ଗୁଳି ବାଜିବା ନେଇ ଟ୍ରମ୍ପ କହିଲେ ଏପରି...

ନୂଆଦିଲ୍ଲୀ: କାନ ପାଖରେ ବୁଲେଟ୍ ବାଜି ପଳାଇଲା। ପରେ,ମୁଁ ମୋ କାନକୁ ଧରି ତଳେ ପଡିଯାଇଥିଲି। ରକ୍ତରେ ଜୁଡୁବୁଡୁ ଥିଲା କାନ ଆଉ ମୁହଁ। ତଥାପି ସେହି ଅବସ୍ଥାରେ ମୁଁ ମୋ ଭାଷଣ ଜାରି ରଖିବାକୁ ଚାହୁଁଥିଲି.. ଜନତାଙ୍କୁ ସମ୍ବୋଧିତ କରିବା ପାଇଁ ହାତ ବି ଉଠାଇଥିଲି। କିନ୍ତୁ ଏହା କରାଇଦେଇନଥିଲେ ସିକ୍ରେଟ ସର୍ବିସ.. ମୋତେ ହସ୍ପିଟାଲ ନେଇଯିବାକୁ ବାଧ୍ୟ କରିଥିଲେ। ଏହା ଥିଲା ଟ୍ରମ୍ପଙ୍କ କଥା।ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏହା ଥିଲା ଟ୍ରମ୍ପଙ୍କ ପ୍ରଥମ ଇଣ୍ଟରଭ୍ୟୁ। ଟ୍ରମ୍ପଙ୍କ କହିବାନୁଯାୟୀ ତାଙ୍କ ସହ ଚମତ୍କାର ଘଟିଛି। ନିର୍ବାଚନୀ ସଭାରେ ମୋ ଜୀବନ ଯାଉ ଯାଉ ରକ୍ଷା ହୋଇଗଲା। ତେବେ ଯେତେବେଳେ ମୋ ଉପରେ ଆକ୍ରମଣ ହେଲା ସେତେବେଳେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା ଯେ ଆକ୍ରମଣର ଠିକ ସମୟରେ ମୁଁ ମୋ ମୁଣ୍ଡ ବୁଲାଇ ଆଗକୁ ଚାହିଁବାକୁ ଚେଷ୍ଟା କରୁଥିଲି ଯଦି ଏମିତି କରିନଥାନ୍ତି ତେବେ ଯେଉଁ ଗୁଳି ମୋ କାନକୁ ଛୁଇଁ କି ଚାଲିଗଲା ସେହି ଗୁଳି ଅତି ସହଜରେ ମୋ ଜୀବନ ନେଇଯାଇଥାନ୍ତା।
ତେବେ ଡାକ୍ତର କହୁଛନ୍ତି ଟ୍ରମ୍ପଙ୍କ ବଞ୍ଚିବା ଏକ ଚମତ୍କାର ବୋଲି। ଟ୍ରମ୍ପ ମଧ୍ୟ ଏହି କଥାକୁ ସ୍ୱିକାର କରି କହିଛନ୍ତି ଭଗବାନଙ୍କ କୃପାରୁ ମୁଁ ବଞ୍ଚିଗଲି। ତେବେ ଗୋଟିଏ ଅର୍ଥରେ କହିବାକୁ ଗଲେ ମରୁ ମରୁ ବଞ୍ଚି ଗଲେ ଟ୍ରମ୍ପ। କିନ୍ତୁ ଟ୍ରମ୍ପଙ୍କ ପରି ଭାଗ୍ୟଶାଳୀ ନଥିଲେ ରୀଜୀବ ଗାନ୍ଧୀ। ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୯୧ ମେ ୨୧ ରେ ଏକ ସାଧାରଣ ନିର୍ବାଚନର ଜନସଭାକୁ ସମ୍ବୋଧିତ କରୁଥିବେଳେ ତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଆଉ ସେହି ସଭା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାର ଦୁଇ ଦିନ ଯାଏଁ ଜଣାପଡିନଥିଲା କିଏ ମାରିଲା? କାହିଁକି ମାରିଲା? ଦୁଇ ଦିନ ରେ ଜଣା ପଡିଥିଲା ଜଣେ ସ୍ତ୍ରୀ ଲୋକ ତାଙ୍କ ହତ୍ୟାକାରୀ... ଏହି ବିସ୍ଫୋରଣରେ ରାଜୀବ ଙ୍କ ସହ ଅନ୍ୟ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୫ ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ। ।
ଏମିତି କି ଏହି ବିସ୍ସୋରଣରେ ରାଜୀବ ଗାନ୍ଧୀଙ୍କ ଶରୀରର ଅଙ୍ଗପତରତ୍ୟେଙ୍ଗ ଖଣ୍ଡ ବିଖଣ୍ଡିତ ଛିନଛତ୍ର ହୋଇ ପଡିଥିଲା.. ଶବ ଚିହ୍ନିବା ମୁସକିଲ ହୋଇପଡିଥିଲା। ଘଣ୍ଟା ଏବଂ ଜୋତାରୁ ତାଙ୍କ ଶବ ଚିହ୍ନଟ କରାଯାଇଥିଲା। ସେହିପରି 2022 ଜୁଲାଇ ୮ରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଜୋ ଆବେଙ୍କୁ ନାରା ସହରରେ ନିର୍ବାଚନୀ ସଭାରେ ହତ୍ୟା କରାଯାଇଥିଲା। ଭାଷଣ ଆରମ୍ଭ କରିବାର କିଛି ମିନିଟ୍ ପରେ ତାଙ୍କ ପଛରୁ ଫାୟରିଂ କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା.. ତେବେ ସତରେ ଏହି ରାଜନେତାମାନଙ୍କ ମଧ୍ୟରୁ ଡୋନାଲ୍ଡ ଟ୍ରମ୍ପ ବହୁ ଭାଗ୍ୟଶାଳୀ.. ସେଥିପାଇଁ ତ ଟ୍ରମ୍ପ କହୁଛନ୍ତି ମୋତେ ବଞ୍ଚିବାର ନଥିଲା , କେବଳ ଭଗବାନ ରକ୍ଷା କରିଦେଲେ।
ଅଧିକ ପଢନ୍ତୁ ବିଦେଶ ଖବର