ଦୁନିଆର ସବୁଠାରୁ ଦାମୀ ଲୋମ

ଅର୍ଗସ ବ୍ୟୁରୋ: ଦୁନିଆର ସବୁଠାରୁ ଦାମୀ ଉଲ କେଉଁ ପ୍ରାଣୀର ଲୋମରୁ ତିଆରି ହୁଏ ଜାଣିଛନ୍ତି କି? ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ଏକ କିଲୋ ଉଲର ଦାମ୍ ହେଉଛି ୪୬ ହଜାର ଟଙ୍କା। ଏହି ପ୍ରାଣୀ ହେଉଛନ୍ତି ବିରଳ। ପୃଥିବୀର କିଛି ସ୍ଥାନରେ ଏମାନେ ଦେଖିବାକୁ ମିଳନ୍ତି। ସେମାନେ ହେଉଛନ୍ତି ବିକୁନା। ଦେଖିବାକୁ ଓଟ ପରି। ଏମାନେ ପେରୁ, ଉତ୍ତର-ପଶ୍ଚିମ ଆର୍ଜେଣ୍ଟିନା, ବୋଲିଭିଆ ଏବଂ ଉତ୍ତର ଚିଲିରେ ଦେଖିବାକୁ ମିଳନ୍ତି। ଏମାନଙ୍କ ଲୋମରୁ ଯେଉଁ ଉଲ ପ୍ରସ୍ତୁତ ହୁଏ ତାହା ସବୁଠାରୁ ଦାମୀ ଅଟେ। ଏକ କିଲୋ ଓଜନର ଉଲ ୩୧ ହଜାର ଟଙ୍କାରୁ ଆରମ୍ଭ କରି ୪୬ ହଜାର ପର୍ଯ୍ୟନ୍ତ ବିକ୍ରି କରାଯାଏ। ଆଗକାଳରେ ଏହି ଉଲ ସିଲ୍କଠାରୁ ବି ଅଧିକ ମହଙ୍ଗା ଥିଲା।
ତେବେ କାହିଁକି ଏହା ସବୁଠାରୁ ଦାମୀ ଥାଏ ? କାରଣ ବିକୁନାଙ୍କ ଶରୀରରେ ଲୋମ ହେବା ପାଇଁ ବହୁତ ସମୟ ଲାଗିଥାଏ। ପାଖାପାଖି ଦୁଇବର୍ଷ ଲାଗିଯାଏ ସମ୍ପୂର୍ଣ୍ଣ ଲୋମ ହେବାକୁ ଯାହାପରେ ତାକୁ ବ୍ୟବହାର କରାଯାଇପାରିବ। ପ୍ରତି ୨ ବର୍ଷରେ ଥରେ ଏମାନଙ୍କ ଲୋମ କଟାଯାଇଥାଏ। ପ୍ରତି ଭିକୁନା ୨୦୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଉଲ ଦେଇଥାଏ।
ଅଧିକ ପଢନ୍ତୁ ବିଦେଶ ଖବର