ମାତ୍ର ୩୩ ଲୋକ ଥିବା ଦୂନିଆର ସବୁଠୁ ଛୋଟ ଦେଶ, ପର୍ଯ୍ୟଟକଙ୍କ ପାଇଁ ୨ ଘଣ୍ଟା , ଜାଣନ୍ତୁ କାରଣ...

Key Points
୩୩ ଲୋକ ଥିବା ଦୂନିଆର ସବୁଠୁ ଛୋଟ ଦେଶ
୨ ଘଣ୍ଟାରୁ ଅଧିକ ସମୟ ରହିପାରିବେନି ପର୍ଯ୍ୟଟକ
ରାଷ୍ଟ୍ରପତି ନିଜେ ଭ୍ରମଣ କରାନ୍ତି ଦେଶ
ଦୂନିଆର ସବୁଠୁ ଛୋଟ ପରିବାର ଭାବେ ପରିଚିତ ଏହି ଦେଶ । ଯେଉଁଠି ସମୁଦାୟ ଜନସଂଖ୍ୟା ହେଉଛି ୩୩ । ଆଉ ଯେଉଁଠି ପର୍ଯ୍ୟଟକମାନେ ୨ ଘଣ୍ଟାର ଅଧିକ ସମୟ ରହି ପାରନ୍ତିନି ।
ଦୂନିଆରେ ଅନେକ ପ୍ରକାରର ନିଆରା ଦେଶ ଅଛି । ଯେଉଁ ଦେଶର ପରମ୍ପରା, ଚାଲି ଚଳଣି , ସଂସ୍କୃତି ଖୁବ ନିଆରା । ସେହିପରି ଆମେ ଋଷିଆ, ଚାଇନା, କାନାଡା, ୟୁଏସଏ ଭଳି ବଡ ବଡ ଦେଶ ବିଷୟରେ ଅନେକ ଶୁଣିଛନ୍ତି । ହେଲେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି , ଦୂନିଆର ସବୁଠୁ ଛୋଟ ଦେଶ କେଉଁଟି ? ସବୁଠୁ ଛୋଟ ଦେଶ ହେଉଛି ମୋଲୋସିଆ । ଯେଉଁ ଦେଶରେ ସମୁଦାୟ ୩୩ ଜଣ ଲୋକ ବାସ କରନ୍ତି । ଏହି ଦେଶରେ ପର୍ଯ୍ୟଟକ ମାନଙ୍କୁ ମାତ୍ର ୨ ଘଣ୍ଟା ରହିବାର ଅନୁମତି ଦିଆଯାଇଛି ।
ମାତ୍ର ୨ ଘଣ୍ଟା ରହିବା ପରେ ପର୍ଯ୍ୟଟକଙ୍କର ଏଠାରେ ରହିବାର ସମୟ ସମାପ୍ତ ହୁଏ । ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଷ୍ଟ୍ରପତି ନିଜେ ଦେଶ ପରିକ୍ରମା କରାଇ ଦେଶର ରାସ୍ତା , ଘର , ଦେଶର ଇତିହାସ ସମ୍ପର୍କରେ ଜଣାଇଥାଆନ୍ତି । ମୋଲୋସିଆ ଏକ ଛୋଟ ଦେଶ ଭାବେ ସୋସିଆଲ ମିଡିଆରେ ପରିଚିତ । ବ୍ଲଗର ଏବଂ କଣ୍ଟେଣ୍ଟ କ୍ରିଏଟର ମାନଙ୍କ ପାଇଁ ଏହା ଏକ ସୁନ୍ଦର ସ୍ଥାନ । ମାଲେସିଆରେ ବିଶେଷ କିଛି ସମ୍ବଳ ନାହିଁ । କିନ୍ତୁ ଏଠାରେ ଲୋକଙ୍କର ଆତ୍ମନିର୍ଭରଶୀଳତା ଏବଂ ସରଳତା ଏହି ଦେଶର ସବୁଠୁ ବଡ ଶକ୍ତି । ରାଷ୍ଟ୍ରପତି ନିଜେ ସଫାସୁତୁରା ଠାରୁ ଆରମ୍ଭ କରି ଆତିଥ୍ୟ ପର୍ଯ୍ୟନ୍ତ ସବୁକିଛିରେ ଜଡିତ ଥାଆନ୍ତି ।
୧୯୭୭ ମସିହାରେ କେଭିନ୍ ବଗ୍ ଏବଂ ତାଙ୍କ ସାଙ୍ଗ ମୋଲୋସିଆକୁ ୟୁଏସଏ ଠାରୁ ଅଲଗା କରି ଏକ ସ୍ଵତନ୍ତ୍ର ଦେଶ ଭାବେ ଘୋଷଣା କରିଛନ୍ତି । ଏକ ସ୍ଵତନ୍ତ୍ର ମାଇକ୍ରୋନେସନ ଭାବେ ଏହି ଦେଶକୁ ଘୋଷଣା କରାଯାଇଛି । ତେବେ ଏହି ଦେଶକୁ କୌଣସି ଦେଶ ପକ୍ଷରୁ ସରକାରୀ ସ୍ଵୀକୃତି ମିଳିନାହିଁ । କିନ୍ତୁ ଏହି ଦେଶରେ ନିଜର ନିୟମ , ନିଜର ପତାକା, ନିଜର ପରମ୍ପରା, ନିଜର ମୁଦ୍ରା ପ୍ରଚଳିତ ହୁଏ । ଏହି ଦେଶର ରାଷ୍ଟ୍ରପତି ନିଜେ କେଭିନ ବଗ୍ ଅଟନ୍ତି ।
ମୋଲୋସିଆରେ ଏକ ଛୋଟ ଦେଶ, କିନ୍ତୁ ଏହି ଦେଶରେ ସମସ୍ତ ସୁବିଧା ଯେପରିକି ସାଧାରଣ ଷ୍ଟୋର, ଲାଇବ୍ରେରୀ ଆଦି ଦରକାରୀ ଜିନିଷ ରହିଛି । ଏଠାରେ କୌଣସି ବଡ ସରକାରଙ୍କର ଆବଶ୍ୟକତା ନାହିଁ, କେଭିନ୍ ବଗ୍ ଏବଂ ତାଙ୍କ ପରିବାର ହିଁ ସବୁ ସଠିକ ଭାବେ ତୁଲାଇଥାନ୍ତି । ଏହି ଦେଶର ପ୍ରତ୍ୟେକ ବାସିନ୍ଦା ଗୋଟିଏ ପରିବାରର।
ଦେଶ ସ୍ଵତନ୍ତ୍ର ହେବାର ୪୦ ବର୍ଷ ପରେ ମଧ୍ୟ ଦେଶ ତାର ସ୍ଵତନ୍ତ୍ରତା ବଜାୟ ରଖିଛି ।