ଘନୀଭୂତ ହୋଇଛି ଇସ୍ରାଏଲ ଓ ଇରାନ ଯୁଦ୍ଧ ସ୍ଥିତି

Key Points
ଘନୀଭୂତ ହୋଇଛି ଇସ୍ରାଏଲ ଓ ଇରାନ ଯୁଦ୍ଧ ସ୍ଥିତି
ଇରାନ୍- ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି
ଘନୀଭୂତ ହୋଇଛି ଇସ୍ରାଏଲ ଓ ଇରାନ ଯୁଦ୍ଧ ସ୍ଥିତି । ଇରାନ୍- ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି । ଇରାନର ତିନୋଟି ପରମାଣୁ ଠିକଣା ଉପରେ ଆମେରିକାର ଆକ୍ରମଣ ସଫଳ । Xରେ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । US ଆକ୍ରମଣରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ ହୋଇଛି । ଗତକାଲି ଗୁଆମସ୍ଥିତ ଆମେରିକାର ଏୟାରବେସ୍ ଅଭିମୁଖେ ଉଡ଼ାଣ ଭରିଲେ 6ଟି B-2 ବୋମାବର୍ଷୀ ଷ୍ଟେଲ୍ଥ ବିମାନ ।
ଆଜି ଇରାନର ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟର ଠିକଣାରେ ବଙ୍କର ବଷ୍ଟର ବୋମା ବର୍ଷା କରିଛି ଆମେରିକା । ପୂର୍ବରୁ ଇରାନକୁ କଡ଼ା ଚେତାବନୀ ଦେଇଥିଲା ଆମେରିକା । ସେପଟେ ଆମେରିକାର ଆକ୍ରମଣ ପରେ ପ୍ରତିକ୍ରିୟ ରଖିଛି ଇରାନ ।