|
logo
Live

Argus News - ପ୍ରଶାନ୍ତ ମହାସାଗର ଉପରେ ବିମାନର ଭୟଙ୍କର ସ୍ଥିତି ହୋଇଥିଲା

International

ପ୍ରଶାନ୍ତ ମହାସାଗର ଉପରେ ବିମାନର ଭୟଙ୍କର ସ୍ଥିତି ହୋଇଥିଲା

Ritu Das
Browse all articles by Ritu Das
·2 years ago·2 min read
ପ୍ରଶାନ୍ତ ମହାସାଗର ଉପରେ ବିମାନର ଭୟଙ୍କର ସ୍ଥିତି ହୋଇଥିଲା

ଅର୍ଗସ ବ୍ୟୁରୋ: ଥରେ ଭାବନ୍ତୁ ଆପଣ ବିମାନରେ ଯାତ୍ରା କରୁଥିବାବେଳେ ଯଦି ବିମାନରେ ହଠାତ ଝଟକା ଲାଗେ ଆଉ ଆପଣଙ୍କୁ ଅକ୍ସିଜେନ ଦରକାର ପଡ଼େ। ଆପଣଙ୍କୁ କେମିତି ଲାଗିବ ସତରେ ଭାବିଲେ ଛାତି ଥରି ଉଠୁଛି। ୨୪ହଜାର ଫୁଟ ଉପରେ ହଠାତ ଉଡ଼ିଗଲା ବିମାନ ଛାତ। କଣ ହେଲା ଯାତ୍ରୀମାନଙ୍କର ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଛି। ଯାତ୍ରୀମାନେ ଜୀବିତ ନା ମୃତ। ବିମାନର ଛାତିଥରା ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଟ୍ରେନ ହେଉ କି ପ୍ଲେନ ହେଉ ଦୁର୍ଘଟଣା ଘଟିଲେ ଶୁଣିଲେ ମଧ୍ୟ ଛାତି ଥରି ଉଠେ। ବିମାନରେ ଥିଲେ ୮୯ଜଣ ପାସେଞ୍ଜର ଏବଂ ଏଥିରେ ୬ଜଣ କ୍ର୍ୟୁ ମେମ୍ବର ଥିଲେ।

 

ବିମାନଟି ସ୍ଥଳଭାଗରୁ ୨୪୦୦୦ ଫୁଟ ଉପରେ ଥିଲା। ହଠାତ ବିମାନ ଛାତ ଉଡ଼ିଗଲା। ଲାଗୁଥିଲା କ୍ରାସ ହୋଇଯିବ। ଆଉ ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଭଗବାନ ମଝି ଆକାଶରେ ଚମତ୍କାର କରିଲେ। ୨୪୦୦୦ ଫୁଟ ଉପରେ ଲୋକେ ଭୟଙ୍କର ଚିତ୍କାର କରିବା ସହ କାନ୍ଦୁଥିଲେ। ଭାବୁଥିଲେ ଆଉ କେହି ବଞ୍ଚିବେନି। ଆପଣ ଫିଲ୍ମ କାହାଣୀ ଭାବୁଛନ୍ତି ନା। କିନ୍ତୁ ଏହା ସତ ଘଟଣା। ଏମିତି ଘଟିଥିଲା ୧୯୮୮ ମସିହା ଏପ୍ରିଲ ୨୮ରେ। ଏହା ଥିଲା ଏକ ଅଶୁଭ ଦିନ। ଆମେରିକାର ଆଲୋହା-୨୪୩ ଏୟାର ଲାଇନ୍ସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭ ସେଦିନ ୯୪ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। ବିମାନ ୪୦ ମିନିଟ ଉଡାଣ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା। କିନ୍ତୁ ହଠାତ ବିମାନର ପଙ୍ଖା ଖରାପ ହୋଇଗଲା। ଏବଂ ମଝି ଆକାଶରେ ବିମାନର ଛାତ ଉଡିଯାଇଥିଲା। ପ୍ରଶାନ୍ତ ମହାସାଗର ଉପରେ ବିମାନଟି ଝୁଲୁଥିଲା। ଲାଗୁଥିଲା ଯେମିତି ସାଙ୍ଗେ ସାଙ୍ଗେ ଖସିପଡ଼ିବ। ଆଉ କେହି ବଞ୍ଚିବେନି। ଭୟଙ୍କର ଶବ୍ଦ ଏବଂ ପବନ ଯୋଗୁ ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରି ଡରିକି ବେଲ୍ଟ ଯାକ ପିନ୍ଧି ପକାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିମାନ ଆଟେଣ୍ଡାଣ୍ଟ କାରାବେଲ ଲାନସି ଲୋକଙ୍କ କଥା ବୁଝୁଥିଲେ। କିନ୍ତୁ ହଠାତ ପ୍ରବଳ ପବନ ଯୋଗୁ ବାହାରକୁ ଉଡ଼ିଯାଇଥିଲେ। କିନ୍ତୁ ପାଇଲଟ ଏସବୁ ଦେଖିକି ମଧ୍ୟ ଧୈର୍ଯ୍ୟ ହାରି ନ ଥିଲେ। ଛାତ ନ ଥିଲେ ବି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟ କରିଥିଲେ। ଭଙ୍ଗା ବିମାନକୁ ଧୀରେ ଧୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଆମେରିକାର କାହୁଲେଇ ଏୟାରପୋର୍ଟରେ ଭଙ୍ଗା ବିମାନ ଅବତରଣ କରିଥିଲା। ସେତେବେଳକୁ ବିମାନ ଇଞ୍ଜିନରେ ନିଆଁ ଲାଗିସାରିଥିଲା। ବୋଧେ ଭଗବାନ ଥିଲେ ବୋଲି ଯାତ୍ରୀମାନଙ୍କର ଜୀବନ ବଞ୍ଚିଗଲା। ୭ଜଣ ଯାତ୍ରୀ ଗୁରୁତର ହୋଇଥିଲେ। କିନ୍ତୁ ୬ଜଣ କ୍ର୍ୟୁ ମେମ୍ବରଙ୍କ ମୃତଦେହ ଏଯାଏ ମିଳିନି। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଗଲା। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
ପ୍ରଶାନ୍ତ ମହାସାଗର ଉପରେ ବିମାନର ଭୟଙ୍କର ସ୍ଥିତି ହୋଇଥିଲା | Argus News