Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାକିସ୍ତାନର କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜରେ ହୋଇଛି କି ଲିକ୍ ?

International

ପାକିସ୍ତାନର କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜରେ ହୋଇଛି କି ଲିକ୍ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାକିସ୍ତାନର କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜରେ ହୋଇଛି କି ଲିକ୍ ?

Key Points

ପାକିସ୍ତାନର କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜରେ ହୋଇଛି କି ଲିକ୍ ?
ଆଣବିକ ବିକିରଣ ଭୟରେ କିରାନା ହିଲ୍ସ ଆଖପାଖ ଅଞ୍ଚଳ କରାଯାଉଛିକି ଖାଲି ?
ତୁର୍କୀରୁ ବୋରୋନ୍ ଅଣାଯାଇ ଆଣବିକ ବିକିରଣ ରୋକିବାକୁ ହେଉଛି କି ପ୍ରୟାସ ?
କାହିଁକି ଖବରକୁ ଖଣ୍ଡନ କରିବା ବଦଳରେ ଏଡାଇଗଲେ ୟୁଏସ୍ ଷ୍ଟେଟ୍ ଅଧିକାରୀ ?
ପାକ୍ ସରକାରଙ୍କ ପକ୍ଷରୁ କାହିଁକି ଆଣବିକ ବିକିରଣ ଖବରକୁ କରାଯାଉନି ଖଣ୍ଡନ?

ପାକିସ୍ତାନରେ ହୋଇପାରେକି ହିରୋସୀମା ଭଳି ପରିସ୍ଥିତି ? ଆଣବିକ ବିକିରଣ ଭୟରେ କଣ ଏବେ ପାକିସ୍ତାନରେ ଗାଁ ଖାଲି କରିବାକୁ ଦିଆଯାଉଛି ନିର୍ଦ୍ଦେଶ। ସୋସିଆଲ ମିଡିଆରେ କିଛି ପାକିସ୍ତାନ ନାଗରିକଙ୍କ ପକ୍ଷରୁ କରାଯାଇଥିବା ପୋଷ୍ଟ ଏ ଆଶଙ୍କାକୁ ବଳ ଯୋଗାଇଛି। ଏପରିକି କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଏନେଇ ପ୍ରକାଶ ପାଇଛି ଖବର । ମେ ୧୦ରେ ପାକିସ୍ତାନର ବିଭିନ୍ନ ଏୟାର ବେସ ଉପରେ ଭାରତ ପକ୍ଷରୁ କରାଯାଇଥିଲା ଜୋରଦାର ଆଟାକ୍। କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜ ଫାସିଲିଟିରେ ଭାରତ ମିଶାଇଲ ମାଡ଼ କରିଥିବା କେତେକ ମିଡିଆ ରିପୋର୍ଟ ଦାବି କରିଛନ୍ତି। ଏପରିକି ସୋସିଆଲ ମିଡିଆରେ ତାର ଭିଡିଓ ପୋଷ୍ଟ କରାଯାଇ ଏହାର ସତ୍ୟତା ଥିବା ନେଇ ଦାବି କରାଯାଉଛି। ଦେଖନ୍ତୁ ଏ ଭିଡିଓକୁ ଯାହା କିରାନା ହିଲ୍ସରେ ମିସାଇଲ ଆଟାକର ବୋଲି ଦାବି କରାଯାଉଛି। ମିସାଇଲ ମାଡ଼ ହେବା ପରେ ସେଠାରେ କିପରି ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହେଉଛି।


