Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା

International

କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା

Ritu Das
Browse all articles by Ritu Das
·1 year ago·1 min read
କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା

ଅର୍ଗସ ବ୍ୟୁରୋ: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ ନିନ୍ଦା। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବା ସହ ଆଇନର ଶାସନ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି କାନାଡ଼ାର ବ୍ରାମ୍ପଟନରେ ଥିବା ହିନ୍ଦୁ ମହାସଭା ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। 

ହିନ୍ଦୁ ସଂଗଠନ ପକ୍ଷରୁ ମାମଲା ରୁଜୁ ହେବାପରେ ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ବେଦେଶିକ ମନ୍ତ୍ରଣାଳୟ ଘଟଣାର ଦୃଢ଼ ନିନ୍ଦା କରିଛି। କାନାଡ଼ା ସରକାର ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୂଜାସ୍ଥଳଗୁଡ଼ିକର ନିରାପତ୍ତା ନିଶ୍ଚିତ କରିବାକୁ  ଭାରତ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଦାବି କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ନିଜାର ମୃତ୍ୟୁ ପ୍ରସଙ୍ଗକୁ ନେଇ ଭାରତ ଏବଂ କାନାଡ଼ା  ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୁରକ୍ଷା ଦେଉଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister's | Argus News