ଘର ଉପରେ ଗଡୁଛି ଟ୍ରେନ୍

ଅର୍ଗସ ବ୍ୟୁରୋ: ସାଧାରଣତଃ ଟ୍ରେନ ପାହାଡ, ନଦୀ,ଘାଟି ଆଦି ଦେଇ ଯିବାର ଆପଣ ଜାଣିଥିବେ । କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଟ୍ରେନ ଅଟ୍ଟାଳିକା ଦେଇ ଗତି କରିଥାଏ। ଏହି ରେଳଲାଇନ ଚୀନର ଚୋଙ୍ଗକିଙ୍ଗ୍ ଅଞ୍ଚଳରେ ଅବସ୍ଥିତ। ଚୋଙ୍ଗକିଙ୍ଗ୍ ଅଞ୍ଚଳର ମାଉଣ୍ଟସିଟି ଭାବେ ଏହା ଜଣାଶୁଣା । ଏଠାରେ ଅନେକ ଗୁଡିଏ ଅଟ୍ଟାଳିକା ରହିଛି । ସେଥିପାଇଁ ରେଳଲାଇନ ଅଟ୍ଟାଳିକା ଦେଇ ଗତି କରିଥାଏ ।
ତେବେ ଏହି ଅଞ୍ଚଳରେ ରେଳଲାଇନ ତିଆରି ହେବା ସମୟରେ ଏହି ମାର୍ଗରେ ୧୯ ମହଲା ବିଶିଷ୍ଟ ଅଟ୍ଟାଳିକା ପଡିଥିଲା । ସେହି ସମୟରେ ଇଂଜିନିଅର ମାନେ ଏହି ଅଟ୍ଟାଳିକାକୁ ନଭାଙ୍ଗି ଆଧୁନିକ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସେହି ଅଟ୍ଟାଳିକା ମଧ୍ୟ ଦେଇ ରେଳଲାଇନ ନିର୍ମାଣ କରିଥିଲେ । ତେବେ ସେହି ଅଟ୍ଟାଳିକାର ଷଷ୍ଠ ଏବଂ ଅଷ୍ଟମ ମହଲା ଦେଇ ଏହି ରେଳଲାଇନ ଯାଇଛି । ଏହା ଦ୍ୱାରା ସେହି ଉଚ୍ଚ ଅଟ୍ଟାଳିକାକୁ କୌଣସି ପ୍ରକାରର କ୍ଷତି ପହଞ୍ଚେନାହିଁ କେବଳ ଏତିକି ନୁହେଁ ଯେଉଁ ସମୟରେ ଏହି ଘର ମଧ୍ୟ ଦେଇ ଟ୍ରେନ ଗତି କରେ ବିଲ୍ଡିଂର ଅନ୍ୟ ମହଲା ଗୁଡିକରେ କୌଣସି ପ୍ରକାରର ଶବ୍ଦ ହୋଇନଥାଏ ।
ଅଧିକ ପଢନ୍ତୁ ବିଦେଶ ଖବର