Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଶ୍ୱର ସବୁଠାରୁ ବିପଦଜନକ ପର୍ବ, ମୃତ୍ୟୁ ସହ ହୁଏ ଖେଳ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିଶ୍ୱର ସବୁଠାରୁ ବିପଦଜନକ ପର୍ବ, ମୃତ୍ୟୁ ସହ ହୁଏ ଖେଳ !

Key Points

ମୃତ୍ୟୁକୁ ଖାତିର ନକରି ଲୋକମାନେ ଏହି ପର୍ବରେ ଖୁବ ଆଗ୍ରହ ସହକାରେ ସାମିଲ ହୁଅନ୍ତି ।

ମୃତ୍ୟୁର ଭୟ କାହାକୁ ଭୟଭୀତ କରିପାରେନି ।

ଖୁବ ଜାକଜମକରେ ଏହି ଭୟଙ୍କର ପର୍ବକୁ ପାଳନ କରାଯାଏ ।

ଉତ୍ସବ ଓ ପର୍ବ ପାଳନ କରିବା ଲୋକମାନଙ୍କ ଜୀବନର ଏକ ମୁଖ୍ୟ ଅଂଶ ହୋଇଯାଇଛି । ଲୋକକଳା, ପର୍ବପର୍ବାଣୀ, ଯାନିଯାତ୍ରା ସାଂସ୍କୃତିକ ଜୀବନ ସହ ଜଡିତ । ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଭାରତୀୟ ପର୍ବପର୍ବାଣୀ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏପରି ପର୍ବ ପାଳନ କରାଯାଏ.. ଯାହା ମୃତ୍ୟୁକୁ ଖୋଲାଖୋଲି ନିମନ୍ତ୍ରଣ କରେ ।


ଏମିତି କିଛି ବିପଜ୍ଜନକ ପର୍ବ ଗ୍ରୀସରେ ପାଳନ କରାଯାଏ । ଏହି ପର୍ବରେ ଏପରି ପରମ୍ପରା ରହିଛି, ଯେଉଁଥିରେ ଲୋକଙ୍କର ମୃତ୍ୟୁ ହୋଇଯାଏ । ଏଥିରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲଢ଼ାଯାଏ । ଏହି ଯୁଦ୍ଧର ପଦ୍ଧତି ଜାଣି ଆପଣ ଚକିତ ହୋଇଯିବେ । ଏହାକୁ ମୃତ୍ୟୁର ପର୍ବ ମଧ୍ୟ କୁହାଯାଇପାରିବ । ତେଣୁ ଏହି ପର୍ବ ଆସିଲେ ସାଧାରଣ ଲୋକଙ୍କ ମନରେ ସାମାନ୍ୟ ଭୟ ବି ଆସେ |


ତଥାପି ମୃତ୍ୟୁକୁ ଖାତିର ନକରି ଲୋକମାନେ ଏହି ପର୍ବରେ ଖୁବ ଆଗ୍ରହ ସହକାରେ ସାମିଲ ହୁଅନ୍ତି । ମୃତ୍ୟୁର ଭୟ କାହାକୁ ଭୟଭୀତ କରିପାରେନି । ସବୁଠାରୁ ବଡ଼ କଥା ହେଲା ଲୋକମାନେ ଏହି ପର୍ବରେ ସାମିଲ ହେବା ପାଇଁ ବର୍ଷଜାକ ଅନେଇ ବସିଥାଆନ୍ତି । ଖୁବ ଜାକଜମକରେ ଏହି ଭୟଙ୍କର ପର୍ବକୁ ପାଳନ କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗ୍ରୀସରେ ପାଳନ ହେଉଥିବା ଏହି ପର୍ବକୁ ରାଉକେଟୋପୋଲେମୋସ୍ କୁହାଯାଏ । ଏହି ପର୍ବ ସମୟରେ ଦୁଇ ଗୋଷ୍ଠୀ ପରସ୍ପରକୁ ରକେଟ ଫିଙ୍ଗାଫିଙ୍ଗି ହୁଅନ୍ତି । ଏଥିରେ ଛୋଟ ରକେଟର ବ୍ୟବହାର ହେଉଥିଲେ ହେଁ ଅନେକ ଲୋକ ଏଥିରେ ମୃତ୍ୟୁ ବରଣ କରିଥାଆନ୍ତି ।


ଏହା ହେଉଛି ସବୁଠାରୁ ବିପଦପୂର୍ଣ୍ଣ ଏବଂ ଅଜବ ପର୍ବ ବୋଲି ବିବେଚନା କରାଯାଏ । ଏହି ପର୍ବରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ତଥାପି ଏହି ପର୍ବ ପ୍ରତିବର୍ଷ ପାଳନ କରାଯାଏ ।

Sponsored