Videos
|
International

ଫେରିବା ପରେ ଦେଖା ଦେଇପାରେ ଏହି ସବୁ ଅସୁବିଧା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଫେରିବା ପରେ ଦେଖା ଦେଇପାରେ ଏହି ସବୁ ଅସୁବିଧା

ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ଚଳିତ ମାସ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ସେମାନଙ୍କୁ ଫେରାଇ ଆଣିବାକୁ ମହାକାଶକୁ ପଠାଯିବ। ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିବେ। ଏମାନଙ୍କୁ ଆଇଏସଏସ ରେ ଛାଡିବା ପରେ ରକେଟ୍‌ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି କୁହାଯାଉଛି। ଦୁହେଁ ଗତ ବର୍ଷ ବୋଇଂ ଷ୍ଟାରଲାଇନରରେ ୮ ଦିନିଆ ମିଶନରେ ମହାକାଶ ଯାଇଥିଲେ ଦୁଇଜଣ। ଷ୍ଟାରଲାଇନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଭୟ ୯ ମାସରୁ ଅଧିକ ସମୟ ହେଲାଣି ଫସି ରହିଛନ୍ତି।


ସୁନୀତା ମହାକାଶରୁ ସୁରକ୍ଷିତ ଫେରି ଆସନ୍ତୁ ବୋଲି ସାରା ବିଶ୍ବ ଚାହିଁ ରହିଛି। ତେବେ ଏଇ ଭିତରେ ଆଉ ଏକ ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ଜୋର୍‌ ଧରିଛି। ୯ ମାସରୁ ଅଧିକ ସମୟ ହେଲା ମହାକାଶରେ ଏକ ଅସାଧାରଣ ଜୀବନ ବିତାଇବା ପରେ ସେ କେମିତି ପୁଣି ପୃଥିବୀରେ ଚଳପ୍ରଚଳ କରିବେ ? ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବ କିମ୍ବା ନାହିଁ ତାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଭିନ୍ନଭିନ୍ନ ମତ ରଖୁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାକାଶରୁ ଫେରିବା ପରେ ଦେଖା ଦେଇପାରେ ଏହି ସବୁ ଅସୁବିଧା


ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମହାକାଶର ପରିବେଶ ଆମ ପୃଥିବୀର ପରିବେଶ ଠାରୁ ସମ୍ପୂଣ୍ଣ ଭିନ୍ନ। ଏଠି ସବୁକିଛି ଶୂନ୍ୟରେ ଭାସୁଥାଏ। ଭୂମିରେ ପାଦ ଲଗାଇ ଠିଆ ହେବା ଅସମ୍ଭବ। ସେମାନେ ମାସମାସ କାଳ ସେଠି ବିନା ଭୂମିରେ ପାଦ ରଖି ରହୁଥିବାରୁ ପୃଥିବୀକୁ ଆସିବା ପରେ ପାଦରେ ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପାରେ। ପୃଥିବୀରେ ମାଧ୍ୟାକର୍ଷଣ ଶକ୍ତି ଥିବାରୁ ସେମାନେ ଯେତେବେଳେ ଚାଲିବାକୁ ଚେଷ୍ଟା କରିବେ ପାଦ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଡ଼ିବାରେ ସମସ୍ୟା ଦେଖାଦେଇ ପାରେ। ଏମିତି କି ବାନ୍ତି ହେବା କିମ୍ବା ମୁଣ୍ଡ ବୁଲାଇବା ଭଳି ପରିସ୍ଥିତି ଉପୁଜିବ। ଏଥିପାଇଁ ମହାକାଶରୁ ଫେରିବା ପରେ ମହାକାଶଚାରୀଙ୍କୁ ସ୍ୱତନ୍ତ୍ର ଡାକ୍ତରୀଦଳଙ୍କ ତତ୍ୱାବଧାନରେ ରହିଥାନ୍ତି। ମହାକାଶଚାରୀ ଟେରି ଭିର୍ଟସଙ୍କ ଅନୁସାରେ, ମହାକାଶରୁ ଫେରିବା ପରେ ନିଜର ଓଜନ ନିଜକୁ ଭାରୀ ଲାଗେ। ଫ୍ଲୁ ଭଳି ସଂକ୍ରମଣର ଶୀକାର ହେବାର ଯଥେଷ୍ଟ ସମ୍ଭାବନା ଥାଏ। ନିଜକୁ ପୃଥିବୀର ପରିବେଶ ସହ ଖାପ ଖୁଆଇ ଚଳିବାକୁ ଅତିକମ୍‌ରେ ଗୋଟିଏ ସପ୍ତାହରୁ ଦୁଇ ସପ୍ତାହ ଲାଗିପାରେ। ଉଚ୍ଚ ରକ୍ତଚାପ, ହୃଦ ସ୍ପନ୍ଦନ କିଛି ଦିନ ପାଇଁ ବଢିପାରେ।

these problems may occur after returning from space | Argus News