Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକା ହସ୍ତକ୍ଷେପ ପରେ ଅଧିକ ଭୟଙ୍କର ହେଲା ଯୁଦ୍ଧ, ଏବେ ଋଷ କରିବ ଏଣ୍ଟ୍ରି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆମେରିକା ହସ୍ତକ୍ଷେପ ପରେ ଅଧିକ ଭୟଙ୍କର ହେଲା ଯୁଦ୍ଧ, ଏବେ ଋଷ କରିବ ଏଣ୍ଟ୍ରି

Key Points

ଭୟଙ୍କର ଆକ୍ରମଣ ହୋଇଛି ଇସ୍ରାଏଲର ଅନ୍ୟତମ ବଡ଼ ସହର ଜେରୁଜେଲମ ଉପରେ ।
ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଆମେରିକା ପରେ ଏବେ ଋଷିଆର ଏଣ୍ଟ୍ରି ନେଇ ବଢ଼ିଯାଇଛି ଆଶଙ୍କା ।

ଆମେରିକାର ଆକ୍ରମଣ ପରେ ଇରାନର ପ୍ରତିଶୋଧ । ଇସ୍ରାଏଲର ବିଭିନ୍ନ ସହର ଉପରେ ୧୫ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ । ଆମେରିକାର ନାଁ ନନେଇ କଡ଼ା ଜବାବ ଦେବାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ । ଆମେରିକା ପରେ ଯୁଦ୍ଧରେ ଋଷିଆର ଏଣ୍ଟ୍ରି ନେଇ ବଢ଼ିଲା ଆଶଙ୍କା । ପୁଟିନଙ୍କୁ ଭେଟିଲେ ଇରାନର ବୈଦେଶିକ ମନ୍ତ୍ରୀ । ସେପଟେ ଯୁଦ୍ଧ ନେଇ ଆଜି ପୁଣି ବିବୃତି ରଖିବେ ଆମେରିକା ରାଷ୍ଟ୍ରପତି ।

ଭୟଙ୍କର ବିସ୍ଫୋରଣ। କେଇ ମୁହୂର୍ତ୍ତରେ ଛାରଖାର ହୋଇଗଲା ଇରାନର ୩ ମୁଖ୍ୟ ଆଣବିକ କେନ୍ଦ୍ର । ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ଏବେ ଏନେଇ ସାରା ବିଶ୍ବରେ ଆତଙ୍କ । ସେପଟେ ପାଲଟା ଜବାବ ଦେଇ ଇସ୍ରାଏଲ୍ ଉପରେ ଆଜି ବଡ଼ ଆକ୍ରମଣ କରିଛି ଇରାନ। ଇସ୍ରାଏଲର ବିଭିନ୍ନ ସହର ଉପରେ ୧୫ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଥିରୁ ସବୁଠାରୁ ଭୟଙ୍କର ଆକ୍ରମଣ ହୋଇଛି ଇସ୍ରାଏଲର ଅନ୍ୟତମ ବଡ଼ ସହର ଜେରୁଜେଲମ ଉପରେ । ଯେଉଁଠି ବାଲାଷ୍ଟିକ୍ ମିସାଇଲ ମାଡ଼ ହୋଇଛି। ଏଥିରେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ରାଜଧାନୀ ତେଲ ଅଭିଭ ଉପରେ ଘାତକ ଖୋରମଶହର-୪ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ।

ଏତିକି ନୁହେଁ ଆହୁରି ଭୟଙ୍କର ପ୍ରତିଶୋଧ ନେବାକୁ ଉଭୟ ଆମେରିକା ଓ ଇସ୍ରାଏଲକୁ ପରୋକ୍ଷ ଚେତାବନୀ ଦେଇଛନ୍ତି ଇରାନର ସୁପ୍ରିମ ଲିଡର ଖାମନେଇ । ଇରାନର ଅପରେସନ ପ୍ରମିଜ-୩, ମୋସାଦର ଚକ୍ରବ୍ୟୁହ ଓ IDFର ଘାତକ ଆକ୍ରମଣକୁ ରୋକିପାରିନଥିବା ବେଳେ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ବିଶ୍ବରେ ବଡ଼ ବିନାଶର ସୁତ୍ରପାତ କରିଥିବା କହିଛି ଜାତିସଂଘ । ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିପାରନ୍ତି ବୋଲି ଚେତାଇ ଦେଇଛି ଜାତିସଂଘ ସୁରକ୍ଷା ପରିଷଦ ।

ସେପଟେ ଇରାନ ଆମେରିକା ଉପରେ ଆକ୍ରମଣ କରିବାକୁ ଉଦ୍ୟମ କଲେ ପରିଣତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ।

ଇସ୍ରାଏଲ୍-ଇରାନ୍ ଯୁଦ୍ଧରେ ଆମେରିକା ପରେ ଏବେ ଋଷିଆର ଏଣ୍ଟ୍ରି ନେଇ ବଢ଼ିଯାଇଛି ଆଶଙ୍କା । ସୋମବାର ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ସଦୟ ଆବ୍ବାସ ଆରାଗଛି । ଆମେରିକା ଆକ୍ରମଣରେ ଇରାନର ୟୁରାନିୟମ ଉତ୍ପାଦନ ବିକଳ୍ପ ବନ୍ଦ ହୋଇଯାଇଛି । ସେପଟେ ଇରାନ ବିରୋଧରେ ଅପରେସନ ହାମାର ପରେ ଜାତୀୟ ସୁରକ୍ଷା ସମୀକ୍ଷା କରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । କୌଣସି ସ୍ଥିତିରେ ଇରାନକୁ ଆଣବିକ ଶକ୍ତି ସମ୍ପନ୍ନ ହେବାକୁ ଦିଆଯିବ ନାହିଁ ବୋଲି ଦିନକ ତଳେ ଚେତାବନୀ ଦେଇଥିଲେ ଟ୍ରମ୍ପ୍।

ଇସ୍ରାଏଲ ଆକ୍ରମଣରେ ଏବେ ସୁଦ୍ଧା ଇରାନରେ ୯୫୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି। ୩ ହଜାର ୪୫୦ରୁ ଅଧିକ ଆହତ ହୋଇଛନ୍ତି । ୧୯୭୯ ପରେ ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ଇସ୍ରାଏଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The war became more fierce after the US intervention, and Russia could enter again. | Argus News