ଗିଲଗିଟ୍-ବାଲଟିସ୍ତାନରେ ପାକିସ୍ତାନୀ ସେନା ବିରୋଧରେ ତେଜିଲା ବିଦ୍ରୋହ

ପାକ୍ ଅଧିକୃତ ଗିଲଗିଟ୍-ବାଲଟିସ୍ତାନରେ ପାକିସ୍ତାନ ସେନା ଓ ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ହୋଇଛି । ପିଓକେକୁ ଶହବାଜ ସରିଫ୍ ସରକାର ଜମି ହଡ଼ପ କରିବାକୁ ଆସିଲେ ଶବର ପାହାଡ଼ ସୃଷ୍ଟି ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଗିଲଗିଟ୍-ବାଲଟିସ୍ତାନରେ ଲୋକେ ଖଣିଜ ସମ୍ପଦ, ଜମି ଓ ବିଜୁଳି ସଂକଟକୁ ନେଇ ପାକିସ୍ତାନ ସରକାର ଓ ସେନା ବିରୋଧରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଶିଗର ଜିଲ୍ଲାରେ ବଡ଼ ଧରଣର ପ୍ରଦର୍ଶନ ଚାଲିଛି ।
'କବ୍ଜେ ପର୍ କବଜା' ମଞ୍ଜୁର ନୁହେଁ ବୋଲି ନାରା ଦେଉଛନ୍ତି । ପାକିସ୍ତାନ ସରକାର ବିରୋଧରେ ଅଭିଯୋଗ ଆସିଛି ବିନା ଅନୁମତିରେ ଲୋକଙ୍କ ସମ୍ପତ୍ତିକୁ ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି । ବିକ୍ଷୋଭ ପ୍ରଦର୍ଶନ ବେଳେ ନେତାମାନେ କହିଛନ୍ତି, ପାହାଡ଼ ନଦୀ ଓ ଖଣିଜ ସମ୍ପଦ ସ୍ଥାନୀୟ ଲୋକଙ୍କର । ଏହାକୁ ପାକ୍ ସରକାର ଜୋର ଜବରଦସ୍ତି ହଡ଼ପ କରିପାରିବେ ନାହିଁ । ଯଦି ସରକାର ହଡ଼ପ କରିବାକୁ ଚେଷ୍ଟା କରନ୍ତି, ତେବେ ଏହାର ଜୋରଦାର ବିରୋଧ କରାଯିବ ।