ଚାରିଆଡ଼େ ଧୂଆଁ ଖେଳି ଯାଉଛି। ଏ ଦାବି ବଳ ଯୋଗାଉଛି ଭାରତ ମିସାଇଲ ଆଟାକ୍ ପରେ ପରେ ପାକିସ୍ତାନର କିରାନା ହିଲ୍ସ ଅଞ୍ଚଳରେ ହୋଇଥିବା ଭୂମିକମ୍ପର ଝଟକା। ଯଦିଓ ସୁରକ୍ଷିତ ବଙ୍କର ମଧ୍ୟରେ କିରାନା ହିଲ୍ସରେ ଥିବା ପାକିସ୍ତାନର ନ୍ୟୁକ୍ଲିଅର ଷ୍ଟୋରେଜ ରହିଛି। ତେବେ ତାର ଦ୍ବାର ଦେଶ କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଉଛି।କିରାନା ହିଲ୍ସ ସ୍ଥିତ ନ୍ୟୁକ୍ଲିଅର ଷ୍ଟୋରେଜରେ ଆଟାକ୍ ପରେ ତୁରନ୍ତ ଆଖପାଖ ଲୋକଙ୍କୁ ନିଜ ଗାଁ ଗଣ୍ଡା ଛାଡ଼ି ପଳାଇବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୋସିଆଲ ମିଡିଆରେ କେତେକ ପୋଷ୍ଟରୁ ଜଣାପଡ଼ିଛି। ଏପରିକି ଏଠାରେ ଆଣବିକ ବିକିରଣକୁ ରୋକିବା ପାଇଁ ତୁର୍କୀରୁ ପ୍ଲେନ ଯୋଗେ ବୋରୋନ୍ ଆଣାଯାଇଥିବା ନେଇ ଦାବି କରାଯାଉଛି। ଆମେରିକାର ନ୍ୟୁକ୍ଲିଅର ବିଶେଷଜ୍ଞ ମାନେ ବି ଏହି ବିକିରଣକୁ ରୋକିବା ପାଇଁ ଉଦ୍ୟମ ଚଳାଇଥିବା କୁହାଯାଉଛି। ଏ ସମ୍ପର୍କରେ ଜଣେ ସାମ୍ବାଦିକ ଯେତେବେଳେ ୟୁଏସ୍ ଷ୍ଟେଟସ୍ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ପଚାରିଥିଲେ ସେ ଏହାକୁ ଖଣ୍ଡନ ନକରି ଏଡାଇ ଯାଇଥିଲେ। ଯାହାକି ପାକିସ୍ତାନରେ ନ୍ୟୁକ୍ଲିଅର ବିକିରଣ ଚର୍ଚ୍ଚାକୁ ଆହୁରି ବଳ ଦେଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୋସିଆଲ ମିଡିଆଠାରୁ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପାକିସ୍ତାନରେ ନ୍ୟୁକ୍ଲିଅର ରେଡିଏସନ୍ ଖବର ପ୍ରକାଶ ପାଇଥିବା ବେଳେ ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏବେଯାଏ ଏ ଖବରକୁ ଖଣ୍ଡନ କରାଯାଇନି। ତେଣୁ ଆଶଙ୍କା ଆହୁରି ବଢୁଛି। ଏକଥା ବି ଦାବି କରାଯାଉଛି ପାକିସ୍ତାନ DGMO ସିଜଫାୟର ପାଇଁ ଭାରତ ଆଗରେ ନେହୁରା ହେବା ଏବଂ ଯୁଦ୍ଧ ବନ୍ଦ କରିବା ପାଇଁ ପାକିସ୍ତାନ ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଶରଣ ପଶିବା ପଛରେ ନ୍ୟୁକ୍ଲିଅର ବିରିକଣ ଏକ ବଡ଼ କାରଣ ବୋଲି କୁହାଯାଉଛି। ଯଦି ସତରେ ଏପରି ହୋଇଥାଏ ତାହାହେଲେ ଏହାର ପରିଣାମ ପାକିସ୍ତାନ ପାଇଁ ଖୁବ୍ ଭୟଙ୍କର ହୋଇପାରେ ବୋକି ଦାବି କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
the-mystery-of-kirana-hills-nuclear-storage-facility-military-arsenal-underground-tunnels-and-whispers-of-radioactive-leak | Argus News