ପୃଥିବୀ ଆଡକୁ ମାଡି ଆସୁଛି ଏହି ଉଲକାପିଣ୍ଡ , ପ୍ରଭାବିତ ହେବ ଏହି ସବୁ ଦେଶ...

ଅର୍ଗସ ବ୍ୟୁରୋ : ବୈଜ୍ଞାନିକ ଦେଲେ ଚେତାବନୀ । ପୃଥିବୀ ସହ ଧକ୍କା ହେବ ଉଲକାପିଣ୍ଡ ୨୦୨୪ YR4 । ପ୍ରଥମେ ବୈଜ୍ଞାନିକମାନେ ଅନୁମାନ ଲଗାଇଥିଲେ ଯେ, ଏହି ଉଲକାପିଣ୍ଡ ଧକ୍କା ହେବାର ଆଶଙ୍କା ୧ ପ୍ରତିଶତ ଥିଲା । କିନ୍ତୁ ଏବେ ଏହା ୨.୩ ପ୍ରତିଶତରେ ପହଞ୍ଚିଛି । ତେଣୁ ବିପଦର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଚିନ୍ତାର ବିଷୟ ହେଉଛି , ଏହି ଉଲକାପିଣ୍ଡର ଆକାର କିପରି ଏହାର ସ୍ପିଡ କେତେ ତାହା ଏବେଯାଏଁ ସ୍ପଷ୍ଟ ଜଣା ପଡିନାହିଁ ।
ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏହାର ଆକାର ୨୦୦ ମିଟର ହେଇ ଥାଇପାରେ । ନାସାର ବୈଜ୍ଞାନିକମାନେ ଉଲକାପିଣ୍ଡର ଅବସ୍ଥିତି ଉପରେ ପରୀକ୍ଷା କରୁଛନ୍ତି । ଯଦି ଏହା ଆଗକୁ ସତରେ ପୃଥିବୀସହ ଧକ୍କା ହୁଏ , ତେବେ କିପରି ଲୋକମାନଙ୍କୁ ଏଥିରୁ ବଞ୍ଚାଯାଇପାରିବ, ସେଥିପାଇଁ ପରୀକ୍ଷା କରୁଛନ୍ତି ନାସା ବୈଜ୍ଞାନିକ ।
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ଏହି ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହୁଏ , ତେବେ ଭାରତ, ପାକିସ୍ତାନ, ବାଙ୍ଗ୍ଲାଦେଶ ସମେତ କିଛି ଦେଶକୁ କ୍ଷତି କରିପାରେ । ଏହା ପୃଥିବୀ ସହ ଧକ୍କା ହେଲେ ୫୦୦ ପରମାଣୁ ବୋମା ସମାନ ଶକ୍ତି ନିର୍ଗତ ହେବ । ଯାହାର ପରିମାଣ ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ । ଏହା ଏକ ବିଶାଳ ଉଲକାପିଣ୍ଡ ବୋଲି କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଉଲକାପିଣ୍ଡ ସମ୍ବନ୍ଧରେ ସମ୍ପୁର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।