ମମତାଜଙ୍କ ମୃତ୍ୟୁର ଶେଷ କାଳ ରାତି .....

ଅଗର୍ସ ବ୍ୟୁରୋ: ପ୍ରେମ ଏକ ଅଦୃଶ୍ୟ ଇଲାକା,ଏମିତି ଏକ ଶଦ୍ଦ ଯେ,ଯେଉଁଥିରେ ପାଇବା କମ୍ ଏ ମଣିଷ ହଜାଏ ବେଶୀ,ସବୁ ହଜାଇବା ପରେ,ଜାଣି ବି ପାଗଳ ଭଳି ଖୋଜି ଚାଲେ, ଟିକିଏ ଭଲପାଇବା ପାଇବା ପାଇଁ...କୁହାଯାଏ ଭଲପାଇବା ଭାଗ୍ୟବାନ ବ୍ୟକ୍ତିଙ୍କୁ ହିଁ ମିଳିଥାଏ। ବେଳେ ବେଳେ ଅଧିକ ଭଲପାଇବା ମୃତ୍ୟୁର କାରଣ ମଧ୍ୟ ପାଲଟିଯାଏ। ସେଦିନର ଘଟଣା ଇତିହାସର ପଢାବହି ପାଲଟିଗଲାଣି,ତଥାପି ଏ ମଣିଷ ଅତୀତର ପ୍ରେମର ପୃଷ୍ଠାକୁ ଓଲଟାଏ,ସେ ଜାଣିଛି ପ୍ରେମର ପୃଷ୍ଠାକୁ ଓହ୍ଲାଇଲେ ଯନ୍ତ୍ରଣା ଅଛି କିନ୍ତୁ ସେଥିରେ ବି ଯନ୍ତ୍ରଣା ଭିତରେ ଅଜଣା ଖୁସି ଲୁଚିରହିଛି।
ଶାହଜାହାନ ଯେଉଁ ମମତାଜଙ୍କ ପାଇଁ ଦୁନିଆର ସପ୍ତମ ଆଶ୍ଚୟ ତାଜମହଲ ତିଆରି କରିଥିଲେ ,ମମତାଜଙ୍କ ମୃତ୍ୟୁର ସେ ଭୟାନକ କାଳରାତି, କଥା ମନେ ପଡିଲେ,ଏମିତି ଲାଗେ ମମତାଜଙ୍କ ମୃତ୍ୟୁ ସତରେ ଥିଲା ଏତେ ଯନ୍ତ୍ରଣା ଦାୟକ।
ଉତ୍ତରପ୍ରଦେଶର ଆଗ୍ରା ସହରର ଯମୁନା ନଦୀ କୂଳରେ ଅବସ୍ଥିତ ତାଜମହଲ । ରାତି ହେଲେ ତାଜମହଲରୁ ଶୁଭେ କାନ୍ଦଣାର ସ୍ବର। କିଏ କାନ୍ଦୁଛି? କାହିଁକି କାନ୍ଦୁଛି? କିଛି ଜଣାନାହିଁ କିନ୍ତୁ ସ୍ଥାନୀୟ ଲୋକ କହନ୍ତି କିଟ୍ କିଟ୍ ଅନ୍ଧାର ରାତିରେ ଜଣେ ମହିଳା କାନ୍ଦଣା ସ୍ବର ଶୁଭେ,ତାଜମହଲ ମଧ୍ୟରୁ । ମମତାଜଙ୍କୁ ସମାଧି ଦିଆଯାଇଥିଲା ସେହି ଘରୁ ଆଜି ମଧ୍ୟ ନିଜ ପ୍ରେମିକ ଶାହଜାହାନଙ୍କ ସ୍ମୃତିରେ ମମତାଜ୍ କାନ୍ଦୁଛି ବୋଲି କହନ୍ତି ସ୍ଥାନୀୟଲୋକେ । ମୋଗଲ ସାମ୍ରାଜ୍ୟ ଶାସନ କାଳରେ ଶାହଜାହାନ ନିଜ ପ୍ରିୟ ରାଣୀ ମମତାଜଙ୍କ ସ୍ମୃତିରେ କରିଥିଲେ ନିର୍ମାଣ । ତାଜମହଲ ‘ସଙ୍ଗମରମର’ ନାମକ ପଥରରେ ନିର୍ମିତ । ଯେଉଁଥି ପାଇଁ ଚାନ୍ଦିନୀ ରାତିରେ ତା’ର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥାଏ ମମତାଜଙ୍କୁ ମନେ ପକାନ୍ତି ଶାହଜାହାନ। ଶାହଜାହାନ ଏବଂ ମମତାଜ୍ ପରସ୍ପରକୁ ଏତେମାତ୍ରାରେ ପ୍ରେମ କରୁଥିଲେ କି କେହି କାହାକୁ ମୁହୂର୍ତ୍ତକ ପାଇଁ ମଧ୍ୟ ଛାଡି ରହିପାରୁନଥିଲେ । କିନ୍ତୁ ସମୟ ତାଙ୍କୁ ଅଲଗା କରିଥିଲା। ମୋଗଲ ସମ୍ରାଟ ଶାହଜାହାନ ସେ ନିଜ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଥିଲେ ତାଜମହଲ।
