|
logo
Live
Argus News App
GET APP

Argus News - ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ  ସିଆପିଏଫର ଡଗ ସ୍କ୍ୱାଡ କେ-୯ ଟିମ୍ ସାମିଲ

International

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ  ସିଆପିଏଫର ଡଗ ସ୍କ୍ୱାଡ କେ-୯ ଟିମ୍ ସାମିଲ

Sangram Tripathy
Browse all articles by Sangram Tripathy
·1 year ago·1 min read
ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ  ସିଆପିଏଫର ଡଗ ସ୍କ୍ୱାଡ କେ-୯ ଟିମ୍ ସାମିଲ

ଅର୍ଗସ ବ୍ୟୁରୋ :୨୬ରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସର ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ,ଭାରତୀୟ ଡଗ ସ୍କ୍ୱାଡକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ରଙ୍ଗାରଙ୍ଗ ଉତ୍ସବରେ  ବିଶ୍ୱ  ହୋଇ ଉଠିବ ରଙ୍ଗାୟିତ, ସାରା ବିଶ୍ୱରୁ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଏଥିରେ ସାମିଲ ହେବେ । ସୁରକ୍ଷା ଦୃଷ୍ଟିକୋଣରୁ ପ୍ୟାରିସ ଅଲମ୍ପିକ୍ସରେ ସୁରକ୍ଷାକୁ କଡାକଡି କରାଯାଇଛି । ସେଥିପାଇଁ ସାରା ବିଶ୍ୱରୁ ପ୍ରାୟ ୧୦ ଏଲିଟ ଡଗ ସ୍କ୍ୱାଡର ଚୟନ କରାଯାଇଛି । ଏଥିରେ ଭାରତର ୨ ଟି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଡଗ ସ୍କ୍ୱାଡ କେ-୯ ଟିମ୍ ମଧ୍ୟ ସାମିଲ କରାଯାଇଛି । ଏହି ସ୍କ୍ୱାଡ ଅଲମ୍ପିକ୍ସ ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ । ଅନ୍ତରାଷ୍ଟ୍ରୀୟସ୍ତରରେ ୨ ଟି ଡଗ ସ୍କ୍ୱାଡ କାମ କରିବେ । ଭାରତର ଏହି ଦୁଇ କୁକୁରର ନା ହେଉଛି ୱାଷ୍ଟ ଓ ଡେନବି । ଅଲିମ୍ପିକ୍ସରେ ୧୧୭ ଜଣିଆ ଭାରତୀୟ ଦଳ ଭାଗନେବେ। ଦଳ ସହ କିନ୍ତୁ ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞଙ୍କୁ ମିଶାଇ ୧୪୦ଜଣ ସାଧାରଣ ଅଧିକାରୀ ସେଠାକୁ ଯାତ୍ରା କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ  ସିଆପିଏଫର ଡଗ ସ୍କ୍ୱାଡ କେ-୯ ଟିମ୍ ସାମିଲ | Argus News