Videos
|
International

ଦୁନିଆର ଏକମାତ୍ର ସାପ ଯିଏ ରଙ୍ଗ ବଦଳାଏ

Arpita Mohanty
Browse all articles by Arpita Mohanty
·2 years ago·1 min read
ଦୁନିଆର ଏକମାତ୍ର ସାପ ଯିଏ ରଙ୍ଗ ବଦଳାଏ

ଅର୍ଗସ ବ୍ୟୁରୋ: ଦୁନିଆରେ ଅନେକ ବିଷଧର ସାପ ଅଛନ୍ତି। କିନ୍ତୁ ଏମିତି ଏକ ସାପ ବିଷୟରେ ଶୁଣିଛନ୍ତି କି ଯିଏ ନିଜ ରଙ୍ଗ ବଦଳାଏ? ହଁ ଆଜ୍ଞା ସାପ ବି ରଙ୍ଗ ବଦଳାଏ । ଆଶ୍ଚର୍ଯ୍ୟ ଲାଗୁଥିବ ନିହାତି। ଜାଣିବା ପାଇଁ ବିଷୟଟିକୁ ପୁରା ପଢନ୍ତୁ।

ବିଶ୍ୱରେ ୩୦୦୦ ରୁ ଅଧିକ ପ୍ରଜାତିର ସାପ ଅଛନ୍ତି । ଭିନ୍ନ ଭିନ୍ନ ପ୍ରଜାତିର ସାପର ଶରୀରର ଆକାର ରଙ୍ଗ ଏବଂ ଚିତ୍ର ଭିନ୍ନ ହୋଇଥାଏ। ସାଧାରଣତଃ ଲୋକମାନେ ସାପର ରଙ୍ଗକୁ ଦେଖି ସାପର ପ୍ରଜାତି ବିଷୟରେ ଜାଣିଥାନ୍ତି। କିନ୍ତୁ ଏମିତି ଏକ ସାପ ଅଛି ଯିଏ ନିଜର ରଙ୍ଗ ବଦଳାଇବା ସହିତ ଦୁନିଆର ସବୁଠାରୁ ବିଷଧର ସାପରେ ମଧ୍ୟ ଗଣନା ହୁଏ। ଏହାର ନାମ ହେଉଛି ଇନଲାଣ୍ଡ ତାଇପେନ। ଏହା ଅଷ୍ଟ୍ରେଲିଆର ପୂର୍ବ ଏବଂ ଦକ୍ଷିଣ ଭାଗରେ ଦେଖିବାକୁ ମିଳେ।

କୁହାଯାଏ ଏହା ଦୁନିଆର ସବୁଠାରୁ ବିଷଧର ସାପ। ଇନଲାଣ୍ଡ ତାଇପେନ ଦେଖିବାକୁ ମଧ୍ୟମ ଆକାରର ଅଟେ  ଏବଂ ଏହା ପାଣିପାଗ ଅନୁଯାୟୀ ନିଜର ରଙ୍ଗ ବଦଳାଇଥାଏ । କେବେ ଗାଢ଼ ମାଟିଆ ତ କେବେ ହାଲୁକା ମାଟିଆ ପୁଣି କେବେ ସବୁଜ ତ ପୁଣି କେବେ ହଳଦିଆ ରଙ୍ଗର ହୋଇଯାଏ ଏହି ବିଷଧର ସାପ। ଶୀତ ଦିନେ ଏହାର ରଙ୍ଗ ଗାଢ଼ ହୋଇଥିବାବେଳେ ଖରା ଦିନେ ହାଲୁକା ହୋଇଯାଏ। ଏହି ସାପ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବଂଚେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର
 

snake | Argus News