Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୮୯ ବର୍ଷରେ ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତିଙ୍କ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago
୮୯ ବର୍ଷରେ ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତିଙ୍କ ମୃତ୍ୟୁ

Key Points

ଆଉ ନାହାନ୍ତି ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତି । ଚିକିତ୍ସାଧୀନ ଅବସ୍ଥାରେ ୮୯ ବର୍ଷ ବୟସରେ ଉରୁଗୁଏର ପୂର୍ବତନ ରାଷ୍ଟ୍ରପତି ହୋଜୋ ମୁଝକାଙ୍କ ଦେହାନ୍ତ ହୋଇଛି ।

ଆଉ ନାହାନ୍ତି ଦୁନିଆର ସବୁଠାରୁ ଗରିବ ରାଷ୍ଟ୍ରପତି । ଚିକିତ୍ସାଧୀନ ଅବସ୍ଥାରେ ୮୯ ବର୍ଷ ବୟସରେ ଉରୁଗୁଏର ପୂର୍ବତନ ରାଷ୍ଟ୍ରପତି ହୋଜୋ ମୁଝକାଙ୍କ ଦେହାନ୍ତ ହୋଇଛି । ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ଜୋସ୍ । ଅତି ସାଧାରଣ ଜୀବନଯାପନ ପାଇଁ ତାଙ୍କୁ ବିଶ୍ବର ସବୁଠାରୁ ଗରିବ ରାଷ୍ଟ୍ରପତି କୁହାଯାଉଥିଲା । ୧୯୮୫ରେ ଉରୁଗୁଏରେ ଗଣତନ୍ତ୍ର ଶାସନ ଆରମ୍ଭ ହେବା ପରେ ସେ ମୁଭମେଣ୍ଟ ଅଫ ପପୁଲାର ପାର୍ଟିସିପେସନ ଦଳ ଗଠନ କରିଥିଲେ ।


ଦେଶବାସୀଙ୍କ ଆସ୍ଥା ଜିଣିବା ସହ ୨୦୧୦ରେ ଉରୁଗୁଏ ରାଷ୍ଟ୍ରପତି ହୋଇଥିଲେ । ୧୯୬୦ ଦଶକରେ ବିଦ୍ରୋହରେ ଭାଗ ନେଇ ୧୫ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ହୋଜେ ମୁଝକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The world's poorest president dies at 89 | Argus News