରାନ ସହ ପୁଣି ଆଲୋଚନା କରିବାକୁ ଆମେରିକା ପ୍ରସ୍ତୁତ ବୋଲି ସୂଚାଇ ଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଥିଲେ । ତେବେ ଇରାନ୍ ଉପରେ ଆମେରିକା ଆକ୍ରମଣର ଜବାବରେ ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀଗୁଡ଼ିକ ଆମେରିକୀୟ ଘାଟି ଉପରେ ଆକ୍ରମଣ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।


ମଧ୍ୟ ଏସିଆରେ ଇସ୍ରାଏଲ ଓ ଇରାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ପରେ ଏହାର ବଡ ପ୍ରଭାବ ମାର୍କେଟ୍ ଉପରେ ପଡିଛି। ଏସିଆର ଷ୍ଟକ ମାର୍କେଟରେ କାରବାର ହ୍ରାସ ପାଇଛି । ଏଥିସହ ତେଲଦର ବୃଦ୍ଧି ପାଇଛି । ଆନ୍ତର୍ଜାତିକ ବଜାରରେ ଅଶୌଧିତ ତୈଳ ଦର ତିନି ପ୍ରତିଶ୍ ବଢି ୭୯ ଡଲାର ପାର ହୋଇଛି । ଇରାନ ହେଉଛି ବିଶ୍ବର ନବମ ବୃହତ୍ ତେଲ ପ୍ରସ୍ତୁତକାରୀ ଦେଶ । ଏଠାରେ ଦୈନିକ ପ୍ରାୟ ୩.୩ ମିଲିୟନ ବ୍ୟାରେଲ ତେଲ ପ୍ରସ୍ତୁତ ହୁଏ । ଏଥିର ଅର୍ଦ୍ଧାଧିକ ବିଦେଶକୁ ରପ୍ତାନୀ କରାଯାଇଥାଏ । ସେପଟେ ଇସ୍ରାଏଲ- ଇରାନ ଯୁଦ୍ଧର ପ୍ରଭାବ ଏସିଆ ଷ୍ଟକ ମାର୍କେଟ ଉପରେ ପଡିଛି । ନିବେଶକ ମାନେ ଷ୍ଟକ ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-israeli-iranian-war-situation-is-terrible | Argus News