ଏମିତି,ଥିଲା ଘଟଣା ...ଦିନେ ଶାହଜାହାନ ମିରା ବଜାରରେ ବୁଲୁଥିଲେ,ଆଉ ସେହି ସମୟରେ ତାଙ୍କ ନଜର ସେଠାରେ ଛିଡା ହୋଇଥିବା ଜଣେ ଝିଅ ଉପରେ ପଡିଲା,ଯିଏ କି ଜିନିଷ ବିକ୍ରି କରୁଥିଲେ,ସେ ମମତାଜ,ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଥିଲେ ଶାହଜାହାନ ,ଆଉ ସେବେଠୁ ପିଛା କରିବାକୁ ଲାଗିଲେ । କିଛି ଦିନ ପରେ ସେ ଜାଣିବାକୁ ପାଇଲେ ସେ ଯେଉଁ ଝିଅର ପିଛା କରୁଛନ୍ତି ତାଙ୍କ ନାଁ ଅଞ୍ଜୁମାନବାନୋ ବେଗମ ବା ମମତାଜ। ଯିଏ କି ଶାହଜାହାନଙ୍କ ମାଙ୍କର ସର୍ମ୍ପକୀୟ ଥିଲେ। ଶାହଜାହାନ ତାଙ୍କୁ ୧୬୧୨ ମସିହାରେ ବିବାହ କରିଥିଲେ,୪ରାଣୀ ମାନଙ୍କ ମଧ୍ୟରୁ ପ୍ରିୟ ଥିଲେ ମମତାଜ। ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। ଶେଷ ସନ୍ତାନ ଜନ୍ମ ନେବା ସମୟରେ ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ୧୪ତମ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ମୃତ୍ୟୁବରଣ କରିଥିଲେ।
📱 Get Argus News App
✨ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ଶାହଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ: ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧି କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ମମତାଜଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ଲାଗି ଶାହଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ,ଯାହାର ନାମ ଥିଲା ତାଜମହଲ। ମମତାଜଙ୍କର ଦେଖା ଶୁଣାକରୁଥିବା ମହିଳା ତାଙ୍କର ମୃତ୍ୟ ଶରୀରକୁ ତୁଳାରେ ନିମିତ ୫ଟି କପଡାରେ ଗୁଡାଇ ମମତାଜଙ୍କ ଶବକୁ ତାପ୍ତି ନଦୀ କୂଳରେ ଅସ୍ଥାୟୀ ରୂପରେ ପୋତିଦିଆଯାଇଥଲା,
ମୃତ୍ୟୁର ୧୨ ବର୍ଷ ପରେ ଶବକୁ ଆଗ୍ରାର ନିର୍ମାଣାଧିନ ତାଜମହଲରେ ରଖାଗଲା।କୁହାଯାଏ ମମତାଜଙ୍କ ମୃତ୍ୟୁପରେ ଶାହଜାହାନ ସବୁ ବିଳାସ ବ୍ୟସନ ଛାଡି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣ ଲାଗି ପ୍ରେରଣା ଦେଇଥିଲା। ତାଜ ମହଲର ନିର୍ମାଣ କାର୍ଯ୍ୟ ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ୧୬୪୮ରେ ଶେଷ ହୋଇଥିଲେ ହେଁ ଆଖପାଖର ମହଲ ଓ ଉଦ୍ୟାନର ନିର୍ମାଣ ପରେ ହୋଇଥିଲା ଶେଷ ।
ତେବେ ଯେଉଁ କାରିଗର ତାଜମହଲକୁ ନିର୍ମାଣ କରିଥିଲେ, ତାଙ୍କୁ ନିଜ ହାତ ହରାଇବାକୁ ପଡିଥିଲା । ତଥାପି ଆଜିବି ତାଜମହଲ ପ୍ରେମର ବାର୍ତ୍ତ ଦିଏ,ପ୍ରେମରେ ହରାଇବାର ଯେଉଁ ମଜା ଥାଏ ପାଇବାରେ ନଥାଏ। ସେହି ତାଜମହଲକୁ ଦେଖି ଆମେ ବହୁତ ଖୁସି ହୋଇଯାନ୍ତି ତାର କାରୁକାର୍ଯ୍ୟକୁ ଦେଖି ଆଶ୍ଚୟ ହୋଇଯାନ୍ତି,ସେହି ତାଜମହଲ ପଛରେ ରହିଛି ଏଭଳି ଅକୁହା କାହାଣୀ । ଯାହା ପ୍ରେମର ମୁକସାକ୍ଷୀ ପାଲଟିଛି।