Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଟ୍ରମ୍ପଙ୍କ ସମୟରେ ବର୍ଷକ ମଧ୍ୟରେ ସବୁଠାରୁ ଅଧିକ ଜଣ ଦେଶାନ୍ତର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଟ୍ରମ୍ପଙ୍କ ସମୟରେ ବର୍ଷକ ମଧ୍ୟରେ ସବୁଠାରୁ ଅଧିକ ଜଣ ଦେଶାନ୍ତର
Donald Trump

Key Points

ଟ୍ରମ୍ପ ପ୍ରଶାସନ ମାସ୍ ଡିପୋର୍ଟେସନ ଅଭିଯାନ ମାଧ୍ୟମରେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରାଇଛନ୍ତି ।

୨୦୨୫ ଶେଷରେ ଟ୍ରମ୍ପଙ୍କ ମାସ୍ ଡିପୋର୍ଟେସନ ନୀତିର ସବୁଠାରୁ ବଡ଼ ପଦକ୍ଷେପ । ୫୫,୦୦୦ ଗୁଆଟେମାଲା ନାଗରିକଙ୍କୁ ଆମେରିକା ଓ ମେକ୍ସିକୋରୁ ଫେରାଇ ଦିଆଯାଇଛି । ୨୦୨୫ରେ ସବୁଠାରୁ ଅଧିକ ନାଗରିକଙ୍କୁ ଆମେରିକା ଓ ମେକ୍ସିକୋରୁ ବ୍ୟାପକ ଭାବେ ଦେଶାନ୍ତର କରାଯିବା ଏକ ଚିନ୍ତାର ବିଷୟ ପାଲଟିଛି ।

ଏହି ୫୫,୦୦୦ ନାଗରିକଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆମେରିକାରେ ବେଆଇନ ଭାବେ ରହୁଥିଲେ କିମ୍ବା ମେକ୍ସିକୋ ଦେଇ ଆମେରିକା ଯିବାକୁ ଚେଷ୍ଟା କରୁଥିଲେ। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଆମେରିକାର ଇମିଗ୍ରେସନ ନୀତି ଅତ୍ୟନ୍ତ କଠୋର ହୋଇଛି। ଟ୍ରମ୍ପ ପ୍ରଶାସନ ମାସ୍ ଡିପୋର୍ଟେସନ ଅଭିଯାନ ମାଧ୍ୟମରେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରାଇଛନ୍ତି ।

ଏହା ସହିତ ମେକ୍ସିକୋ ଉପରେ ମଧ୍ୟ ଟାରିଫ୍ ବଢ଼ାଇବାର ଧମକ ଦେଇ ଟ୍ରମ୍ପ ଏହି ଦେଶାନ୍ତର ପ୍ରକ୍ରିୟାରେ ସହଯୋଗ କରିବାକୁ ବାଧ୍ୟ କରିଛନ୍ତି। ଫଳରେ ମେକ୍ସିକୋ ନିଜର ଦକ୍ଷିଣ ସୀମାରେ ଗୁଆଟେମାଲାର ପ୍ରବାସୀଙ୍କୁ ଅଟକାଇ ସେମାନଙ୍କୁ ଫେରାଇ ଦେଉଛି । ଗୁଆଟେମାଲା ସରକାରଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି । କାରଣ ଏବେ ଏହି ଡିପୋର୍ଟେସନ ଗୁଆଟେମାଲାରେ ଗରିବୀ ଏବଂ ବେକାରୀ ସମସ୍ୟା ବଢ଼ିବାର ଆଶଙ୍କା ଦେଖାଦେଇଛି ।

ଅନ୍ୟପଟେ ଟ୍ରମ୍ପଙ୍କ ପରେ ଏବେ ଚୀନ କହୁଛି, ସେ ହିଁ ଏସିଆର ସବୁଠାରୁ ବଡ଼ ଶାନ୍ତି ଦୂତ । ଚୀନ୍ ନିଜକୁ ଶାନ୍ତି ପ୍ରତିଷ୍ଠାତା ବୋଲି ପ୍ରମାଣିତ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଚୀନ୍ । ୨୦୨୫ ମେ ମାସରେ ଯେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କର ମଧ୍ୟସ୍ଥତା ଯୋଗୁଁ ଯୁଦ୍ଧ ଅଟକିଥିଲା। କିନ୍ତୁ ଏବେ ଚୀନ ସରକାର କହୁଛନ୍ତି ବେଜିଂର ହସ୍ତକ୍ଷେପ ଏବଂ ଉଭୟ ଦେଶକୁ ଦିଆଯାଇଥିବା ସାମରିକ ପରାମର୍ଶ ଯୋଗୁଁ ହିଁ ଯୁଦ୍ଧ ଶେଷ ହୋଇଥିବାର ଏକ ବଡ଼ ଦାବି କରିଛନ୍ତି ।

ଚୀନର ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ସେମାନେ ନିରନ୍ତର ଭାବେ ଦିଲ୍ଲୀ ଏବଂ ଇସଲାମାବାଦ ସହ ସମ୍ପର୍କରେ ଥିଲେ ଏବଂ ଏକ ବଡ଼ ଆଣବିକ ସଂଘର୍ଷକୁ ଏଡ଼ାଇବାରେ ସଫଳ ହୋଇଛନ୍ତି। ଚୀନ ଏଭଳି ଦାବି କରି ଟ୍ରମ୍ପଙ୍କ ୱାର୍ଲ୍ଡ ଲିଡର ଛବିକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛି ଏବଂ ଚୀନ ଏକ ବିଶ୍ୱାସଯୋଗ୍ୟ ମଧ୍ୟସ୍ଥ ହୋଇପାରିବ ନାହିଁ, କାରଣ ଏହା ପାକିସ୍ତାନର ସବୁଠାରୁ ବଡ଼ ସାମରିକ ସହଯୋଗୀ ଏବଂ ଭାରତର ଏକ ରଣନୈତିକ ପ୍ରତିଦ୍ୱନ୍ଦ୍ୱୀ ବୋଲି ମତ ଦେଇଛନ୍ତି ଦକ୍ଷିଣ ଏସିଆ ବିଶ୍ଳେଷକ ମାଇକେଲ୍ କୁଗେଲମ୍ୟାନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump | The Trump administration's plan to close a 'huge loophole' in legal immigration | Argus News