ଭାରତ ଠାରୁ ଏହି ଦେଶରେ ଅଧିକ ପ୍ରତିଶତ ହିନ୍ଦୁ

Key Points
ନେପାଳରେ ଅଛନ୍ତି ଭାରତ ଠାରୁ ଅଧିକ ହିନ୍ଦୁ । ନେପାଳରେ ପାଖାପାଖି ୮୦ ପ୍ରତିଶତ ଲୋକ ହିନ୍ଦୁ ଅଛନ୍ତି । ଏହା ଏକ ପ୍ରମୁଖ ହିନ୍ଦୁ ରାଷ୍ଟ୍ର ବୋଲି ମଧ୍ୟ ଜଣାଯାଏ ।
ଭାରତ ଏକ ହିନ୍ଦୁ ରାଷ୍ଟ୍ର । ହିନ୍ଦୁମାନଙ୍କ, ରୀତିନୀତି ପରମ୍ପରା ଚାଲିଚଳଣିକୁ ନେଇ ଭାରତ ଭଳି ଏକ ସୁନ୍ଦର ରାଷ୍ଟ୍ର ଗଠିତ ହୋଇ ପାରିଛି । ଭାରତରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ଥିବା ଚର୍ଚ୍ଚା ହୁଏ । କିନ୍ତୁ ଆପଣ ଜାଣିଛନ୍ତି ଭାରତ ଠାରୁ ମଧ୍ୟ ଅଧିକ ହିନ୍ଦୁ ଏହି ଦେଶରେ ଅଛନ୍ତି । ନେପାଳରେ ଅଛନ୍ତି ଭାରତ ଠାରୁ ଅଧିକ ହିନ୍ଦୁ । ନେପାଳରେ ପାଖାପାଖି ୮୦ ପ୍ରତିଶତ ଲୋକ ହିନ୍ଦୁ ଅଛନ୍ତି । ଏହା ଏକ ପ୍ରମୁଖ ହିନ୍ଦୁ ରାଷ୍ଟ୍ର ବୋଲି ମଧ୍ୟ ଜଣାଯାଏ । ଜନସଂଖ୍ୟା ଦୃଷ୍ଟିରେ ଦେଖିଲେ ଭାରତର ହିନ୍ଦୁଙ୍କ ସଂଖ୍ୟା ତୁଳନାରେ ନେପାଳର କମ୍ କିନ୍ତୁ ପ୍ରତିଶତରେ ଭାରତଠାରୁ ଅଧିକ । ଭାରତରେ ଜନସଂଖ୍ୟା ତୁଳନାରେ ହିନ୍ଦୁ ୭୮.୯ ପ୍ରତିଶତ ଥିବାବେଳେ ନେପାଳରେ ୮୦ ପ୍ରତିଶତ ଅଟେ ।
ବିଶେଷ ଭାବେ ଭାରତ ଏବଂ ନେପାଳରେ ହିନ୍ଦୁ ଜନସଂଖ୍ୟା ଅଧିକ ଥିବା ସମସ୍ତେ ଜାଣିଥିବା, ହେଲେ ଏହି ଦୁଇ ଦେଶ ବ୍ୟତୀତ ଆଉ ଏକ ଦେଶ ମଧ୍ୟ ଅଛି, ଯେଉଁଠି ହିନ୍ଦୁଙ୍କ ସଂଖ୍ୟା ଅଧିକ । ସେହି ଦେଶ ହେଉଛି ମରିସସ୍ । ଆଫ୍ରିକି ଦେଶ ମରିସସ୍ରେ ୫୧ ପ୍ରତିଶତ ହିନ୍ଦୁ ରହିଛନ୍ତି । ମରିସସ୍ରେ ଅନେକ ହିନ୍ଦୁ ପ୍ରଧାନମନ୍ତ୍ରୀ ହିଁ ଦେଶ ସମ୍ଭାଳିଛନ୍ତି । ସେଥିପାଇଁ ଏହି ଦେଶରେ ହିନ୍ଦୁଙ୍କ ଦବଦବା ରହିଛି । ଏହି ଦେଶେର ଆକାର ଏବଂ ସ୍ତାପତ୍ୟ ଦେଖିଲେ ଅନେକ ସୁନ୍ଦର ସୁନ୍ଦର ହିନ୍ଦୁ ମନ୍ଦିର ଅଛି । ଅନେକ ମନ୍ଦିର ସମୁଦ୍ର ତଟରେ ତିଆରି ହୋଇଛି ।
