ଖଲିସ୍ତାନୀମାନେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରି କର୍ମକର୍ତ୍ତାଙ୍କୁ ମାଡ ମାରିଛନ୍ତି

ଅର୍ଗସ ବ୍ୟୁରୋ: କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ । ଖଲିସ୍ତାନୀମାନେ ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରିବା ସହ କିଛି କର୍ମକର୍ତ୍ତାଙ୍କୁ ଠେଲାପେଲା କରି ମାଡ ମାରିଛନ୍ତି। ଏହାକୁ ନେଇ କାନାଡା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । କାନାଡାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଉଦେବଗ ପ୍ରକାଶ ପାଇଛି । ବ୍ରମ୍ପଟନ ସ୍ଥିତ ହିନ୍ଦୁ ସଭା ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା ନେଇ କାହାକୁ ଗିରଫ କରାଯାଇନାହିଁ। କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ମୌଳବାଦୀଙ୍କ କାର୍ଯ୍ୟକଳାପ କାନାଡାରେ ଦିନକୁ ଦିନ ବଢିବାରେ ଲାଗିଛି। ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରି ବାରମ୍ବାର ଆକ୍ରମଣ ହେଉଥିବାରୁ ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କାନଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରଡ୍ୟୁ । ଟରୋଣ୍ଟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି। ଗତବର୍ଷ ମଧ୍ୟ କାନାଡାର ଏକ ହିନ୍ଦୁ ମନ୍ଦିର କାନ୍ଥରେ ଥିବା ଚିତ୍ର ଉପରେ ଭାରତ ବିରୋଧୀ ଶ୍ଲୋଗାନ ଲେଖାଯାଇଥିଲା ।
ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆମେରିକାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାନାଡା ସରକାର ଘଟଣାକୁ ନେଇ ରାଜନୀତି କରୁଛନ୍ତି । ସେମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି କରିବାକୁ ଚାହୁଁଛନ୍ତି । ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି ଆତଙ୍କବାଦୀଙ୍କ କାର୍ଯ୍ୟ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: