Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ହିମାଳୟରେ ୧୭୦୦ ପ୍ରଜାତିର ଭୂତାଣୁ ଠାବ

Ritu Das
Browse all articles by Ritu Das
·1 year ago·2 min read
ହିମାଳୟରେ ୧୭୦୦ ପ୍ରଜାତିର ଭୂତାଣୁ ଠାବ

ଅର୍ଗସ ବ୍ୟୁରୋ: ହିମାଳୟରେ ତରଳୁଥିବା ହିମବାହ ମଧ୍ୟରୁ ଗବେଷକ ମାନେ ୧୭୦୦ ପ୍ରଜାତିର ପ୍ରାଚୀନ ତଥା ଅଜ୍ଞାତ ଭୂତାଣୁଙ୍କର ସନ୍ଧାନ ପାଇଛନ୍ତି। ଏହି ଭୂତାଣୁ କରୋନା ଭଳି ମହାମାରୀ ସୃଷ୍ଟି କରିବାକୁ ସକ୍ଷମ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଭୂତାଣୁଗୁଡ଼ିକର ବଂଶାନୁକ୍ରମିକ ଗୁଣସୂତ୍ର ପରିବର୍ତ୍ତନ ଉପରେ ଅଧିକ ଅନୁଧ୍ୟାନ ଚାଲିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଏହି ଭୂତାଣୁ ପ୍ରାୟ ୪୧,୦୦୦ ବର୍ଷ ତଳୁ ହିମାଳୟର ହିମବାହରେ ତିଷ୍ଠି ରହିଛନ୍ତି।
ମେରୁ ଅଞ୍ଚଳରେ ତରଳୁଥିବା ବିଶାଳ ବରଫଖଣ୍ଡ ସମ୍ବନ୍ଧରେ ଗବେଷଣା କରୁଥିବା ହିମବାହ ବୈଜ୍ଞାନିକ ମାନଙ୍କର ମନେହୁଏ ଯେ, ସେହି ବରଫ ଚାଦରରେ ହଜାର ହଜାର ଭୂତାଣୁ ପୋତି ହୋଇ ରହିଛନ୍ତି। ବରଫ ତରଳିବା ପରେ ସେମାନେ ପୁଣି ସକ୍ରିୟ ହୋଇଯିବେ। ବିଶ୍ବ ତାପମାତ୍ରା ବୃଦ୍ଧି ଯୋଗୁ ହିମବାହ ଗୁଡ଼ିକ ତରଳିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। 

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସନ୍ଧାନ ମିଳିଥିବା ୧୭୦୦ରୁ ଅଧିକ ଭୂତାଣୁଙ୍କ ଅବଶେଷ ପଶ୍ଚିମ ଚୀନର ଏକ ହିମବାହ ଭିତରେ ପୋତି ହୋଇ ରହିଥିଲା। ସେଥିରେ ଥିବା ଅନେକ ଭୂତାଣୁଙ୍କ ବିଷୟରେ ଆଗରୁ ଗବେଷକମାନେ ଜାଣି ନ ଥିଲେ। ସେଥିମଧ୍ୟରୁ ସର୍ବପୁରାତନ ଭୂତାଣୁଟି ୪୧ହଜାର ବର୍ଷ ତଳର। ବରଫରେ ପୋତି ହୋଇଥିବା ଏହି ଭୂତାଣୁ ସବୁ ଅତୀତର ୯ଟି ଭିନ୍ନ ଭିନ୍ନ ସମୟ ଅବଧିର। ତିବ୍ବତୀୟ ମାଳଭୂମିର ବିସ୍ତୀର୍ଣ୍ଣ ଗୁଲିଆ ହିମବାହର ଏକ ହଜାର ଫୁଟ ଗଭୀର ବରଫରୁ ବାହାରିଥିବା ଏକ ନୂତନ ଭୂତାଣୁ ସମ୍ପ୍ରଦାୟ ୧୧,୫୦୦ ବର୍ଷ ତଳର। ଏହି ଭୂତାଣୁ ଗୁଣସୂତ୍ର ପରିବର୍ତ୍ତନ କରି  ଅତ୍ୟନ୍ତ ହେମାଳ ଜଳବାୟୁରୁ ନେଇ ଉଷ୍ମ ପାଣିପାଗ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ଏଥିରୁ ଅନୁମାନ କରାଯାଏ ଜଳବାୟୁ ପରିବର୍ତ୍ତନ ସହିତ ଭୂତାଣୁ ବିବର୍ତ୍ତନର ସମ୍ପର୍କ ରହିଛି। 

୯ଟି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପରିବେଶ ନମୁନାରେ ରହିଥିବା ସମସ୍ତ ଅଣୁଜୀବଙ୍କ ଆନୁବଂଶିକ ଗୁଣସୂତ୍ର ବିଶ୍ଲେଷଣ କରି ବୈଜ୍ଞାନିକମାନେ ଗୁଲିଆ ହିମବାହ ଅଞ୍ଚଳରେ ଭୂତାଣୁ ଜିନୋମର ପୁନଃ ନିର୍ମାଣ କରିଥିଲେ। ଏହା ମେଟାଜିନୋମ ନାମରେ ପରିଚିତ। 
ଗବେଷକ ମାନେ ମୁଖ୍ୟତଃ ତିନୋଟି ଅତ୍ୟନ୍ତ ଥଣ୍ଡା ଓ ଉଷ୍ମ ପାଣିପାଗ ଚକ୍ରକୁ ଅନୁଧ୍ୟାନ କରି ସମୟ ସହିତ ବଦଳୁଥିବା ଜଳବାୟୁରେ ଭୂତାଣୁ ସମ୍ପ୍ରଦାୟ କିପରି ବିକଶିତ ହୋଇଛି ତାହା ଅନୁସନ୍ଧାନ କରିଥିଲେ। ଏହି ଗବେଷଣା ତଥା ହିମାଳୟ ହିମବାହରେ ଲୁଚି ରହିଥିବା ଭୂତାଣୁଙ୍କ ଉପରେ ଉଚ୍ଚତର ଅଧ୍ୟୟନ ପାଇଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। 

ଏହି ଗବେଷଣା ଆମକୁ ଚେତାଇ ଦେଇଛି , ଭବିଷ୍ୟତର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମ୍ଭାବ୍ୟ ନୂତନ ଭୂତାଣୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବଢାଇ ଦେବ। ଏହା ସମଗ୍ର ଜୀବଜଗତକୁ ବିପନ୍ନ କରିବା ସହିତ ମାନବ ସମାଜକୁ ସଙ୍କଟଜନକ ସ୍ଥିତିକୁ ନେଇଯିବ। ମାନେ ଏହି ଭୂତାଣୁ ପ୍ରଥମେ ବନ୍ୟଜନ୍ତୁଙ୍କୁ ସଂକ୍ରମିତ କରିବାପରେ ଗୃହପାଳିତ ପ୍ରାଣୀଙ୍କ ଜରିଆରେ ମଣିଷକୁ ଆକ୍ରାନ୍ତ କରିବ। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
There are 1700 | Argus News