Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କଲେ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ 

Sangram Tripathy
Browse all articles by Sangram Tripathy
·1 year ago·1 min read
ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କଲେ ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ 

ଅର୍ଗସ ବ୍ୟୁରୋ:ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷା ତଥା ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଏକ ରାଲି କରି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କଠାରୁ ସୁରକ୍ଷା ତଥା ନିର୍ଯାତନା ଏବଂ ସମ୍ପ୍ରଦାୟର ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ଦେଶଦ୍ରୋହ ମାମଲା ରଦ୍ଦ କରିବାକୁ ଦାବି କରିଛନ୍ତି। ସେମାନେ ଦକ୍ଷିଣ-ପୂର୍ବ ଚଟଗାଓଁ ସହରର ଏକ ପ୍ରମୁଖ ଛକଠାରେ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହିନ୍ଦୁ ଗୋଷ୍ଠୀ କହିଛନ୍ତି ଅଗଷ୍ଟ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଧର୍ମନିରପେକ୍ଷ ସରକାର ବହିଷ୍କାର ହେବା ପରେ ଏବଂ ହସିନା ଦେଶ ଛାଡି ପଳାଇବା ପରଠାରୁ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ହସିନା ସରକାରଙ୍କ ପତନ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା ତେବେ ନୂଆ ସରକାରଙ୍କ ସମୟରେ ହିନ୍ଦୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The minority Hindu community of Bangladesh raised its voice against torture | Argus News