Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ICE VOLCANO: ବିନାଶ ଆଡ଼କୁ ଯାଉଛି ପୃଥିବୀ... କେତେବେଳେ କିଛି ବି ହୋଇପାରେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ICE VOLCANO: ବିନାଶ ଆଡ଼କୁ ଯାଉଛି ପୃଥିବୀ... କେତେବେଳେ କିଛି ବି ହୋଇପାରେ !

ଅର୍ଗସ ବ୍ୟୁରୋ: ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ । କୌଣସି ବି ମୁହୂର୍ତ୍ତରେ ଫାଟିପାରେ ବରଫ ଆଗ୍ନେୟଗିରି । ଆଇସଲାଣ୍ଡରେ ଏକ ବିରାଟ ଆଇସ ଭୋଲକାନୋ ବା ବରଫ ଆଗ୍ନେୟଗିରି ସକ୍ରିୟ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ନିକଟରେ ଏହି ସ୍ଥାନରେ ୧୩୦ଟି ଭୂମିକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ଏଠାରେ ବଡ଼ ଧରଣର ବିସ୍ଫୋରଣର ଭୟ ରହିଛି । ଏହି ଭୂକମ୍ପୀୟ ଗତିବିଧି ଆଇସଲାଣ୍ଡର ଏକ ପ୍ରମୁଖ ଆଗ୍ନେୟଗିରି ବାରଦରବୁଙ୍ଗା ନିକଟରେ ରେକର୍ଡ କରାଯାଇଛି, ଯାହା ଦୁନିଆର ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଅନ୍ୟତମ ।

ଗତ ମଙ୍ଗଳବାର ସକାଳ ୬:୦୦ ରୁ ଏଠାରେ ଆରମ୍ଭ ହୋଇଥିଲା ଭୂମିକମ୍ପ ଏବଂ ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ୧୩୦ଟି ଭୂମିକମ୍ପ ପୂରା ଅଞ୍ଚଳକୁ ଥରାଇ ଦେଇଥିଲା । ଏହି ଭୂମିକମ୍ପ ମଧ୍ୟରୁ ଗୋଟିଏର ତୀବ୍ରତା ୫.୧ ରେ ମାପ କରାଯାଇଥିଲା, ଯାହା ଆଗ୍ନେୟଗିରି ଅଞ୍ଚଳରେ ବୃଦ୍ଧି ପାଉଥିବା ବିପଦର ସଙ୍କେତ ଥିଲା । ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ ଅନୁଯାୟୀ, ଏହି ଭୂମିକମ୍ପ ଗତିବିଧି ୨୦୧୪ ଏବଂ ୨୦୧୫ ରେ ବାରଦରବୁଙ୍ଗା ବିସ୍ଫୋରଣ ପରେ ସବୁଠାରୁ ତୀବ୍ର ଥିଲା।


ବାରଦରବୁଙ୍ଗା ଆଇସଲାଣ୍ଡର ସବୁଠାରୁ ବଡ଼ ଜ୍ୱାଳାମୁଖୀ ପ୍ରଣାଳୀ ଅଟେ, ଯାହା ୧୨୦ ମାଇଲ ଲମ୍ବା ଓ ୧୬ ମାଇଲା ଚଉଡ଼ା । ଜ୍ୱାଳାମୁଖୀ ୬,୫୯୮ ଫୁଟ ଉଚ୍ଚତା ବିଶିଷ୍ଟ ଓ ୨୫ ବର୍ଗ ମାଇଲରେ ବ୍ୟାପ୍ତ । ୨୦୧୪ ଓ ୨୦୧୫ ମଧ୍ୟରେ ବାରଦରବୁଙ୍ଗା ବିସ୍ଫୋରଣ ଆଇସଲାଣ୍ଡ ଇତିହାସର ୩୦୦ ବର୍ଷରେ ସବୁଠାରୁ ବଡ଼ ଥିଲା, ଯାହା ୟୁରୋପରେ ବିଷାକ୍ତ ଗ୍ୟାସ ଖେଳାଇ ଦେଇଥିଲା । ହେଲେ ବର୍ତ୍ତମାନ ଏହି କ୍ଷେତ୍ରରେ ପୁଣି ଥରେ ବିସ୍ଫୋରଣର ଆଶଙ୍କା ଥିବା କହିଛନ୍ତି ବିଶେଷଜ୍ଞ ।

ବାରଦରବୁଙ୍ଗା ଜ୍ୱାଲାମୁଖୀ ସିଷ୍ଟମ ଗ୍ଲାସିୟର ତଳେ ରହିଛି, ଯାହା ଏହାକୁ ଅଧିକ ଭୟଙ୍କର କରେ । ଯଦି ଏହି ବରଫ ତଳେ ବିସ୍ପୋରଣ ହୁଏ, ଏହାର ପରିଣାମ ସ୍ୱରୂପ ଚାରିଆଡ଼େ ବରଫ ଜଳ ପ୍ରବାହିତ ହେବ । ଫଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ ଜ୍ୱାଲାମୁଖୀ ସମ୍ପର୍କରେ ପୂର୍ବାନୁମାନ କରିବା କଷ୍ଟକର । କାରଣ ଏହା ଏକ ନିଆରା ଆଗ୍ନେୟଗିରି, ଯାହା ଏକ ବରଫ ଅଞ୍ଚଳରେ ବିଶାଳ ଆକାରରେ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଆଗ୍ନେୟଗିରିର ଗତିବିଧି ଉପରେ ନଜର ରଖିଛନ୍ତି ବିଶେଷଜ୍ଞ । କ୍ରମାଗତ ଭାବରେ ପ୍ରତ୍ୟେକ ଗତି ଏବଂ କମ୍ପନ ଉପରେ ନଜର ରଖାଯାଇଛି, ଯଦ୍ୱାରା ସମ୍ଭାବ୍ୟ ବିସ୍ଫୋରଣ ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ । ମାସ ମାସ ଧରି ବାରଦରବୁଙ୍ଗା ଚାରିପାଖ ଭୂମିରେ କମ୍ପନ ସୃଷ୍ଟି ହେଉଛି, ଯାହାକି ଏହାର ସକ୍ରିୟ ହେବାର ସଙ୍କେତ । ଏହି ଆଗ୍ନେୟଗିରି ସମଗ୍ର ଆଇସଲ୍ୟାଣ୍ଡ ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ ଏବଂ ବିଶେଷଜ୍ଞମାନେ ଏହାର ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।

Sponsored
The world is heading towards destruction...anything can happen at any time! | Argus News