Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି

Banajyotshna Ray
Browse all articles by Banajyotshna Ray
·2 years ago
ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି

ଅର୍ଗସ ବ୍ୟୁରୋ:  ଆଜିକାଲି ଯାହାକୁ ଦେଖିବ ତା ହାତରେ ଖାଲି ଆପଲ ଫୋନ୍‌। ଆପଲ ତା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲାଣି। ଏଭଳି ପରିସ୍ଥିତିରେ ଦୁନିଆର ବଡ଼ ଟେକ କମ୍ପାନୀ ଆପଲ ବିରୋଧରେ ଆମେରିକାରେ ମକଦ୍ଦମା କରାଯାଇଛି । ସ୍ମାର୍ଟଫୋନକୁ ମାର୍କେଟରେ ଏକଚାଟିଆ କାରିବା ଏବଂ ପ୍ରତିଯୋଗିତା ହଟାଇବାର ଅଭିଯୋଗ ଲାଗିଛି ।

ଅଭିଯୋଗରେ କୁହାଯାଇଛି ଯେ, କମ୍ପାନୀ ଯେଉଁ ଆପକୁ ନିଜ ପାଇଁ ବିପଦ ବୋଲି ଭାବୁଛି, ବେଆଇନ ଭାବେ ସେମାନଙ୍କ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି ଏବଂ ନିଜ ପ୍ରତିଯୋଗୀ ଉତ୍ପାଦଗୁଡିକୁ କମ ଆକର୍ଷଣୀୟ ଦେଖାଉଛି । ଆମେରିକା ନ୍ୟାୟ ବିଭାଗ ଏହି ମକଦ୍ଦମାରେ କହିଛି ଯେ, ଆପଲ କମ୍ପାନୀ ଆଇଫୋନ ଆପ ଷ୍ଟୋରରେ ନିଜ ନିୟନ୍ତ୍ରଣର ଅପବ୍ୟବହାର କରୁଛି । କମ୍ପାନୀ ଏହି ଅଭିଯୋଗକୁ ଖାରଜ କରିଛି ଏବଂ ଏହି ମାମଲା ସହ ଲଢିବାକୁ ଚାହୁଁଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The US has filed a landmark lawsuit against Apple, accusing the tech giant of monopolising the smartphone market and crushing competition | Argus News